ରାସ୍ତା ଦୁର୍ଘଟଣାରେ ନିରାକାରପୁର ରାଜସ୍ବ ନୀରିକ୍ଷକଙ୍କ ପରଲୋକ

୧୮ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଖୋର୍ଦ୍ଧା ଜିଲ୍ଲା :-> ନିରାକାରପୁର ଥାନା ଅନ୍ତର୍ଗତ ବଡ଼ପୋଖରିଆ ଛକ ନିକଟ ୧୬ ନଂ ଜାତୀୟ ରାଜପଥ ରେ ସଡ଼କ ଦୁର୍ଘଟଣାରେ ଆଜି ନିରାକାରପୁର ରାଜସ୍ବ ନୀରିକ୍ଷକ ପ୍ରଶାନ୍ତ କୁମାର ଷଡ଼ଙ୍ଗୀ ଙ୍କ ମୃତ୍ୟୁ ବରଣ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ କି ଆଜି ରାତି ୧୦ ଟା ବେଳେ ନିଜ ଅଫିସରେ ଥିବା କିଛି କାର୍ଯ୍ୟ ଶେଷ କରି ନିଜ ଘର ନଇରୀ ଯାଉଥିବାବେଳେ ଏକ ଗାଡି ତାଙ୍କୁ ବଡ଼ପୋଖରିଆ ନିକଟରେ ଧକ୍କା ଦେଇଥିଲା ।

ପରେ ସ୍ଥାନୀୟ ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ହସ୍ପିଟାଲ୍ ରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ରାତି ୧୧ ଟା ବେଳେ ତାଙ୍କୁ ଡାକ୍ତର ମୃତ୍ ଘୋଷଣା କରିଥିବା ଜଣାପଡିଛି। ଘଟଣାସ୍ଥଳରେ ନିରାକାରପୁର ଆଇଆଇସି ବିଶ୍ୱଜିତ୍ ରାଉତରାୟ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବୁଲେଟ ଜବତ କରି ତଦନ୍ତ ଚଳାଇନ୍ତି।

Exit mobile version