ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଆଶୁ ଆରୋଗ୍ୟ ପାଇଁ ସମଲେଶ୍ୱରୀଙ୍କ ଠାରେ ଦୀପ ପ୍ରଜ୍ବଳନ

୧୬ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ସମ୍ବଲପୁର  :->  ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ଆଶୁ ଆରୋଗ୍ୟ କାମନା କରି ଶନିବାର ସନ୍ଧ୍ୟା ଘ.୫.୩୦ମି. ସମୟରେ ମା’ ସଲେଶ୍ଵରୀଙ୍କ ମନ୍ଦିର ଠାରେ ଦୀପ ପ୍ରଜ୍ବଳନ କରାଯାଇଥିଲା I ପ୍ରସନ୍ନ ଆଚାର୍ଯ୍ୟ ଙ୍କ ଶୁଭେଛୁ ତଥା ବିଜେଡି ର ବରିଷ୍ଠ ନେତା ତଥା କର୍ମୀ ମାନେ ରେ ଉପସ୍ଥିତି ରହି ଶ୍ରୀ ଆଚାର୍ଯ୍ୟ ଙ୍କ ଆଶୁ ଆରୋଗ୍ୟ ପାଇଁ ମା’ ସମଲେଶ୍ୱରୀ ଙ୍କୁ ପ୍ରାର୍ଥନା କରିଥିଲେ I

 

ଏହି ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମରେ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ, ବରିଷ୍ଠ ବିଜେଡି ନେତା ଅଶୋକ ସେନାପତି, ଗୋକୁଳ ମେହେର, ହୀରାଲାଲ ବେହେରା, ମନୋଜ ମହାପାତ୍ର, ଖରାଂଶୁ ଶେଖର ଦେବ, ପ୍ରଶାନ୍ତ ଥାପା, ପ୍ରଫୁଲ୍ଲ ଦାଶ, ଆର ଏ ଶିବ କୁମାର, ସତ୍ୟନ୍ଦ୍ର ଦାଶ, ଦୁଲାଲ ଚନ୍ଦ୍ର ରାୟ,

 

ଅଜୟ ମହାରଣା, ଗୋପାଳ ପୃସେଠ୍, ବିଶ୍ଵାମିତ୍ର ସାହୁ, ସହଦେଵ ଗୁରୁ, ହରେକୃଷ୍ଣ ସରାଫ, ରବୀନ୍ଦ୍ର ସିଂହ, ମାୟାଧର ଜେନା, ଜୟକୃଷ୍ଣ ବେହେରା, ବିଜୟ ସ୍ୱାଇଁ, ରାଜ କୁମାର ସାହୁ, ବିଜୟ ସାହୁ, ସରସ୍ବତୀ ଭୋଇ,ବାଦଲ ବାରିକ, ବିନୋଦ ନାଗ ସୁବାସିନୀ ନାଗ,ଭକ୍ତ ଚରଣ ଦାସ ପ୍ରମୁଖ ସାମିଲ ଥିଲେ I

Exit mobile version