୧୯ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚିଲିକା :-> ବାଣପୁର -ବସନ୍ତ ଋତୁର ବଡ଼ ପର୍ବ ଦୋଳଯାତ୍ରା । ବସନ୍ତ ରାସ ସହିତ ଫଗୁ ବା ଅବୀରଖେଳର ଯାତ୍ରା ଭାବରେ ଉତ୍କଳର ପୁରପଲ୍ଲୀ ଚ଼ଳଚ଼ଞ୍ଚଳ ହୋଇଉଠେ। ଦୋଳଗୋବିନ୍ଦ ଶ୍ରୀଦେବୀ ଭୂଦେବୀଙ୍କ ସହିତ ସମସ୍ତ ଦେବାଦେବୀ ଦୋଳବିମାନରେ ବସି ଦ୍ଵାରା ଦ୍ଵାର ବୁଲି ଚ଼ାଚ଼େରୀଭୋଗ ଖାଇବା ସହିତ ଦୋଳିରେ ବସି ଝୁଲିବାର ଏହି ଆଧ୍ୟାତ୍ମିକ ଉତ୍ସବ ପ୍ରାଚୀନ କାଳରୁ ଉତ୍କଳରେ ପାଳିତ ହୋଇଆସୁଥିବାବେଳେ ମା’ଭଗବତୀଙ୍କପୀଠ ବାଣପୁରରେ ଏହି ଯାତ୍ରା ନିଆରା ଢଙ୍ଗରେ ପାଳିତ ହୁଏ । ଫାଲ୍ଗୁନ ଶୁକ୍ଳ ଦଶମୀ ଭିତରଫଗୁ |
ପ୍ରତ୍ୟୁଷରୁ ମା’ଙ୍କ ଅଙ୍ଗରାଗ ମାଜଣା, ବେଶ, ମହାପ୍ରସାଦ ଲାଗି ପରେ ବଲ୍ଲଭ ଆଳତୀ, ହୋଇ ଅବୀର ସହିତ ଚ଼ଣା ଶାକର ଲାଗିପରେ ମଧ୍ୟାହ୍ନଧୂପ ହୋଇ ପହୁଡ଼ । ସଂଧ୍ୟାରେ ନିଶଙ୍କୁଡ଼ି ଧୂପ,ଆଳତି, ବଡ଼ସିଂହାର ଧୂପ ପରେ ପହୁଡ’l ଶୁକ୍ଳ ଏକାଦଶୀରେ ରାତ୍ର ବଡ଼ସିଂହାର ପରେ ମା’ଙ୍କ ଚଳନ୍ତି ପ୍ରତିମା କାଠିଠାକୁରାଣୀ, ଶ୍ରୀ ଶ୍ରୀଦକ୍ଷେଶ୍ଵରଦେବ, ଶ୍ରୀ ଶ୍ରୀରଙ୍କ ନାଥ ଦେବ ଶ୍ରୀଶ୍ରୀ ରଘୁନାଥ ଦେବଙ୍କ ସହିତ ଦକ୍ଷେଶ୍ଵର ମନ୍ଦିର ଠାରୁ ସମ୍ମିଳିତ ଭାବରେ ସିଧାସିଧା ବାଜାରୋଷଣି ସହିତ ପୂର୍ବ ଦିଗରେ ଅବସ୍ଥିତ ବିଷରପାଟଣା ପର୍ଯନ୍ତ ଯାତ୍ରାକରି ଫେରିବା ବାଟରେ ପରିଛା ସାହି ର ପିତ୍ରାଳୟ ପରିଛା ସାଆନ୍ତଙ୍କ ଦୁଆରେ ମାନଙ୍କରେ ଚ଼ାଚ଼େରୀଭୋଗସାରି ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି I
ସେହିପରି ଶୁକ୍ଳ ଦ୍ଵାଦଶୀ ତିଥିର ରାତ୍ରବଡ଼ସିଂହାରପରେ ମା’ଭଗବତୀ ଶ୍ରୀଦକ୍ଷେଶ୍ଵର , ଶ୍ରୀରଙ୍କ ନାଥ,ଶ୍ରୀ ରଘୁନାଥ ଦେବଙ୍କ ସହିତ ଦକ୍ଷେଶ୍ଵର ମନ୍ଦିରରୁ ବିଜେ କରି ପଶ୍ଚିମଦିଗରେ ଅବସ୍ଥିତ ମା’ଭଗବତୀ ମନ୍ଦିର ପର୍ଯ୍ୟନ୍ତ ଥାଟ ପଟୁଆରରେ ଯାତ୍ରା କରି ସେଠାରୁ ଦକ୍ଷେଶ୍ଵର ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରନ୍ତି। ଶୁକ୍ଳ ତ୍ରୟୋଦିଶି ତିଥିରେ ପୁଣି ମା’କାଠି ଠାକୁରାଣୀ ପୂର୍ବ ଦିନ ପରି ବିଷର ପାଟଣା ପର୍ଯ୍ୟନ୍ତ ଯାତ୍ରାକରି ଫେରିବା ବାଟରେ ପରିଛା ସାଆନ୍ତଙ୍କ ଦୁଆରେ ଚାଚେରୀ ଭୋଗ ସାରି ଫେରିଆସିବା ସମୟରେ ବାଣପୁର ନିକଟସ୍ଥ ଅଚ୍ୟୁତରାଜପୁର,ଶ୍ରୀନିବାସପୁର,ତୁଳସୀ ଦେଇ ପୁର, ପାଟପୁର, କୋଟ ବିଦ୍ୟାଧରପୁର,
ଗୋପାଳପୁର ଇତ୍ୟାଦି ଶାସନବାଡ଼ି ସହିତ ଖୁଣ୍ଟପଲ୍ଲୀର ଠାକୁରମାନେ ଥାଟ ପଟୁଆର ବାଣରୋଶଣୀ ସହିତ ମଧ୍ୟରାତ୍ର ପରେ ମିଳିତ ହୋଇ ମା’ଭଗବତୀଙ୍କୁ ଚତୁର୍ଦ୍ଦଶୀ ଯାତ୍ରା ନିମନ୍ତେ ନିମନ୍ତ୍ରଣ ଧରି ବାଣପୁର ବଜାର ସାହିଠାରେ ଆସି ଅପେକ୍ଷା କରିଥିବା ସମୟରେ ମା’କାଠି ଠାକୁରାଣିଙ୍କୁ ସାଥିରେ ନେଇ ଭଗବତୀ ମନ୍ଦିର ପର୍ଯ୍ୟନ୍ତ ଯାତ୍ରା କରି ସେଠାରେ ସମସ୍ତ ଦେବାଦେବୀଙ୍କୁ ବିଦାୟ ଦେଇ ମା’ ଦକ୍ଷେଶ୍ଵର ମନ୍ଦିରକୁ ଫେରିଆସନ୍ତି। ଶୁକ୍ଳ ଚତୁର୍ଦ୍ଦଶୀ ତିଥିସଂଧ୍ୟାରେ ବାଲୁଗାଁ ଅଞ୍ଚଳର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବ ଦକ୍ଷେଶ୍ଵର ମନ୍ଦିର ନିକଟରେ ପହଞ୍ଚିବା ପରେ ମା’ଭଗବତୀ କାଠିଠାକୁରାଣି,
