କୋରଡ଼ା ଗଡ ଲଙ୍କାପୋଡି ଉପଲକ୍ଷେ ଅନୁଷ୍ଠିତ ହେବ ନାଟକ ମହୋତ୍ସବ

୧୭ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନୂଆଗାଁ :->  ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ କୋରଡ଼ା ପଞ୍ଚାୟତ ପରିସରରେ କୋରଡ଼ା ଗଡ ଲାଙ୍କାପୋଡ଼ି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଲଙ୍କାପୋଡି ମହୋତ୍ସବ ରେ ଯାତ୍ରା ମହୋତ୍ସବ ଅନୁଷ୍ଠିତ ହେବ।କୋରଡ଼ା ଗ୍ରାମ ସଭାପତି ପ୍ରମୋଦ ଦାସ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବୈଠକ ରେ ସମ୍ପାଦକ ଭଗବାନ ପ୍ରଧାନ,କୋରଡ଼ା ଗଡ ଲଙ୍କା ପୋଡ଼ି ମହୋତ୍ସବ ସଭାପତି ଗୋଲଖ ବିହାରୀ ଗୋଚ୍ଛାୟତ,କମିଟି ସଂଯୋଜକ ବିଜୟ ଦାଶ,

ରମେଶ ରାଉତ ,ସମ୍ପାଦକ ବସନ୍ତ କୁମାର ଚୌଧୁରୀ ଙ୍କ ସମେତ ଖାଲମଡା,ନୂଆଗାଁ,କୋରଡ଼ା, ଜୀଗିନି ପଡ଼ା ଗ୍ରାମ ର କଳାକାର ମାନେ ଉପସ୍ଥିତ ରେ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକ ରେ ମେ ମାସ ୫ ତାରିଖରେ କୋରଡ଼ା ଗଡ ଲାଙ୍କାପୋଡି ଆରମ୍ଭ ଏବଂ ମେ ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ମା ତାରିଣୀ ନାଟ୍ୟ ସଂସଦ ଖାଲମଡା କେତେ କାନ୍ଦିବୁରେ ଗୌର ଦାଶ,

ଜିଗିନିପଡା ରାମେଶ୍ବର ନାଟ୍ୟ ସଂସଦ ଜୀଗିନି ପଡ଼ା କଥା ରହିଗଲା କାଳ କାଳକୁ, ନୂଆଗାଁ ଦାଶରଥି ନାଟ୍ୟ ସଂସଦ ଏଠି ତୋର ଦୋଷ ନା ମୋର ଦୋଷ, ବାପୁଜୀ ନାଟ୍ୟ ସଂସଦ କୋରଡ଼ା ଆଖିର ଜନମ କାନ୍ଦିବା ପାଇଁ ସାମାଜିକ ନାଟକ କଳାକାର ମାନେ ପରିବେଷଣ କରିବେ।ମେ ମାସ ୧୦ ତାରିଖରେ ମେଲୋଡି ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବୈଠକ ରେ ସ୍ଥିର କରାଯାଇଛି।

Exit mobile version