ପୂର୍ବତନ ସରପଞ୍ଚଙ୍କ ବିୟୋଗ

୨୦୦୨ ମସିହାରୁ ୨୦୦୭ ମସିହା ପର୍ଯ୍ୟନ୍ତ ସ୍ଥାନୀୟ ପଞ୍ଚାୟତର ତିନିଥର ୱାର୍ଡମେମ୍ବର ଓ ଥରେ ସରପଞ୍ଚ…

୨୧ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବେଗୁନିଆ :-> ବେଗୁନିଆ ବ୍ଲକ ଅନ୍ତର୍ଗତ ବଡବେରଣା ପଞ୍ଚାୟତର ପୂର୍ବତନ ସରପଞ୍ଚ ନିଶାମଣି ଦେବୀଙ୍କ(୭୯) ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ବୁଧବାର ଦିନ ବିଳମ୍ବିତ ରାତିରେ ମୃତ୍ୟୁ ବରଣ କରିଛନ୍ତି। ସେ ଜଣେ ଧର୍ମପରାୟଣ, ପରୋପକାରୀ ଓ ମିଷ୍ଟଭାଷୀ ମହିଳା ଭାବେ ପରିଚିତ ଥିଲେ । ୨୦୦୨ ମସିହାରୁ ୨୦୦୭ ମସିହା ପର୍ଯ୍ୟନ୍ତ ସ୍ଥାନୀୟ ପଞ୍ଚାୟତର ତିନିଥର ୱାର୍ଡମେମ୍ବର ଓ ଥରେ ସରପଞ୍ଚ ଭାବେ ଦାୟିତ୍ୱରେ ରହି ବହୁ ଲୋକାଭିମୁଖି କାର୍ଯ୍ୟ କରି ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଥିଲେ ।

ତାଙ୍କ ଶବାଧାରକୁ ଗ୍ରାମ୍ୟ ପରିକ୍ରମା କରି ଚାରିପୁଅ ବିରଂଚି ନାରାୟଣ ପଣ୍ଡା, ସତ୍ୟ ନାରାୟଣ ପଣ୍ଡା, ରବି ନାରାୟଣ ପଣ୍ଡା ଓ ସୂର୍ଯ୍ୟ ନାରାୟଣ ପଣ୍ଡା ମୁଖଗ୍ନି ଦେବା ପରେ ଶ୍ମଶାନରେ ଅନ୍ତ୍ୟେଷ୍ଟି କ୍ରିୟା ସମାପନ ହୋଇଥିଲା ।ସ୍ଥାନୀୟ ଅଞ୍ଚଳର ଶୋକର ଛାୟା ଖେଳିଯିବା ସହ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ,ବିଜେଡ଼ି ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ ଓ ଶିକ୍ଷାବିତ ଭଗବାନ ପଣ୍ଡାଙ୍କ ସମେତ ବହୁ ବ୍ୟକ୍ତି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

Exit mobile version