Home Uncategorized କୋରାପୁଟ ବିଧାନସଭା ଆସନ, କଂଗ୍ରେସରୁ ଦୁଇ ମୁଖ୍ୟ ଆଶାୟୀଙ୍କ ମଧ୍ୟରେ କୃଷ୍ଣ ସଗରିଆ ଓ କୃଷ୍ଣ କୁଲଦୀପ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୬ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କୋରାପୁଟ :-> ରାଜ୍ୟରେ କଂଗ୍ରେସ ଯଥା ସିଘ୍ର ତା’ର ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି କହୁଥିଲେ ମଧ୍ୟ ବିଜେଡି ବିଜେପି ମେଣ୍ଟ ହେବାକୁ ନେଇ ପ୍ରାୟ ଦୁଇ ସପ୍ତାହ ହେବ ଯେଉଁ ଚର୍ଚ୍ଚା ଚାଲିଛି ସେଥିପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବାରେ ବିଳମ୍ କରୁଥିବା ପ୍ରତୀୟମାନ ହେଉଛି । ତେବେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀ ମାନଙ୍କ ନିମନ୍ତେ ସଂରକ୍ଷିତ ଥିବା ଏକମାତ୍ର ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀ । ୨୦୦୯ ରେ ଏଠାରୁ ବିଜୁଜନତା ଦଳର ରଘୁରାମ ପାଡାଲ ନିର୍ବାଚନ ଜିତିଥିଲେ । ସେତେବେଳେ ଶ୍ରୀ ପାଡାଲ ୩୩,୨୩୫ ଭୋଟ ପାଇ ବିଜୟୀ ହୋଇଥିଲା ବେଳେ ତାଙ୍କ ନିକଟତମ ପ୍ରତିଦ୍ଵନ୍ଦୀ କଂଗ୍ରେସର କୃଷ୍ଣ ଚନ୍ଦ୍ର ସଗରିଆ ୩୨,୧୨୧ ଖଣ୍ଡ ଭୋଟ ପାଇଥିଲେ । ସେହିପରି ବିଜେପିର ଜୟରାମ ଗରଡ଼ା ୮,୯୧୭ ଓ ବିଏସପିର ସୋମନାଥ ଖରା ୫୩୯୮, ଓ ସ୍ବାଧୀନ ପ୍ରାର୍ଥୀ ଆନନ୍ଦ ପାତିକା ୪୧୧୭ ଖଣ୍ଡ ଭୋଟ ପାଇଥିଲେ । ସେହିପରି ୨୦୧୪ ନିର୍ବାଚନର କଂଗ୍ରେସର କୃଷ୍ଣ ଚନ୍ଦ୍ର ସଗରିଆ ୫୦,୬୭୨ ଭୋଟ ପାଇ ନିର୍ବାଚିତ ହୋଇଥିବା ବେଳେ ବିଜେଡ଼ି ପ୍ରାର୍ଥୀ ରଘୁରାମ ପାଡାଲ ଙ୍କୁ ଏଠାରେ ପ୍ରାର୍ଥୀ କରାନଯାଇ ରଘୁରାମ ମାଛଙ୍କୁ ପ୍ରାର୍ଥୀ କରାଯାଇଥିଲା । ଶ୍ରୀ ମାଛ ୪୫, ୬୯୬ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ଥିଲେ। ସେହିପରି ବିଜେପି ର ଜୟରାମ ଗରଡ଼ା ୧୩,୬୬୫, ନୋଟାରେ ୨୨୦୪ ଓ ବିଏସପିର ବଳଭଦ୍ର ମାଣ୍ଡିଙ୍କୁ ମିଳିଥିଲା ୨୦୯୧ ଖଣ୍ଡ ଭୋଟ । ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରଘୁରାମ ପାଡାଲ ଏଠାରୁ ୪୮,୧୭୧ ଭୋଟ ପାଇ ଜିତିଥିଲା ବେଳେ କଂଗ୍ରେସର କୃଷ୍ଣ କୁଲଦୀପ ୪୧,୮୮୬ ଖଣ୍ଡ ଭୋଟ ପାଇ ଦ୍ବତୀୟ ଓ ବିଜେପିର ତ୍ରିପୁରାରୀ ଗରଡ଼ା ୩୩,୯୮୪ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ଥିବା ବେଳେ ନୋଟାରେ ୩୨୩୫ ଓ ବିଏସପି ପ୍ରାର୍ଥୀ ଭାଗିରଥି ପାଣ୍ଟିଆ ପାଇଥିଲେ ୨୪୮୯ ଖଣ୍ଡ ଭୋଟ ପାଇଥିଲେ । ତେବେ କୃଷ୍ଣ ଚନ୍ଦ୍ର ସଗରିଆ କଂଗ୍ରେସରୁ ୨୦୧୪ ରେ ନିର୍ବାଚିତ ହୋଇଥିଲେ ମଧ୍ୟ କାର୍ଯ୍ୟକାଳ ପ୍ରାୟ ୬ ମାସ ବାକି ଥାଇ ୨୦୧୮ ଅକ୍ଟୋବର ମାସରେ କୁନ୍ଦୁଲି