ସ୍ବେଚ୍ଛାସେବୀ ଅନୁଷ୍ଠାନ କର୍ମ ମନ୍ଦିର : ଆନୁକୂଲ୍ୟରେ ଯୁବ ଉତ୍ସବ ୨୦୨୪ପାଳିତ

୧୫ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଖୋର୍ଦ୍ଧା-ଜଟଣୀ :-> ଜଟଣୀର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “କର୍ମ ମନ୍ଦିର” ଆନୁକୁଲ୍ୟରେ ଚଳିତ ବର୍ଷର ଯୁବ ଉତ୍ସବ ମହାସମାରହରେ ପାଳିତ ହୋଇଯାଇଛି । ଶୁକ୍ରବାର ଅପରାହ୍ନରେ ରେଳବାଇ ବିଜେବି ଇନିଷ୍ଟିଚୁଟ୍ ଠାରେ ଆୟୋଜିତ ଏହି ଉତ୍ସବରେ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ଡ଼ିଆରଏମ୍ ଏଚ ଏସ ବାଜୱା ମୁଖ୍ୟ ଅତିଥି, ପଦ୍ମଶ୍ରୀ ବିନୋଦ ମହାରଣା ମୁଖ୍ୟବକ୍ତା, ଶିକ୍ଷାବିତ ତ୍ରିଲୋଚନ ରାୟ ଏବଂ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଭିଷେକ ଗିରି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।

ଡିଆରଏମ୍ ଶ୍ରୀ ବାଜୱା ଉପସ୍ଥିତ ଶତାଧିକ ଯୁବକ, ଛାତ୍ର,ଛାତ୍ରୀଙ୍କୁ ଉଦବୋଧନ ଦେଇ ଓଡିଶାର ବିକାଶରେ ରେଲୱେର ଭୂମିକା ଉପରେ ଗୁରୁତ୍ବ ଦେବା ସହ ଯୁବ ସମାଜ ସହଯୋଗ କରିବା ପାଇଁ ଆହ୍ବାନ ଦେଇଥିଲେ। ଜଟଣୀର ଯୁବ ସମାଜ କଠିନ ପରିଶ୍ରମ କରି ଆଗକୁ ବଢ଼ିବା ସହିତ ଜଟଣୀର ନାମକୁ ଉଜ୍ଜଳ କରିବାପାଇଁ ଅନୁରୋଧ କରିଥିଲେ।

“କର୍ମମନ୍ଦିର” ଅନୁଷ୍ଠାନକୁ ସାଧୁବାଦ୍ ଜଣାଇବା ସହ ପ୍ରତିବର୍ଷ ଏହିପରି ୟୁଥ୍ ଫେଷ୍ଟିଭାଲ ମାଧ୍ୟମରେ ଯୁବ ସମାଜକୂ ଯୋଡ଼ି ରଖିବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟବକ୍ତା ପଦ୍ମଶ୍ରୀ ବିନୋଦ ମହାରଣା ନିଜର ଅନୁଭୂତି ମାଧ୍ୟମରେ ଜଣେ ସାଧାରଣ ଗରିବ ପରିବାରରୁ ଆସି ନିଜର ସାଧନା ଓ ପରିଶ୍ରମ ବଳରେ କେମିତି ପଦ୍ମଶ୍ରୀ ପାଇଛନ୍ତି ଉଲ୍ଲେଖ କରିଥଲେ।

ଯୁବ ସମାଜ ଚାହିଁଲେ ସବୁକିଛି ସମ୍ଭବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ। ସମ୍ମାନୀତ ଅତିଥି ଶିକ୍ଷାବିତ ତ୍ରିଲୋଚନ ରାୟ ଯୁବ ସମାଜକୁ ଧନ୍ଦା ମୁଳକ ଶିକ୍ଷା ଉପାରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଟଣୀ ଯୁବ ସମାଜର ବିଭିନ୍ନ ବର୍ଗର ସଫଳ ବ୍ୟକ୍ତିତ୍ୱ ମାନଙ୍କୁ ସମ୍ମାନୀତ କରଯାଇଥିଲା।

ଏହି କାର୍ଯ୍ୟକ୍ରମକୁ କର୍ମମନ୍ଦିର ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ସବିତା ରାୟ ସଞ୍ଚାଳନ କରିଥିବା ବେଳେ ଭାରତୀୟ ତୈଳ ନିଗମର ଅଧ୍ୟକ୍ଷ ସୁଦୀପ୍ତ ରାୟ, ତିରୁପତି ଶତପଥୀ, ପ୍ରଦୀପ ଜେନା, ପ୍ରଶାନ୍ତ ପ୍ରଧାନ, ଛବି ପାଇକରାୟ, କିଶୋର ସାହୁ ଓ ମନୋଜ୍ ମିଶ୍ର ପ୍ରମୁଖ ସଂଯୋଜନା ଓ ପରିଚାଳନା କରିଥିଲେ।

Exit mobile version