Home ଓଡ଼ିଶା ଉପଖଣ୍ଡ ଚିକିତ୍ସାଳୟ ନୂତନ ଅଧୀକ୍ଷକଙ୍କ ଦାୟିତ୍ଵ ଗ୍ରହଣ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୨୧ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ହିଞ୍ଜିଳିକାଟୁ :-> ହିଞ୍ଜିଳିକାଟୁ ପୌରାଞ୍ଚଳ ସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ନୂତନ ଅଧୀକ୍ଷକ ଭାବେ ବରିଷ୍ଠ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡ଼ାକ୍ତର ଶ୍ରୀକାନ୍ତ ସାହୁ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଅଧିକ୍ଷକ ଭାବେ ନିୟୋଜିତ ଥିଲେ । ଏଠାରେ ସେ ନୂତନ ଅଧୀକ୍ଷକ ଭାବେ ଯୋଗ ଦେବା ପରେ ଅଞ୍ଚଳବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା, ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବା ସହ ସ୍ୱାସ୍ଥ୍ୟ ସେବା ପ୍ରଦାନରେ ଉତ୍ତମ ପରିଚାଳନା ଦ୍ୱାରା ଉପଖଣ୍ଡ ଚିକିତ୍ସାଳୟ ଯେପରି ଜନ ସାଧାରଣଙ୍କ ନିକଟରେ ବିଶ୍ୱସନୀୟ ହୋଇ ପାରିବ ସେଥିପ୍ରତି ଅଗ୍ରାଧିକାର ପ୍ରଦାନ କରିବେ ବୋଲି ଆଶା ରଖିଛନ୍ତି । ଜଣେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ଉପଖଣ୍ଡ ଚିକିତ୍ସାଳୟରେ ଗର୍ଭବତୀ ମହିଳାଙ୍କ ଅଲଟ୍ରା ସାଉଣ୍ଡ ପରୀକ୍ଷାକୁ ଅଧିକ ଗୁରୁତ୍ବ ଦେବା ସହ କର୍କଟ ରୋଗର ପୂର୍ବାବସ୍ଥାରେ ଚିହ୍ନଟ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଦିଗରେ ଯଥାସାଧ୍ୟ ଉଦ୍ୟମ କରିବେ ବୋଲି ସେ କହିଛନ୍ତି । ଅନ୍ୟ ଏକ ବିଶେଷତ୍ଵ ହେଲା ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ଷମ ଥିବା ବହୁ ସ୍ବେଛାସେବୀ ସଂସ୍ଥା ଦ୍ଵାରା ଆୟୋଜିତ ଗୋଷ୍ଠୀ ସ୍ୱାସ୍ଥ୍ୟ ଶିକ୍ଷା କାର୍ଯ୍ୟକ୍ରମ ଗୁଡ଼ିକରେ ସେ ଯୋଗ ଦେଇ ବହୁ ଜଟିଳ ରୋଗର କାରଣ ଓ ଏହାର ନିରାକରଣ ଦିଗରେ ଶିକ୍ଷାଦାନ କରିବା ସହ ଗ୍ରାମାଞ୍ଚଳ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉପରେ ଅଧିକ ଗୁରୁତ୍ୱ ଓ ପ୍ରାଥମିକତା ଦେଉଥିଲେ । ଏଠାରେ ଏହି ସୁଯୋଗ ମିଳିଲେ ଗୋଷ୍ଠୀ ସ୍ୱାସ୍ଥ୍ୟ ଶିକ୍ଷା ପ୍ରଦାନ କାର୍ଯ୍ୟକ୍ରମ ସକ୍ରିୟ ଅଂଶ ଗ୍ରହଣ କରି ମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ତାଙ୍କ ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି । ନିଜ ଭିଟାମାଟି ହିଞ୍ଜିଳିକାଟୁ ବ୍ଳକ ଖଣ୍ଡରା ଗ୍ରାମ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଉନ୍ନତ ମାନର ସ୍ବାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଯଥାସାଧ୍ୟ ଉଦ୍ୟମ ଜାରି ରହିବ ବୋଲି ସେ ଆଶା ରଖିଛନ୍ତି । ସ୍ଵାସ୍ଥ୍ୟ ସେବା କ୍ଷେତ୍ରକୁ ଅଧିକ କ୍ରିୟାଶୀଳ କରିବା ଉଦ୍ଦେଶ୍ୟ ନେଇ ସେ ଅଞ୍ଚଳର ବୁଦ୍ଧିଜୀବି ମାନଙ୍କ ପରାମର୍ଶ ଓ ସହଯୋଗ କାମନା କରିଛନ୍ତି । Categories: ଓଡ଼ିଶା, ଗଞ୍ଜାମ, ହୋମ୍ Related Content VISWASS ସ୍କୁଲ୍ ଆଣ୍ଡ କଲେଜ୍ ଅଫ୍ ନର୍ସିଂ ପକ୍ଷରୁ ଚେୟାରମ୍ୟାନ୍ ଡଃ ପ୍ରଜ୍ଞାନ ରଞ୍ଜନ ଘଡ଼ାଇଙ୍କ ଉପସ୍ଥିତିରେ B.Sc. ନର୍ସିଂ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଧ୍ୟାତ୍ମିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା by Proprietor Abhimanyu Maharana September 27, 2026 କନ୍ୟା ସନ୍ତାନ ଜନ୍ମର ଖୁସି କ୍ଷଣରେ ଶୋକ by Proprietor Abhimanyu Maharana September 27, 2026 କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ by Proprietor Abhimanyu Maharana September 27, 2026 ପରମ୍ପରା ଓ ଭକ୍ତିର ସଙ୍ଗମ : ଘରେ ଘରେ ଭାଗବତ ଜନ୍ମ ଉତ୍ସବ by Proprietor Abhimanyu Maharana September 27, 2026 ଅଶାନ୍ତ ସମୁଦ୍ର : ଆତଙ୍କିତ ଉଠାଦୋକାନୀ ଢେଉରେ ଭାସିଗଲା ଖଟପସରା by Proprietor Abhimanyu Maharana September 27, 2026 हावड़ा–बड़बिल जन शताब्दी एक्सप्रेस के कोचों का व्यापक उन्नयन by Proprietor Abhimanyu Maharana September 27, 2026