୨୩ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କଟକ :-> କଟକ ସଦର ଥାନା ଅନ୍ତର୍ଗତ ନଗରୀ ପଞ୍ଚାୟତର ଶ୍ରୀଶ୍ରୀ ଜନାର୍ଦ୍ଦନ ଦେବଙ୍କ ପ୍ରସିଦ୍ଧ ଦୋଳଯାତ୍ରା ଶୁକ୍ରବାର ମଧ୍ୟ ରାତ୍ରିରୁ ମହା ସମାରୋହରେ ଆରମ୍ଭ ହୋଇ ଶନିବାର ଦିନ ୧୧ ଟିରେ ଉଦଯାପିତ ହୋଇଛି । ଦୋଳ ମେଳନ ଆରମ୍ଭ କରିବା ପାଇଁ ଜନାର୍ଦ୍ଦନ ଦେବଙ୍କ ମନ୍ଦିରରୁ ନିମନ୍ତ୍ରଣ ଥାଳି ଯୁଗଳ କିଶୋର ଦେବଙ୍କ ପାଖକୁ ଆସିଥିଲା । ନିନ୍ତ୍ରଣ ପାଇବାପରେ ଯୁଗଳ କିଶୋର ଦେବଙ୍କ ବିମାନ ଜନାର୍ଦ୍ଦନ ଦେବଙ୍କ ନିକଟକୁ ଆସି ଭେଟ ହୋଇ ଫେରିଯାଇ ନିଜ ମନ୍ଦିର ଠାରେ ବସି ମେଳନ ଯାତ୍ରା କିପରି ହେଉଛି ସେହି ଦୃଶ୍ୟକୁ ଦେଖିବା ପାଇଁ ରାତିସାରା ନିଜ ମନ୍ଦିର ନିକଟରେ ବସି ଅପେକ୍ଷା କରିଥାନ୍ତି ।
ଆତସବାଜି ପ୍ରଦର୍ଶନ ଆରମ୍ଭ ହୋଇଥାଏ । ଆତସବାଜି ଫୁଟା କାର୍ଯ୍ୟ ଶେଷ ହେବା ପରେ ପରେ , ଜନାର୍ଦ୍ଦନ ଦେବଙ୍କ ମନ୍ଦିରରୁ ନିମନ୍ତ୍ରଣ ଥାଳି ଅରିଡାପଦା ଓ ମହିଧରପଡା ଦୁଇ ଗ୍ରାମର ଲକ୍ଷ୍ମୀନାରାୟଣ ଦେବ, ଗୋପିନାଥ ଦେବ ଏବଂ ରାଧାମାଧବ ଦେବଙ୍କ ତିନିଗୋଟି ଦୋଳବିମାନଙ୍କ ପାଖକୁ ପଠାଯାଇଥିଲା । ନିମନ୍ତ୍ରଣ ପାଇବା ପରେ ଉକ୍ତ ତିନୋଟି ବିମାନ ଶୋଭାଯାତ୍ରାରେ ଆସି ପୂର୍ବରୁ ମେଳନ କରିବା ପାଇଁ ଅପେକ୍ଷା କରିଥିବା ଜନାର୍ଦ୍ଦନ ଦେବଙ୍କ ବିମାନ ସହିତ ହରିହରି ଭେଟ ହେବାପରେ ମେଳନ କାର୍ଯ୍ୟ ଆରମ୍ଭ ହୋଇଥିଲା ।
ପୂର୍ବରୁ ଆସି ମେଳଣ ପଡିଆରେ ଅପେକ୍ଷା କରିଥିବା,ଦଳବାଡ଼, ସାଶୋଳ,ସରିଚୁଆଁ ,ଆମଣ, ଖଣ୍ଡେଏତା ,ଧାନଘରଡା, ନଗରୀ,ଖଲର୍ଦ୍ଦା, ଆଦି ବିଭିନ୍ନ ଗ୍ରାମରରୁ ଆସିଥିବା ୪୫ ଗୋଟି ବିମାନ ସାଥିରେ ଆଣିଥିବା ବାଜା, ଘଣ୍ଟ , ଘୋଡ଼ା, ଷଣ୍ଢ ଆଦି ବଜାଇ ଶୋଭାଯାତ୍ରାରେ ମେଳନ ପଡିଆ ଅଭିମୁଖେ ଯାତ୍ରା କରିଯାଇ ଯୁଗଳ କିଶୋରଙ୍କ ମନ୍ଦିର ନିକଟରେ ପହଞ୍ଚଥିଲେ । ସିନ୍ଧୁରା ଫାଟିବା ପରେ ସମସ୍ତ ବିମାନ ମେଳଣ ପଡିଆରେ ପହଞ୍ଚି ନଖରାର ଲକ୍ଷେଶ୍ୱରଙ୍କ ବିମାନ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ । ଚଳିତ ବର୍ଷ ଲକ୍ଷେଶ୍ୱରଙ୍କ ବିମାନ ସକାଳ ୯ଟାରେ ମେଳନ ପଡିଆରେ ପହଞ୍ଚିଥିଲେ ।
