ଆମ୍ବ ଗଛ ମୂଳରେ ରୋଷେଇ କରୁଥିଲେ : ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ବାଘୁଆ ମହୁମାଛି – ଆକ୍ରମଣରେ ୧୪ ଜଣ ଆହତ  

୨୩ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ଖାରିମେରା ଗାଁରେ ଏହି ଘଟଣା ଘଟିଛି । ଆହତମାନଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ମଧ୍ୟରୁ ୬ ଜଣ ମହିଳା ଓ ୮ ଜଣ ପୁରୁଷ ଥିବା ଜଣାଯାଇଛି ।

ଆଜି ସକାଳେ ଖାରିମେରା ଗାଁର ପ୍ରାୟ ୧୪ ଜଣ ମହିଳା ଓ ପୁରୁଷ ଗାଁ ନିକଟ ଜଙ୍ଗଲକୁ କାମ କରିବାକୁ ଯାଇଥିଲେ। କେତେଜଣ କାମ କରୁଥିବା ବେଳେ ଅନ୍ୟ କିଛି ପୁରୁଷ ଓ ମହିଳା ଗଛ ମୂଳେ ରୋଷେଇ କରୁଥିଲେ । ଏହି ସମୟରେ ହଠାତ୍ ମହୁମାଛିମାନେ ଉଡ଼ି ଆସି ଆକ୍ରମଣ କରିଥିଲେ ।

ସମସ୍ତେ ଜୀବନ ବିକାଳେ ଦୌଡ଼ି ପଳାଇଥିଲେ । ହେଲେ ମହୁମାଛି ଆକ୍ରମଣରେ ୧୪ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି ।

Exit mobile version