ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟ ଅଡିଟୋରିୟମର ଶିଳାନ୍ୟାସ

୧୭ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ଗତକାଲି ଭୁବନେଶ୍ୱର ବକ୍ସି ଜଗବନ୍ଧୁ ବିଦ୍ୟାଧର ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଡିଟୋରିୟମ (ପ୍ରେକ୍ଷାଳୟ) ନିର୍ମାଣ ପାଇଁ ରାଜ୍ୟ ସରକାର ପ୍ରଥମ ପର୍ଯାୟ ରେ ୮.୪୯ କୋଟି ଟଙ୍କା ପ୍ରଶାସନିକ ମଞ୍ଜୁରି ଦେଇଥିବାବେଳେ ଗତକାଲି ଏହାକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶିଳାନ୍ୟାସ କରିଥିଲେ । ଏହି ପ୍ରେକ୍ଷାଳୟ ନିର୍ମାଣ ପାଇଁ ପୁରାତନ ଛାତ୍ର ସଂସଦ, କଲେଜ କର୍ତୃପକ୍ଷ ଏବଂ ପ୍ରାକ୍ତନ ଛାତ୍ର ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଠିଆକର୍ଷଣ କରିଥିଲେ ।

କାର୍ଯ୍ୟକ୍ରମରେ କଲେଜ ର ପରିଚାଳନା କମିଟି ଅଧ୍ୟକ୍ଷ ହାରୁନ୍ ରସିଦ ଖନ୍, ସଭାପତି ବି ଜେ ବି ଫ୍ରେଣ୍ଡସ ଦେବାଶିଷ ପଟ୍ଟନାୟକ, କଲେଜ ର ଅଧ୍ୟକ୍ଷ ଡ଼ ଇଟିଶ୍ର ପାଢ଼ି , କୃଷି ଶିଳ୍ପ ନିଗମ ଉପାଧ୍ୟକ୍ଷ ଡ଼ ସନ୍ତୋଷ ବେଜ୍, ପୂର୍ବତନ ଉପ ବାଚସ୍ପତି ବିଭୂତି ଭୂଷଣ ସିଂ ମର୍ଦ୍ଦରାଜ, ସମରେଶ ବେଉରା, ଷ୍ଟପ କାଉନସିଲ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ପ୍ରମୁଖ ଏବଂ ପୁରାତନ ଛାତ୍ର ସଂସଦ ସଦସ୍ୟ ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version