Home ଓଡ଼ିଶା ଆକାଶ ଏଜୁକେସ୍ନାଲ ସର୍ଭିସେସ ଲିମିଟେଡ ପକ୍ଷରୁ ୨୦୨୪ ଏପ୍ରିଲ ନିମନ୍ତେ ଶିକ୍ଷା ବୃତି ଘୋଷଣା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୦ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବ୍ରହ୍ମପୁର :-> ଟେଷ୍ଟ ପ୍ରସ୍ତୁତି ସେବା କ୍ଷେତ୍ରରେ ଏକ ଜାତୀୟସ୍ତରରେ ଅଗ୍ରଣୀ, ଆକାଶ ଏଜୁକେସ୍ନାଲ ସର୍ଭିସେସ ଲିମିଟେଡ (ଏଇଏସଏଲ) ୨୦୨୪ ଏପ୍ରିଲରେ ତାହାର ନୂଆ ସେସନ ଆରମ୍ଭ ହେବା ପୂର୍ବରୁ ଛାତ୍ର ଛାତ୍ରୀଙ୍କୁ ଡାକ୍ତର ଏବଂ ଇଞ୍ଜିନିୟର ହେବା ନିମନ୍ତେ ସେମାନଙ୍କ ସ୍ୱପ୍ନ ସାକାର କରିବା ଦିଗରେ ସମର୍ଥ କରାଇବାକୁ ବିଭିନ୍ନ ବୃତି ଘୋଷଣା କରିଛି । ପ୍ରଥମ ବୃତି ହେଉଛି ଇନଷ୍ଟାଂଟ ଆଡମିସନ କମ ସ୍କଲାରସିପ ଟେଷ୍ଟ (ଆଇଏସିଏସଟି), ଯାହା ମେଡିକାଲ, ଇଞ୍ଜିନିୟରିଂ ଏବଂ ଫାଉଣ୍ଡେସନ ପାଠ୍ୟକ୍ରମଗୁଡିକରେ ନାମଲେଖା ନିମନ୍ତେ ୯୦% ପର୍ଯ୍ୟନ୍ତ ବୃତି ପ୍ରଦାନ କରୁଛି । ଏଥିସହିତ ଆକାଶ ସହିଦ, ପ୍ରତିରକ୍ଷା କର୍ମଚାରୀ ଏବଂ ଆତଙ୍କବାଦରେ ପ୍ରଭାବିତ ବ୍ୟକ୍ତିବିଶେଷଙ୍କ ପିଲାମାନଙ୍କୁ ସ୍ୱତନ୍ତ୍ର ରିଆତି ପ୍ରଦାନ କରିବ । ଶ୍ରୀ ଅନୁପ ଅଗ୍ରୱାଲ, ଚିଫ ବିଜିନେସ ଅଫିସର, ଆକାଶ ଏଜୁକେସ୍ନାଲ ସର୍ଭିସେସ ଲିମିଟେଡ କହିଛନ୍ତି, “ସମଗ୍ର ଭାରତରେ ଛାତ୍ରଛାତ୍ରୀଙ୍କ ପାଇଁ ସୁଲଭ ଏବଂ ପ୍ରଭାବୀ ଶିକ୍ଷାଗତ ସୁଯୋଗ ଯୋଗାଇଦେବାକୁ ଆମେ ଏକନିଷ୍ଠ ରହିଛୁ । ଆଇଏସିଏସଟି ଭଳି ପ୍ରୟାସ ଏବଂ ଆମର ବୃତି କାର୍ଯ୍ୟକ୍ରମଗୁଡିକ ଜରିଆରେ ଆମେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଶିକ୍ଷାଗତ ଏବଂ କ୍ୟାରିୟର ଆଶା ପୂରଣ କରିବା ଦିଗରେ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛୁ । ଆମର ସାହସୀ ସଶସ୍ତ୍ର ବାହିନୀ ଜବାନଙ୍କ ପିଲାମାନଙ୍କ ଶିକ୍ଷା ପ୍ରତି ସମର୍ଥନ ଯୋଗାଇଦେବା ପରମ୍ପରା ଜାରି ରଖିବା ନେଇ ଆମେ ଗର୍ବିତ ଏବଂ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ଓ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରିବା ସକାଶେ ପ୍ରତିବଦ୍ଧ ରହିଛୁ ।” ଏହି