ପୀଡିତାଙ୍କୁ ନ୍ଯାୟ ନମିଳିବା ଅଭିଯୋଗ କରି ବିଧାୟକ ପଦବୀରୁ ଇସ୍ତଫା ଦେଇଥିଲେ ଓ କେତେକ ଘଟଣାକୁ ନେଇ କଂଗ୍ରେସ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲା । ସେହିପରି ଶ୍ରୀ ସଗରିଆ ବହୁଜନ ସମାଜପାର୍ଟିରେ ଯୋଗଦେଇ ଥିଲେ । ଅବଶ୍ୟ ସଗରିଆଙ୍କ ରାଜନୈତିକ ଜୀବନ ବିଏସପି ରୁ ହିଁ ଆରମ୍ଭ ହୋଇଥିଲା । ସେହିପରି ପ୍ରାୟ ଏକମାସ ତଳେ କୃଷ୍ଣ ସଗରିଆଙ୍କ ଉପରୁ କଂଗ୍ରେସ ନିଲମ୍ବନ ଆଦେଶ ପ୍ରତ୍ୟାହୃତ କରିଥିବା ବେଳେ ସେ ପୁଣି ଦଳରେ ସାମିଲ ହୋଇଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଥିବା ୧୪ ଟି ବିଧାନସଭା ନିର୍ବାଚନମଣ୍ଡଳୀ ଥିବା ବେଳେ ଏକମାତ୍ର କୋରାପୁଟ ବିଧାନସଭା ନିର୍ବାଚନମଣ୍ଡଳୀ ଟି ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀ ମାନଙ୍କ ପାଇଁ ସଂରକ୍ଷିତ ରହିଛି । ବର୍ତ୍ତମାନ ବିଭିନ୍ନ ଦଳରୁ ଅନେକ ଆଶାୟୀ ପ୍ରାର୍ଥୀମାନେ ରହିଥିବା ବେଳେ କଂଗ୍ରେସରେ ମଧ୍ୟ ଏକାଧିକ ଆଶାୟୀ ରହିଛନ୍ତି , ତେବେ ଆଶାୟୀଙ୍କ ମଧ୍ୟରେ ମୁଖ୍ୟତଃ ଦୁଇ କୃଷ୍ଣ ଆଗରେ ଥିବା ଜଣାପଡ଼ିଛି । ଦୁହିଁଙ୍କ ମଧ୍ୟରେ ପୁର୍ବତ୍ତନ ବିଧାୟକ କୃଷ୍ଣ ଚନ୍ଦ୍ର ସଗରିଆ ରହିଥିବା ବେଳେ ଅନ୍ଯ ଜଣେ ହେଉଛନ୍ତି କୃଷ୍ଣ କୁଲଦୀପ ରହିଛନ୍ତି । ବର୍ତ୍ତମାନ ଚର୍ଚ୍ଚା ହେଉଛି ଯାହା ହେଲେ ବି କଂଗ୍ରେସ ଜଣେ କୃଷ୍ଣ ନାମ ଧାରି ଙ୍କୁ ପ୍ରାର୍ଥୀ କରିବ ଏଥିରେ ସନ୍ଦେହ ନାହିଁ । Categories: Uncategorized, ଓଡ଼ିଶା, କୋରାପୁଟ, ରାଜନୀତି, ହୋମ୍ Related Content କର୍ତ୍ତବ୍ୟନିଷ୍ଠ ଶିକ୍ଷୟିତ୍ରୀ ବିନୋଦିନୀ କୁଣ୍ଡୁଙ୍କୁ ଭାବବିହ୍ୱଳ ବିଦାୟ ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ by Proprietor Abhimanyu Maharana October 1, 2026 ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି by Proprietor Abhimanyu Maharana October 1, 2026 Vedanta Aluminium Brings Digital Learning to Rural Schools in Rayagada and Kalahandi by Proprietor Abhimanyu Maharana October 1, 2026 ଆଦର୍ଶ ବିଦ୍ୟାଳୟର ସ୍ପାର୍କ-୨୦୨୬ ଅନୁଷ୍ଠିତ by Proprietor Abhimanyu Maharana October 1, 2026 ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର : ଶ୍ରଦ୍ଧାଳୁ ଆନନ୍ଦିତ by Proprietor Abhimanyu Maharana October 1, 2026 ଦୁର୍ଗାପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି by Proprietor Abhimanyu Maharana October 1, 2026