ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଆଶୁ ଆରୋଗ୍ୟ କାମନା କରି ଝାଙ୍କରପାଲି ଏବଂ ଅଢାପରାରେ ଦୀପ ପ୍ରଜ୍ବଳନ

୧୭ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ସମ୍ବଲପୁର  :-> ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଆଶୁ ଆରୋଗ୍ୟ କାମନା କରି ଆଜି ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ଯୁଯୋମୁରା ବ୍ଲକ ଝାଙ୍କରପାଲି ବାବା ପଣ୍ଡରାପାଟ ଶିବ ମନ୍ଦିର ଏବଂ ଛାମୁଣ୍ଡା ପଞ୍ଚାୟତ ଅଢାପରା ହନୁମାନ ମନ୍ଦିର ଠାରେ ଗ୍ରାମବାସୀ ଙ୍କ ପକ୍ଷରୁ ଦୀପ ପ୍ରଜ୍ବଳନ କରାଯାଇଥିଲା I

ଝାଙ୍କରପାଲି ଠାରେ ଗ୍ରାମବାସୀ ଙ୍କ ସମେତ ପୂର୍ବତନ ଜ଼ିଲ୍ଲା ପରିଷଦ ସଦସ୍ୟ ରୀନା ବେହେରା, ସୁବୋଧ ବେହେରା, ପ୍ରଦୀପ ପରିଡା, ରଜନୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ I ଠିକ୍ ସେହିପରି ଅଢାପରା ଠାରେ ନନ୍ଦ ରଞ୍ଜିତ, ବୀରେନ୍ଦ୍ର ପଶାୟତ, ଦିଲୀପ ନାୟକ, କଳ୍ପନା କଲେତ, ସୀତା ଭୋଇ ପ୍ରମୁଖ ଙ୍କ ସମେତ ଗ୍ରାମବାସୀ ସାମିଲ ଥିଲେ I

Exit mobile version