ସିଏମସି ୫୮ ନମ୍ବର ୱ।ର୍ଡ଼ର ବିଭିନ୍ନ କାର୍ଯ୍ୟର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର

୧୬ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କଟକ :-> କଟକ ସଦର ନିର୍ବାଚନ ମଣ୍ଡଳୀ ସିଏମସି ୫୮ ନମ୍ବର ୱ।ର୍ଡ଼ର ବିଭିନ୍ନ ଗ୍ରାମର ସାହିର ରାସ୍ତା, ପାର୍କ,ପବଲ୍କିକ ଟୟଲେଟ, ଅଙ୍ଗନବାଡି ଗୃହ, କମ୍ୟୁନିଟି ହଲ ଆଦି ଦୁଇ କୋଟି ଟଙ୍କାରୁ ଉର୍ଦ୍ଧ୍ବ କାର୍ଯ୍ୟର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ଶନିବାର ଅନୁଷ୍ଠିତ ହୋଇଥିଲା ।

ସିଏମସି ୫୮ ନମ୍ବର ୱ।ର୍ଡ଼ର କର୍ପୋରେଟର ଜନାର୍ଦ୍ଦନ ପରିଡ଼ାଙ୍କ ଉପସ୍ଥିତରେ, କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଉକ୍ତ ଉନ୍ନୟନ ମୂଳକ କାର୍ଯ୍ୟର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର କରିଥିଲେ ।

ପ୍ରଥମେ ବିଧାୟକ ଶ୍ରୀ ବେହେରା ୧୬ ନମ୍ବର ଜାତୀୟ ରାଜପଥ ଠାରୁ କୁମ୍ଭରାଜପୁର ଗ୍ରାମର ବ୍ରହ୍ମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଫେବଡ଼ ବ୍ଲକ ରାସ୍ତା କାର୍ଯ୍ୟର ଉଦଘାଟନ କରିଥିଲେ । ସେହିପରି ନୂଆଗଡ଼ , ପ୍ରତାପନଗରୀ, ଭାଣପୁର ଗ୍ରାମର ବିଭିନ୍ନ କାର୍ଯ୍ୟର ଉଦଘାଟନ ସାଙ୍ଗକୁ ଭିତ୍ତିପ୍ରସ୍ତରକ ରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ କଟକ ସଦର ବ୍ଲକର ବିଜେଡି ସଭାପତି ପ୍ରମୋଦ ମହାପାତ୍ର, ୱ।ର୍ଡ଼ ବିଜେଡି ସଭାପତି ବିକ୍ରମ ଶତପଥୀ, ମନୋରଞ୍ଜନ ମହାପାତ୍ର, ପୂର୍ବତନ କର୍ପୋରେଟର କୌଶିକ ଜେନା, ନଗର ବିଜେଡ଼ି ସଂପାଦକ ସୁଶାନ୍ତକୁମାର ମହାନ୍ତି, ମହିଳା ବିଜେଡି ସଂପାଦିକା ଶିବାନୀ ଜେନା, ଝରଣା ରିଉତ , ଡ଼ଲି ନାୟକ,

ପ୍ରମୋଦ କୁମାର ବେହେରା ,ପ୍ରମୋଦ କୁମାର ସ୍ୱାଇଁ , ଅଜିତ କୁମାର ରାଉତ, ତ୍ରୈଲୋକ ପ୍ରଧାନ , ମହେଶ୍ୱର ଭଟ୍ଟ , ପ୍ରମୁଖ ଯୋଗଦେଇଥିଲେ । ବିଧାୟକ ଶ୍ରୀ ବେହେରା ଏବଂ କର୍ପୋରେଟରଙ୍କ ପ୍ରତିଶ୍ରୁତି ବାସ୍ତବରେ କାର୍ଯ୍ୟକାରୀ ହୋଇ ପାରିଥିବାରୁ ୱ।ର୍ଡ଼ ବାସୀ ବିଧାୟକ ଏବଂ କର୍ପୋରେଟରଙ୍କୁ ଧନ୍ୟବାଦ ଦେଇଥିଲେ ।

Exit mobile version