ତ୍ରୟୋଦଶୀରେ ଛଅ ଶାସନର ନିମନ୍ତ୍ରଣ ଗ୍ରହଣ କଲେ ମା’ଭଗବତୀ : ଚତୁର୍ଦ୍ଦଶୀରୁ ଶାସନ ବାଡିରେ ଚ଼ାଚ଼େରୀ ଭୋଗ ଆରମ୍ଭ

୨୩ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚିଲିକା :->  ଓଡ଼ିଶାର ପୁରପଲ୍ଲୀରେ ଫାଲ୍ଗୁନ ଶୁକ୍ଳ ଦଶମୀଠାରୁ ଦୋଳଯାତ୍ରା ଆରମ୍ଭ ହୋଇ ଚୈତ୍ର କୃଷ୍ଣ ଏକାଦଶୀ ଯାଏ ଚାଲେ l ଏହି ସମୟରେ ମନ୍ଦିରରେ ବିଜେ ଚଳନ୍ତି ପ୍ରତିମା ମାନେ ରତ୍ନସିଂହାସନ ତ୍ୟାଗ କରି ଗ୍ରାମପରିକ୍ରମା କରି ଶ୍ରଦ୍ଧାଳୁଙ୍କ ଦୂଆରେ ବଢ଼ାଯାଇଥିବା ମୁଆଁ, ଖଇ, କୋରା, ଫଳମୂଳ,ଚଣା, ଶାକର, ଫେଣି,ଆଖୁ, ମୁଗଧୁଆ, ଚ଼ୁଡ଼ାଘଷା,ରସାବଳୀ ଇତ୍ୟାଦି ନାନାଦି ପ୍ରକାରର ନୈବେଦ୍ୟ ଗ୍ରହଣ କରି ଅବିର ଲାଗି ହୁଅନ୍ତି। ଏହାକୁ ଚ଼ାଚ଼େରୀଭୋଗ କୁହାଯାଏ। ଶକ୍ତିପୀଠବାଣପୁରରେ କିନ୍ତୁ ମା’ଭଗବତୀଙ୍କ ଚ଼ାଚ଼େରୀଭୋଗ ନିଆରା ।

ଫାଲ୍ଗୁନ ତ୍ରୟୋଦଶୀରେ ଛଅ ବ୍ରାହ୍ମଣ ଶାସନର ଠାକୁରମାନେ ମା’ଙ୍କୁନିମନ୍ତ୍ରଣ କରି ଫେରିବା ପରେ ମା’ ନିମନ୍ତ୍ରଣ ରକ୍ଷା କରିଚ଼ତୁର୍ଦ୍ଦଶୀରେ ବାହାରିଛନ୍ତି ଶାସନ ବାଡିରେ ଚାଚେରୀ ଖାଇ । ବର୍ଷକେ ଥରେ ମା’ଭଗବତୀଙ୍କୁ ଦୁଆରେ ପାଇ ବ୍ରାହ୍ମଣ ପରିବାରମାନଙ୍କରେ ଆନନ୍ଦ ଉଲ୍ଲାସ ଭରିଯାଏ । ପରିବାରର ପୁଅଝୀଅ ବନ୍ଧୁବାନ୍ଧବ ଯେତେ ଦୂରରେ ଥିଲେ ବି ମା’ଙ୍କ ଦର୍ଶନ ସହିତ ପ୍ରସାଦ ପାଇବାପାଇଁ ଘରେ ପହଞ୍ଚିଯାନ୍ତି । ଏହିଦିନ ପ୍ରତିଘରେ ମା’ଙ୍କପ୍ରିୟ ଶଙ୍କୁଡ଼ି ଭୋଗ ଖେଚ଼େଡ଼ି, ଡ଼ାଲି,ଆମ୍ବିଳ, ମାଛମହୁର, ମାଛଭଜା,

ମାଛ ପୋଡ଼ା, ଗୁଣ୍ଡିଭଜା, ଖିରି,କାକରା ମୁଆଁ, ଫଳମୂଳଇତ୍ୟାଦି ନାନାଦିବ୍ୟଞ୍ଜନ ପ୍ରସ୍ତୁତ କରି ଘର ଭିତରେ ବାଢ଼ି ମା’ଙ୍କୁ ଅର୍ପଣ କରନ୍ତି। ଏଥି ସହିତ ପାଟ, ଶ।ଢ଼ି, ଚ଼ୁଡ଼ି ପରି ନାନାଦି ଶୃଙ୍ଗାର ଦ୍ରବ୍ୟ ମା’ଙ୍କୁ ଅର୍ପଣ କରି ବାଜାରୋଷଣୀ ନାଚଗୀତରେ ମା’ଙ୍କୁ ଗ୍ରାମ ପରିକ୍ରମା କରାନ୍ତି । ମା’ଙ୍କ ପ୍ରସାଦଶାହିପଡ଼ି ସା ବନ୍ଧୁବାନ୍ଧବଙ୍କୁ ବଣ୍ଟନ କରାଯାଏ। ଅଚ୍ୟୁତରାଜପୁର , ଶ୍ରୀନିବାସପୁର ତୁଳସୀ ଦେଇ ପୁରପରି ତିନିଶାସନବାଡ଼କୁ ମା’ ଚ଼ତୁର୍ଦ୍ଦଶୀ ଯାତ୍ରାରେ ଯୋଗଦେଉଥିବାବେଳେ, ଗୋପାଳପୁର, କୋଟ ବିଦ୍ୟାଧରପୁର, ପାଟପୁର ପରି ତିନି ଶାସନକୁ ଚନ୍ଦନଯାତ୍ରାରେ ଚାପକ୍ରୀଡ଼ାରେ ଯୋଗ ଦେବାକୁ ଯାତ୍ରା କରି ପନ୍ତି ଭୋଗ ଖାଇ ଫେରିବାର ନିଆରା ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି ।

Exit mobile version