ନୂଆଗାଁ ବ୍ଲକ୍ ରେ ବି ଏସ୍ କେ ୱାଇ ନବୀନ କାର୍ଡ ବଣ୍ଟନ

୧୬ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନୂଆଗାଁ :->  ନୂଆଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ବି ଏସ୍ କେ ୱାଇ ନବୀନ କାର୍ଡ ବଣ୍ଟନ କରାଯାଇଛି ।ନୂଆଗାଁ ବ୍ଲକ୍ ର ୨୨ ଟି ପଞ୍ଚାୟତ ର ୩ ଶହ ରୁ ଉର୍ଦ୍ଧ୍ବ ହିତାଧିକାରୀ ଙ୍କୁ ଏହି କାର୍ଡ ବଣ୍ଟନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ଯୋଗଦେଇ ଏହି କାର୍ଡ ବଣ୍ଟନ ଶୁଭାରମ୍ଭ କରିଥିଲେ।ତତ୍ ସହିତ ଏହି କାର୍ଡ ର ଉପାଦେୟତା ବର୍ଣ୍ଣନା କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ବିଡ଼ିଓ ବାସୁଦେବ ନାୟକ ଙ୍କ ସହିତ ବ୍ଲକ୍ ର ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।ବିଜୁ ସ୍ବାସ୍ଥ୍ୟ କାର୍ଡ ରୁ ଯେଉଁମାନେ ବଞ୍ଚିତ ହୋଇଥିଲେ ,ସେମାନଙ୍କୁ ଏହି ନବୀନ କାର୍ଡ ବଣ୍ଟନ କରାଯାଇଛି।ଏହି କାର୍ଡ ମାଧ୍ୟମରେ ମହିଳା ମାନେ ୧୦ ଲକ୍ଷ ଏବଂ ପୁରୁଷ ମାନେ ମାଗଣାରେ ୫ ଲକ୍ଷ ସରକାରୀ ମେଡିକାଲ ଠାରୁ ଆରମ୍ଭ କରି ବେସରକାରୀ ଚିକିତ୍ସାଳୟରେ ମଧ୍ୟ ଏହି କାର୍ଡ ମାଧ୍ୟମରେ ଚିକିତ୍ସା କରିପାରିବେ।

Exit mobile version