୧୯ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆର,ଉଦୟଗିରି :-> ରାଜ୍ୟ ସାମ୍ବାଦିକ ସଂଘର ଆନ୍ଦୋଳନକୁ ସମର୍ଥନ ଜଣାଇ କଳାବ୍ୟାଚ୍ ପରିଧାନ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଆର,ଉଦୟଗିରି ସାମ୍ବାଦିକ ସଂଘ । ସଂଘର ସଭାପତି ମମତାଜ୍ ମହମ୍ମଦ୍ ଙ୍କ ନେତୃତ୍ୱରେ ସମସ୍ତ ସାମ୍ବାଦିକ ମାନେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇ ବିଭିନ୍ନ ନାରାବାଜି ଦେଇ ରାଜ୍ୟ ସରକାର ଏବଂ5t ଅଧ୍ୟକ୍ଷଙ୍କ ଉଦ୍ଧେଶ୍ୟରେ ୫ ଦଫା ସମ୍ବଳିତ ଏକ ଦାବିପତ୍ର ତହସିଲଦାର ଜୋତିର୍ମୟ ଦାଶଙ୍କୁ ପ୍ରଦାନ କରିଛନ୍ତି ।
ରାଜ୍ଯରେ ଆଜି ସମସ୍ତଙ୍କ ଆଗରେ ବଳି ପଡିଛନ୍ତି ସାମ୍ବାଦିକ । ଯିଏ ରାତି ହେଉ କି ଦିନ ସବୁ ସମୟରେ ଜନତାଙ୍କର ସମସ୍ଯା ବୁଝିବା ସହିତ କିପରି ସେ ସରକାରୀ ସହାୟତା ପାଇବ, ସେ ନେଇ ପ୍ରଶାସନ ନିକଟରେ ଖବର ପହଞ୍ଚାଉଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନା ଏବଂ କାର୍ଯ୍ଯକ୍ରମକୁ ଜନସାଧାରଣ ଙ୍କ ନିକଟରେ ପହଞ୍ଚାଉଥିବା ସାମ୍ବାଦିକ ମାନଙ୍କ ପ୍ରତି ଅବହେଳାକୁ ଦୁଢ ନିନ୍ଦା କରାଯାଇଛି ।
ସମ୍ବିଧାନର ଚାରୋଟି ସ୍ତମ୍ଭ ମଧ୍ୟରୁ ସାମ୍ବାଦିକ ଚତୁର୍ଥ ସ୍ତମ୍ଭରେ ରହିଥିଲେ ମଧ୍ୟ ସାମ୍ବାଦିକ ସୁରକ୍ଷା ଆଈନ,ବରିଷ୍ଟ ସାମ୍ବାଦିକଙ୍କୁ ପେନସନ୍ ,ସ୍ୱାସ୍ଥ୍ୟ ବିମା ଜୋଜନା ରେ ପିତାମାତା ଙ୍କୁ ସାମିଲ୍ କରିବା ,ମିଡିଆ ଏକାଡେମି ଗଠନ କରିବା ,ଇତ୍ଯାଦି ବିଭିନ୍ନ ଦାବୀ ନେଇ ଆଜି ଆର,ଉଦୟଗିରି ସାମ୍ବାଦିକ ସଙ୍ଘର ସମସ୍ତ ସାମ୍ବାଦିକ କଳାବ୍ୟାଜ୍ ପରିଧାନ କରି ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନକୁ ଜାରୀ ରଖିବା ସହିତ ଖବର ସଙ୍ଗ୍ରହ ମଧ୍ୟ ଜାରୀରଖିଛନ୍ତି । ଦାବୀପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରୀ ରହିବ ବୋଲି କହିଛନ୍ତି ସଂଘର ସଭାପତି ।
