ଅଜଣା ଗାଡିଧକ୍କା ରେ ସାଇକେଲ ଆରୋହୀ ମୃତ୍ଯୁ

୧୯ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବଡଚଣା :-> ବଡଚଣା ବ୍ଲକ ଅନ୍ତର୍ଗତ ୧୬ ନଂ ଜାତୀୟ ନେଳିଆ ପେଟ୍ରୋଲ୍ ପମ୍ପ୍ ସାମ୍ନାରେ ମଙ୍ଗଳବାର ଅପରାହ୍ନରେ ଦୁର୍ଘଟଣା ଘଟି ସାଇକେଲ ଆରୋହୀ ଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ଯୋଗ୍ଯ ଟାଙ୍ଗୀ ଥାନା ଅନ୍ତର୍ଗତ ରୁଦ୍ରପୁର ଗ୍ରାମ ର ଦିଲୀପ ବ୍ରହ୍ମ, ଜଗତପୁର ଠାରେ ଏକ କମ୍ପାନୀ ରେ କାମ କରନ୍ତି ।କାର୍ଯ୍ୟସାରି କମ୍ପାନୀ ରୁ ସାଇକେଲ ଯୋଗେ ଘରକୁ ଫେରୁଥିବାବେଳେ ପେଟ୍ରୋଲ୍ ପମ୍ପ୍ ନିକଟରେ କୌଣସି ଗାଡି ଧକ୍କାଦେଇ ପଳାଇ ଯାଇଥିଲା । ଘଟଣା ସ୍ଥଳରେ ଦିଲୀପ ଙ୍କ ମୃତ୍ୟୁ ଘଟିଥିଲା । ଏ ସମ୍ପର୍କରେ ଖବର ପାଇ ବୈରୀ ଥାନା ପୋଲିସ ପହଞ୍ଚି ମୃତ ଦେହ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଥିବା ଜଣାପଡିଛି ।

Exit mobile version