୨୨ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :- ଏକ ଅଗ୍ରଣୀ ଟେକ୍ନୋଲୋଜି ବିଜ୍ନେସ ଇନ୍କ୍ୟୁବେଟର ଏଆଇସି-ନାଳନ୍ଦା ପକ୍ଷରୁ ଏଚ୍ଡିଏଫ୍ସି ପରିବର୍ତନ ଷ୍ଟାର୍ଟଅପ୍ ଅନୁଦାନର ଏହାର ଟିମ୍ର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଏହି ଅନୁଦାନ ‘ସ୍ମାର୍ଟ ସିଟିଗୁଡିକ ପାଇଁ ସବୁଜ ସମାଧାନ ନିର୍ମାଣ କରିବା’ ଉପରେ ଗୁରୁତ୍ୱ ଦେଉଥିବା ଷ୍ଟାର୍ଟଅପ୍ଗୁଡିକୁ ସହଯୋଗ କରିବା ପାଇଁ ଉତ୍ସର୍ଗୀକୃତ ଅଟେ ଯାହା ସ୍ଥାୟୀ ବିକାଶ ଓ ଉଦ୍ଭାବନ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଚିହ୍ନିତ କରୁଛି । ଏକ ଜଟିଳ ଚୟନ ପ୍ରକ୍ରିୟା ପରେ ଏଆଇସି-ନାଳନ୍ଦା ପରିବର୍ତନ କୋହର୍ଟ ୧.୦ ପ୍ରୋଗ୍ରାମରେ ଅଂଶଗ୍ରହଣ କରିବା ପାଇଁ ୭୦ ଜଣ ଆବେଦନକାରୀଙ୍କ ମଧ୍ୟରୁ ଶୀର୍ଷ ୧୦ଟି ଷ୍ଟାର୍ଟଅପ୍କୁ ଚୟନ କରିଥିଲା । ଏହି ପ୍ରୋଗ୍ରାମରେ ମାର୍ଚ୍ଚ ୨୦୨୪ରେ ଏସ୍.ଆଇ.ଜି.ଏମ୍.ଏ ଷ୍ଟାର୍ଟଅପ୍ ଆକ୍ସିଲରେଟର ପ୍ରୋଗ୍ରାମ ନାମକ ଏକ ବିସ୍ତୃତ ୨ ସପ୍ତାହ ଅବଧି ବିଶିଷ୍ଟ, ୧୦-ଅଧିବେଶନର କ୍ଷମତା-ନିର୍ମାଣ ପଦକ୍ଷେପ ସାମିଲ ରହିଛି ।
ଉଲ୍ଲେଖନୀୟ ଭାବେ, ଏହି ପ୍ରୋଗ୍ରାମରେ ସୋସିଆଲ ଆଲ୍ଫା, ଇନ୍ଫ୍ଲେକ୍ସନ ପଏଂଟ୍ ଭେଂଚର୍ସ ଓ ଫ୍ଲୁଇଡ ଭେଂଚର୍ସ ଭଳି ପ୍ରଖ୍ୟାତ ଭେଂଚର କ୍ୟାପିଟାଲିଷ୍ଟ ଫାର୍ମଗୁଡିକରୁ ୧୦ ଜଣ ମେଂଟର ଓ ପ୍ରତିଷ୍ଠିତ ନିବେଶକଙ୍କ ସକ୍ରିୟ ଅଂଶଗ୍ରହଣ ଦେଖିବାକୁ ମିଳିଛି । ଏହି ପଦକ୍ଷେପର କାର୍ଯ୍ୟକାରିତା ବହୁପ୍ରତିକ୍ଷୀତ ୱିନର୍ ଆନାଉନ୍ସମେଂଟ୍ ଡେ’ ଦ୍ୱାରା ଚିହ୍ନିତ ହୋଇଥିଲା ଯେଉଁଠାରେ କୋହର୍ଟର ୪ଟି ଉଲ୍ଲେଖନୀୟ ଷ୍ଟାର୍ଟଅପ୍କୁ ସମ୍ମାନିତ କରାଯାଇଥିଲା । ରିସାଇକେଲ ପେ’, ଆର୍କ ରୋବୋଟିକ୍ସ, ପ୍ୟାଡ୍ଭର୍ସ ଓ କୋକୋ ବୋର୍ଡସ୍ ଆର୍ଥିକ ଅନୁଦାନ ପାଇବା ପାଇଁ ବିଜେତା ଘୋଷିତ ହୋଇଥିଲେ । ଏହି ସଫଳତା ଉପରେ ମତପ୍ରକାଶ କରି ଏଆଇସି-ନାଳନ୍ଦାର ସିଇଓ ଶ୍ରୀଯୁକ୍ତ ଦୂର୍ଗା ପ୍ରସାଦ ସଦ୍ୟତମ ଘୋଷଣା ସମ୍ପର୍କରେ ନିଜର ଉତ୍ସାହ ବ୍ୟକ୍ତ କରିଥିଲେ ଏବଂ ଏହି ସମର୍ଥିତ ଷ୍ଟାର୍ଟଅପ୍ଗୁଡିକ କିଭଳି ସ୍ଥାୟିତ୍ୱ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ସୃଷ୍ଟି କରିବେ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କର୍ପୋରେଟଗୁଡିକରୁ ମିଳୁଥିବା ପର୍ଯ୍ୟାପ୍ତ ଅନୁଦାନ ସହିତ ଇନ୍କ୍ୟୁବେଟର ଦ୍ୱାରା ପ୍ରଦାନ କରାଯାଉଥିବା

