୧୬ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବଡଚଣା :-> ବଡଚଣା ପୋଲିସ ଦ୍ୱାରା ଚଣ୍ଡିଖୋଲ ଠାରୁ ହରିଣ ସିଙ୍ଗ ଜବତ କରିବା ସହିତ ଜଣକୁ ଗିରଫ କରିଛି। ଘଟଣାରୁ ପ୍ରକାଶ ଯେ ଚଣ୍ଡିଖୋଲ ଠାରେ ହରିଣ ସିଙ୍ଗ ବିକାକିଣା ହୋଇଥିବା ବିଶେଷ ସୁତ୍ରରୁ ଖବର ପାଇ ବଡଚଣା ଥାନା ଅଧିକାରୀ ଶରତଚନ୍ଦ୍ର ପାତ୍ର ଓ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ଜହର ଆବେଦିନ ରାତି ୯ଟା ସମୟରେ ଚଣ୍ଡିଖୋଲ ନିକଟସ୍ଥ ଦୁର୍ଗା ମଣ୍ଡପ ନିକଟରେ ପହଞ୍ଚି ଚଢାଉ କରିଥିଲେ।
ଘଟଣା ସ୍ଥଳରୁ ହରିଣ ସିଙ୍ଗ ଜବତ କରିବା ସହ ଜଣକୁ ଧରିଥିଲେ। ଉକ୍ତ ବେପାରୀ ହେଲେ କେନ୍ଦ୍ରାପଡା ଜିଲ୍ଲାର ଆଳି ଅଞ୍ଚଳର ରଜନୀ କାନ୍ତ ସିଂ ସେ ଚଣ୍ଡିଖୋଲ ଠାରେ ଭଡା ଘରେ ରହିଆସୁଥିଲେ। ପରେ ଆସାମୀକୁ ବୈରୀ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡିଛି। ବୈରୀ ରେଞର ହିମାଂଶୁ ଶେଖର ପୃଷ୍ଟି ପ୍ରକାଶ କରିଛନ୍ତି ଯେ ଜଙ୍ଗଲ ବିଭାଗ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