ଅବସରରେ ଏକାଡେମିକ ହେଡ ଇଞ୍ଜିନିୟରିଂ ଶ୍ରୀ ଶୁଭମ ଘର, ଏକାଡେମିକ ହେଡ ମେଡିକାଲ ଶ୍ରୀ ଆଶୁତୋଷ ଗାର୍ଗ, ରିଜୋନାଲ ସେଲ୍ସ ଗ୍ରୋଥ ହେଡ ଶ୍ରୀ ବିକାଶ ଦାସ ଏବଂ ବ୍ରାଂଚ ମୁଖ୍ୟ ଶ୍ରୀ ରୋହିତ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଇନଷ୍ଟାଂଟ ଆଡମିସନ କମ ସ୍କଲାରସିପ ଟେଷ୍ଟ (ଆଇଏସିଏସଟି) ଛାତ୍ରଛାତ୍ରୀଙ୍କୁ ତତ୍କ୍ଷଣାତ ନାମଲେଖା ନିମନ୍ତେ ତୁରନ୍ତତ୍ତବୃତି ଓ ସୁଯୋଗ ଯୋଗାଇ ଦେଉଛି । ଛାତ୍ରଛାତ୍ରୀ ଏହି ପରୀକ୍ଷା ଅନଲାଇନରେ ଦେଇପାରିବେ ଏବଂ ସେମାନଙ୍କ ଉପାର୍ଜିତ ବୃତି ସମ୍ପର୍କରେ ତତ୍କ୍ଷଣାତ ବିସ୍ତୃତ ତଥ୍ୟ ପାଇପାରିବେ, ଯାହା ସେମାନଙ୍କୁ ଆକାଶ ଅଧ୍ୟାପନାମଣ୍ଡଳୀଙ୍କ ଅଭିଜ୍ଞ ମାର୍ଗଦର୍ଶନ ଅଧୀନରେ ତୁରନ୍ତ ନାମଲେଖା ନିମନ୍ତେ ସମର୍ଥ କରାଇବ । ଅନଲାଇନ ଆଇଏସିଏସଟି ଅବଧି ୬୦ ମିନିଟ ରହିବ ଏବଂ ତାହାକୁ ଧାର୍ଯ୍ୟ ପରୀକ୍ଷା ଦିବସଗୁଡିକର ପୂର୍ବାହ୍ନ ୧୦ଟାରୁ ରାତି ୮ଟା ମଧ୍ୟରେ ଦିଆଯାଇପାରିବ । ଅଷ୍ଟମରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ସେବା ଯୋଗାଉଥିବା ଆଇଏସିଏସଟି ମେଡିସିନ ଓ ଇଞ୍ଜିନିୟରିଂରେ କ୍ୟାରିୟର କରିବା ସକାଶେ ସେମାନଙ୍କର ସାମର୍ଥ୍ୟ ପ୍ରଦର୍ଶନ କରିବାକୁ ଏକ ମଂଚ ଭାବରେ କାର୍ଯ୍ୟ କରୁଛି । ଆଇଏସିଏସଟି ଜରିଆରେ ଯୋଗାଇ ଦିଆଯାଉଥିବା ବୃତି ମେଡିକାଲ, ଇଞ୍ଜିନିୟରିଂ ଏବଂ ଫାଉଣ୍ଡେସନ କ୍ଲାସରୁମ ପାଠ୍ୟକ୍ରମ ନିମନ୍ତେ ପ୍ରଯୁଜ୍ୟ । ଆଇଏସିଏସଟି ଆକାଶ କମ୍ପ୍ୟୁଟର-ଭିତିକ ପରୀକ୍ଷା (ସିବିଟି) ପ୍ଲାଟଫର୍ମ ଜରିଆରେ ପରିଚାଳନା କରାଯାଉଛି ଏବଂ ତାହାସହିତ ଏହା ଆକାଶ ୱେବସାଇଟ ଓ ଉଭୟ ଆଣ୍ଡ୍ରଏଡ ଓ ଆପଲ ପ୍ଲାଟଫର୍ମ ନିମନ୍ତେ ଉତ୍ସର୍ଗୀକୃତ ମୋବାଇଲ ଆପ୍ଲିକେସନ ଜରିଆରେ ପରିଚାଳିତ ହେଉଛି । ଏହାର ବୃତି ପ୍ରୟାସସମୂହ ସହିତ ଏଇଏସଏଲ ପ୍ରତିରକ୍ଷା କର୍ମଚାରୀଙ୍କ ପିଲାମାନଙ୍କ ଶିକ୍ଷାଗତ ଦିଗକୁ ସମର୍ଥନ କରି ନିଜର ସାମାଜିକ ଦାୟିତ୍ୱ ନିର୍ବାହ ନିମନ୍ତେ ପ୍ରତିବଦ୍ଧ ରହିଛି । ସହିଦଙ୍କ ପିଲାମାନଙ୍କ ନିମନ୍ତେ ଆକାଶ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟୁସନ ଫି ଛାଡ କରିବ । ଅନୁରୂପ ଭାବରେ ପ୍ରତିରକ୍ଷା କର୍ମଚାରୀ ଏବଂ ଆତଙ୍କବାଦ ପ୍ରଭାବିତ ବ୍ୟକ୍ତିବିଶେଷଙ୍କ ସନ୍ତାନ ସନ୍ତତିଙ୍କ ପାଇଁ ଆଇଏସିଏସଟି ସ୍କୋର ସହିତ ଅତିରିକ୍ତ ୧୦ ପ୍ରତିଶତ ରିଆତି ପ୍ରଦାନ କରାଯିବ । ଏହି ପ୍ରୟାସ ଦ୍ୱାରା ୨୦୧୪ରୁ ଆଜିସୁଦ୍ଧା ୭୫,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି । ନିକଟରେ ଅନୁଷ୍ଠିତ ଜେଇଇ ମେନସ ୨୦୨୪ରେ ଏହାର ସଫଳତାକୁ ମଧ୍ୟ ଆକାଶ ପାଳନ କରୁଛି, ଯେଉଁଥିରେ ୪୧,୨୬୩ ଛାତ୍ରଛାତ୍ରୀ ପରୀକ୍ଷାରେ ଯୋଗ୍ୟତା ହାସଲ କରିଛନ୍ତି । ଏଥିରେ ଉଲ୍ଲେଖନୀୟ ସଫଳତା ମଧ୍ୟରେ ୪,୧୯୮ ଛାତ୍ରଛାତ୍ରୀ ୯୫ ପର୍ସେଂଟାଇଲ ଏବଂ ତଦୁର୍ଦ୍ଧ୍ୱ ସ୍କୋର କରିଥିବାବେଳେ ୯୩୯ ଛାତ୍ରଛାତ୍ରୀ ୯୯ ଏବଂ ତଦୁର୍ଦ୍ଧ୍ୱ ପର୍ସେଂଟାଇଲ ସ୍କୋର କରିଛନ୍ତି । ହାଇଦ୍ରାବାଦର ରିଷି ଶେଖର ଶୁକ୍ଳା ୧୦୦ ପର୍ସେଂଟାଇଲ ହାସଲ କରିଥିବାବେଳେ କର୍ନାଲର ଅଭିରାଜ ସିଂ, ତିରୁନେଲଭେଲିର ଶ୍ରୀ ରାମ ଏ ଏବଂ ହାଇଦ୍ରାବାଦର ବିଶ୍ୱନାଥ କେ ଏସ ଉଲ୍ଲେଖନୀୟ ୯୯.୯୯ ପର୍ସେଂଟାଇଲ ହାସଲ କରିଛନ୍ତି । କ୍ଲାସରୁମ ଛାତ୍ରଛାତ୍ରୀଙ୍କ ବ୍ୟତୀତ ଆକାଶର ଡିଜିଟାଲ ପ୍ରୋଗ୍ରାମର ଛାତ୍ରଛାତ୍ରୀ ଜେଇଇ ମେନସ ୨୦୨୪ (ସେସନ-୦୧)ରେ ଉଲ୍ଲେଖନୀୟ ସ୍କୋର କରିଛନ୍ତି ଏବଂ ରିତମ ବାନାର୍ଜୀଙ୍କ ସମେତ ଟପ୍ପରମାନେ ୯୯.୯୬ ପର୍ସେଂଟାଇଲ ସ୍କୋର କରିଛନ୍ତି ଏବଂ ଗଣିତରେ ୧୦୦ ରଖିଛନ୍ତି । ସେମାନଙ୍କ ମଧ୍ୟରେ ଆରହା ସାହୁ ୯୯.୯୧ ପର୍ସେଂଟାଇଲ ସହିତ କେମିଷ୍ଟ୍ରିରେ ୧୦୦, ଦ୍ରିଷ୍ଟିଶମାନ ଦତ ୯୯.୮୭ ପର୍ସେଂଟାଇଲ, ହରିଶ କୁମାର ୯୯.୮୬, ଇଶ୍ୱରନାଥ ୯୯.୮୬ ପର୍ସେଂଟାଇଲ ସହିତ କେମିଷ୍ଟ୍ରିରେ ୧୦୦, ଇଶାନ୍ତ ପଟେଲ ୯୯.୮୫ ପର୍ସେଂଟାଇଲ, ସାୟାନ ମଣ୍ଡଳ ୯୯.୮୨, ଜେନ ଜୋନସ ୯୯.୭୮, ସ୍ରାଜନ ଗୁପ୍ତା ୯୯.୭୪, ଦିଲୀପ କୁମାର ଏ ୯୯.୭୦ ଏବଂ ରକ୍ଷିତ ମୋଦୀ ୯୯.