ଭଗ୍ନ,ବିପଦସଙ୍କୁଳ ଆମଣାକୁଦ କେନାଲ ପୋଲ : ମରଣ ଯନ୍ତା ପାଲଟିଛି ,ଗମନା ଗମନରେ ବାଧା

୨୦ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବାଲିପାଟଣା :-> ଜନଗହଳିପୂର୍ଣ୍ଣ ଆମଣାକୁଦ କେନାଲ ପୋଲଟି ମରାମତି ଅଭାବରୁ ଏହା ଭଗ୍ନ ବିପଦସଙ୍କୁଳ ଭାବେ ମରଣଯନ୍ତା ପାଲଟିଛି । ଏହି ପୋଲ ଉପରେ ଲୋକେ ନିଜର ଗାଡି ଚଳାଇବା କିମ୍ବା ପାଦରେ ଚାଲିକରି ଯିବାକୁ ଏବେ ଲୋକେ ଭୟ କରୁଛନ୍ତି । ଏପରି ଭଗ୍ନ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଦୀର୍ଘ ୮୦ ବର୍ଷର ପୁରୁଣା କେନାଲ ପୋଲଟିକୁ ଦେଖିବାକୁ ମିଳିଛି , ଭୁବନେଶ୍ଵର ଉପକଣ୍ଠ ବାଲିପାଟଣା ବ୍ଲକ ଅନ୍ତର୍ଗତ ତଥା ନିଆଳି ଜଳସେଚନ ବିଭାଗ, କାର୍ଯ୍ୟାଳୟ ଅଧିନସ୍ଥ ନିଆଳି ଡିଷ୍ଟ୍ରିବୁଟାରୀର ଆମଣାକୁଦସ୍ଥିତ ଜରାଜୀର୍ଣ୍ଣ କେନାଲ ପୋଲଟିକୁ ।

ଏହି ପୋଲର ଦୂରାବସ୍ଥା ନେଇ ଅଭିଯୋଗ କଲେ ସୁଦ୍ଧା ବିଭାଗ୍ୟ କର୍ମ ଚାରି ଦେଖି ନଦେଖିଲା ପରି ଚେଇଁ ଶୋଇଛି। ଏହି ପୋଲଟି ଏପରି ମରଣଯନ୍ତା ପାଲଟିଛି ଯେ କେତେବେଳେ ପୋଲଟି ଭୁଷୁଡିପଡ଼ି କେତେ ଯେ ଧନ ଜୀବନ ହାନି ଘଟିବ ତାହା କେହି କହିପାରିବେ ନାହିଁ । ଏହି ଭଗ୍ନ କେନାଲ ଉପରେ ପ୍ରତି ଦିନ ସହ ସହ ସଂଖ୍ୟାରେ ଟ୍ରକ, ଟ୍ରାକ୍ଟର,ମଟର ସାଇକେଲ, ଵସ,ସମେତ ବିଭିନ୍ନ ଯାନବାହାନ, ଏବଂ ଲୋକମାନେ ନିଆଳି,ଅଡଶପୁର, ବନମାଳୀପୁର, ବାଲିପାଟଣା, କଟକ, ଏବଂ ଭୁବନେଶ୍ବରକୁ ଯାତାୟାତ କରିଥାଆନ୍ତି ।

ଏହି କେନାଲ ପୋଲର ଦୂରାବସ୍ଥା ଦେଖି ଡ୍ରାଇଭରମାନେ ଏଥିରେ ସେମାନଙ୍କର ଗାଡ଼ି ଚଳାଇବାକୁ ଭୟ କରୁଛନ୍ତି । ଏହି କେନାଲ ପୋଲର ରାସ୍ତାଟି ଫୁଲନଖରା-ନିଆଳୀ ମାଧଵ 60 ନମ୍ବର ରାଜ୍ୟ ରାଜପଥ ସହିତ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଅଟେ । ଆଉ ମଧ୍ୟ ଏହି ରାସ୍ତାର ଆମଣାକୁଦ ଵସ ଷ୍ଟାଣ୍ଡ ରହିଛି ,ଏହି ରାସ୍ତା ମଧ୍ଯ ଦେଇ ଦୈନିକ ଶହ ଶହ ସଂଖ୍ୟାରେ ଲୋକମାନେ ବସଷ୍ଟାଣ୍ଡକୁ ଆସି କଟକ, ଭୁବନେଶ୍ୱରର ଏବଂ ମା ମଙ୍ଗଳାଙ୍କ ପୀଠ କାକଟପୁର ସମେତ କୋଣାର୍କ, ପୁରୀକୁ ଯାତାୟାତ କରିଥାଆନ୍ତି । କିନ୍ତୁ ପୋଲର ଏପରି ଦୂରାବସ୍ଥା ଯୋଗୁଁ ଗମନା ଗମନରେ ବାଧା ଦେଖାଦେଇଛି । ଏଣୁ ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଏଠାରେ ନୂତନ ପୋଲ ନିର୍ମାଣ କରିବାକୁ ସମାଜସେବୀ ବିଭୁତି ଭୁଷଣ ମହାପାତ୍ର, ଗୁଟୁନା ଛୋଟରାୟ , ଶିବ ସାମନ୍ତରାୟ, ସମେତ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବୀ କରାଯାଇଛି ।

Exit mobile version