ଖୋର୍ଦ୍ଧା ଟାଉନ ଗୁଡ଼ସ୍ ସେଡରେ, ଆଧୁନିକ ପଣ୍ୟ ପରିବହନ ରେକ ଦ୍ୱାରା : ୧୧୫ଟି ମାରୁତି ସୁଜୁକି କାର୍ ଅନଲୋଡିଂ କରାଯାଇଛି

୨୦ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଖୋର୍ଦ୍ଧା-ଜଟଣୀ  :-> ଇଷ୍ଟ କୋଷ୍ଟ ରେଲୱେ, ଖୋର୍ଦ୍ଧାରୋଡ଼ ମଣ୍ଡଳ ଅନ୍ତର୍ଗତ ଖୋର୍ଦ୍ଧା ଟାଉନ ଗୁଡ଼ସ୍ ସେଡ,ପଣ୍ୟ ପରିବହନ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ହାସଲ କରିଛି। ଆଧୁନିକ ପଣ୍ୟ ପରିବହନ ରେକ ଦ୍ୱାରା ଖୋର୍ଦ୍ଧା ଟାଉନ ଗୁଡ଼ସ୍ ସେଡରେ ୧୧୫ଟି ମାରୁତି ସୁଜୁକି କାର୍ ଅନଲୋଡିଂ କରାଯାଇଛି। ଏହି କାର୍ ଗୁଡ଼ିକ ହରିୟାଣାର ଫରାଖା ନଗରରୁ ଓଡିଶାର ଖୋର୍ଦ୍ଧା ଟାଉନ୍ କୁ ପରିବହନ କରାଯାଇଛି।

ଏହି କାର୍ ଗୁଡ଼ିକ ସଡ଼କ ପଥ ଦେଇ ଓଡିଶାର ବିଭିନ୍ନ ଜିଲ୍ଲାକୁ ପରିବହନ କରାଯିଵ। ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ଗୁରୁଗାଓଁ ଦିଲ୍ଲୀ ଦ୍ୱାରା ୧୧୫ ଟି ମାରୁତି ସୁଜୁକି କାର୍ ନୂଆ ମୋଡିଫାଏଡ୍ ଗୁଡ୍ସ (ଏନ୍ ଏମ୍ ଜି) ରେକ୍ ମାଧ୍ୟମରେ ହରିୟାଣାରୁ ଖୋର୍ଦ୍ଧା ଟାଉନ ପର୍ଯ୍ୟନ୍ତ ବୁକ୍ କରଯାଇଥିଲା। ଏନ୍ ଏମ୍ ଜି ରେକ୍ ହେଉଛି ଏକ ଉଚ୍ଚ ଗତିର ପଣ୍ୟ(ମାଲ୍) ପରିବହନ ଟ୍ରେନ୍ ଯାହା ଘଣ୍ଟା ପ୍ରତି ୭୫ କିମି ରୁ ୧୦୦ କିମି ବେଗରେ ଯାଇପାରିବ।

ଖୋର୍ଦ୍ଧା ଟାଉନ୍ ଗୁଡ୍ସ୍ ସେଡ୍ ହାଓଡ଼ା -ଚେନ୍ନାଇ ଜାତୀୟ ରାଜପଥ ସନ୍ନିକଟରେ ଅଛି।ଯାହାକି ଗ୍ରାହକଙ୍କ ପାଇଁ ଖୋର୍ଦ୍ଧା ଟାଉନ୍ ଶିଳ୍ପାଞ୍ଚଳରୁ ଦେଶର ବିଭିନ୍ନ ସ୍ଥାନକୁ ସାମଗ୍ରୀ ପ୍ରେରଣ ଏବଂ ଗ୍ରହଣ କରିବା ଲାଭଦାୟକ ହେବ। ଏହି ଗୁଡ଼ସ୍ ସେଡ ବିଭିନ୍ନ ପ୍ରକାରର ସାମଗ୍ରୀ ଲୋଡିଂ ଏବଂ ଅନଲୋଡିଂ ପାଇଁ ସମସ୍ତ ସୁବିଧା ସହିତ ବିକଶିତ କରାଯାଇଛି।

ଏହି ମାରୁତି ସୁଜୁକି କାରଗୁଡ଼ିକର ସାମଗ୍ରୀ ଅନଲୋଡ୍ କରିବା ସମୟରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍ ଏସ ବାଜୱା, ଖୋର୍ଦ୍ଧା ଟାଉନ ଗୁଡ଼ସ୍ ସେଡ ଠାରେ ଉପସ୍ଥିତ ଥିଲେ। ଏହି ଅବସରରେ ସେ କହିଛନ୍ଥି ଯେ, ଖୋର୍ଦ୍ଧାରୋଡ୍ ମଣ୍ଡଳ ବ୍ୟବସାୟ ବିକାଶ ୟୁନିଟ୍ (ବିଡିୟୁ) ନିୟମିତ ଭାବରେ ବାଣିଜ୍ୟ ୟୁନିଟ୍ ସହିତ ଯୋଗାଯୋଗ କରୁଛି ଏବଂ କାର୍ଯ୍ୟ କ୍ଷମତା ପାଇଁ ନୂତନ ଟ୍ରାଫିକ ପ୍ରସ୍ତାବ ଗୁଡିକର ଏକ ନୋଡାଲ୍ ପଏଣ୍ଟ ଭାବରେ କାର୍ଯ୍ୟ କରୁଛି।

Exit mobile version