କାଶୀନଗର ଏନ୍ ଏ ସି ର ବରିଷ୍ଠ ତଥା ପୁରୁଖା ନେତା ଆପ୍ପା ରାଓଙ୍କୁ ବିଜେଡିର ନିଲମ୍ବନ ପ୍ରତ୍ୟାହାର ପରେ ସ୍ୱାଗତ ସମ୍ବର୍ଦ୍ଧନା 

୨୦ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପାରଳାଖେମୁଣ୍ଡି :->  ଗଜପତି ଜିଲ୍ଲାର କାଶୀନଗର ଏନଏସିର ଜଣେ ପୁରୁଖା ବରିଷ୍ଠ ବିଜେଡି ନେତା ତଥା ଦୀର୍ଘ ବର୍ଷ ଧରି ବିଜେଡିର ବିଭିନ୍ନ ପଦ ପଦବୀରେ ଅଳଙ୍କୃତ ହୋଇଥିବା ସ୍ଥାନୀୟ ନେତା କାରିମି ଆପ୍ପା ରାଓ (ମଧୁ ) ଙ୍କୁ ଦୁଇ ବର୍ଷ ତଳେ ଏନ ଏ ସି ନିର୍ବାଚନ ସମୟରେ ତାଙ୍କୁ ବିଜେଡି ଦଳରୁ ବାଦ ଦିଆ ଯାଇଥିଲା. ବର୍ତମାନ ଆଗକୁ ବିଧାୟକ ନିର୍ବାଚନ ଥିବା ବେଳେ ଶ୍ରୀ ଆପ୍ପା ରାଓ ଙ୍କୁ ଶଙ୍ଖ ଭବନ ରେ ତାଙ୍କ ଉପରେ ଥିବା ଅଙ୍କୁଶକୁ ଉଠେଇ ନେଇ ବିଜେଡି ଦଳରେ ପୁଣି ଥରେ ସାମିଲ କରାଯାଇଛି.

ଯେ ହେତୁ ଶ୍ରୀ ଆପ୍ପା ରାଓ ବହୁ ବର୍ଷ ଧରି ବିଜେଡି ଦଳରେ ରହି ସାଙ୍ଗଠନିକ ଦାୟିତ୍ୱ ବହୁ ସୁନ୍ଦର ଭାବେ କାମ କରୁଥିଲେ.କିଛି ମନୁଷ୍ୟକୃତ ସମସ୍ୟା ହେତୁ ସେ ଦଳରୁ ବାଦ ପଡ଼ିଥିଲେ ବୋଲି ନିଜେ ବକ୍ତବ୍ୟ ରଖି ଦଳରୁ ବାଦ ପଡିବା ପରେ ମଧ୍ୟ ସେ କୌଣସି ଦଳ ବିରୋଧୀ କାମ କରିନାହାନ୍ତି ବୋଲି କହିଥିଲେ. ବର୍ତମାନ ତାଙ୍କୁ ବିଜେଡି ଦଳରେ ସାମିଲ କରିଥିବାରୁ ସ୍ଥାନୀୟ ଏନ ଏ ସି ଉପାଧ୍ୟାକ୍ଷ ରଘୁରାମ ସାହୁ, ବ୍ଲକ ଅଧ୍ୟକ୍ଷା ବାଲା ସାଇ ଆମ୍ମା, ବିଜେଡି ଜିଲ୍ଲା ସଭାପତି ଆର ରାମ ପ୍ରସାଦ, ଏନ ଏ ସି କାଉନସିଲର ଜୀବରତ୍ନ ଓ ବହୁ ପୁରୁଖା ନେତାଙ୍କ ଉପସ୍ଥିତିରେ ତାଙ୍କୁ ବିଜେଡି ଦଳ ତରଫରୁ ସ୍ୱାଗତ କରାଯାଇଥିଲା.

Exit mobile version