୬୭ ପର୍ସେଂଟାଇଲ ହାସଲ କରିଛନ୍ତି । ଉଲ୍ଲେଖନୀୟ ଭାବରେ ୨୬ ଜଣ ଛାତ୍ରଛାତ୍ରୀ ୯୯+ ପର୍ସେଂଟାଇଲ ଏନଟିଏ ସ୍କୋର କରିଛନ୍ତି । ଏଥିସହିତ ଜେଇଇ (ଆଡଭାନ୍ସ) ୨୦୨୩ରେ ଆକାଶ ଡିଜିଟାଲ ପ୍ରୋଗ୍ରାମ ଛାତ୍ର ମୟନାକ ସୋନି ଏଆଇଆର-୨୬ (ଓବିସି ବର୍ଗ ର୍ୟାଙ୍କ ୨) ହାସଲ କରିବା ସହିତ ଭାରତର ସବୁଠାରୁ କଷ୍ଟକର ପରୀକ୍ଷାରେ ସଫଳତା ହାସଲ କରିବା ପାଇଁ ଡିଜିଟାଲ ଶିକ୍ଷଣ ପଦ୍ଧତି ଏକ ବିରାଟ ସମାଧାନ ଆଣିଦେବା ସହିତ ଶୀର୍ଷ ର୍ୟାଙ୍କ ପ୍ରଦାନ କରୁଥିବା ପ୍ରମାଣିତ କରିଛନ୍ତି । ଏନଇଇଟି ୟୁଜି ପରୀକ୍ଷା ୨୦୨୩ରେ ଆକାଶରୁ ଉଲ୍ଲେଖନୀୟ ଭାବରେ ୧,୦୬,୮୭୦ ଛାତ୍ରଛାତ୍ରୀ ଯୋଗ୍ୟତା ହାସଲ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ୧୭ ଜଣ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳ ଟପ୍ପର ହୋଇଥିଲେ । ଉଲ୍ଲେଖନୀୟ ପ୍ରଦର୍ଶନକାରୀଙ୍କ ମଧ୍ୟରେ କୌସ୍ତଭ ବାଉରୀ ଏଆଇଆର ୦୩, ଧ୍ରୁବ ଆଡଭାନୀ ଏଆଇଆର ୦୫, ସୂର୍ଯ୍ୟ ସିଦ୍ଧାର୍ଥ ନାଗରାଜନ ଏଆଇଆର ୦୬, ସ୍ୱୟମ ଶକ୍ତି ତ୍ରିପାଠୀ ଏଆଇଆର ୦୮ ଏବଂ ପାର୍ଥ ଖଣ୍ଡେଲୱାଲ ଏଆଇଆର ୧୦ ହାସଲ କରିଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଭାରତରେ ଶୁଭାରମ୍ଭ ହୋଇଛି ନୂତନ BMW X1 ଲଙ୍ଗ ହୁଇଲବେସ୍ by Proprietor Abhimanyu Maharana August 21, 2026 ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଯକ୍ଷ୍ମା ରୋଗୀ ଙ୍କୁ ପୋଷଣ ବଣ୍ଟନ କାର୍ଯ୍ୟକ୍ରମ by Proprietor Abhimanyu Maharana August 21, 2026 ସିଣ୍ଟେକ୍ସ ପିଓର ସହିତ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତାର ସୁରକ୍ଷା by Proprietor Abhimanyu Maharana August 21, 2026 ଦେଶର ଭବିଷ୍ୟତ ଏଆଇ ଶ୍ରମଶକ୍ତି ଗଠନ ପାଇଁ କିଟ୍ ବିଶ୍ୱବିଦ୍ୟାଳୟ ସହ ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ ପ୍ରତିଷ୍ଠା କରିବ ପ୍ରୋଟିଭିଟି ମେମ୍ବର ଫାର୍ମ ଫର୍ ଇଣ୍ଡିଆ by Proprietor Abhimanyu Maharana August 21, 2026 କଣ୍ଟାବାଞ୍ଜି ପ୍ରେସ୍ କ୍ଲବର ଷଷ୍ଠ ବାର୍ଷିକୀ ଧୂମଧାମରେ ପାଳିତ by Proprietor Abhimanyu Maharana August 21, 2026 କଣ୍ଟାବାଞ୍ଜି ମହିଳା କଲେଜରେ ଶକ୍ତିଶ୍ରୀ ଆତ୍ମସୁରକ୍ଷା ଶିବିର ଉଦ୍ଘାଟିତ by Proprietor Abhimanyu Maharana August 21, 2026