ସୁକାନ୍ତ ସେଠୀ କଟକ ସଦର ଆସନରୁ ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ

୧୫ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କଟକ  :-> ନିର୍ବାଚନ କମିଶନର ୧୬ ତାରିଖରୁ ନିର୍ବାଚନ ଆଚରଣବିଧି ଲାଗୁବା ସହିତ ନିର୍ବାଚନ ତାରିଖ ଘୋଷଣା କରିବେ । ଏହି ପରିପ୍ରେକ୍ଷୀରେ କଟକ ସଦର ନିର୍ବାଚନ ମଣ୍ଡଳୀରୁ ସାମାଜିକ କର୍ମୀ ସୁକାନ୍ତ ସେଠୀ ସ୍ୱାଧୀନ ପ୍ରାର୍ଥୀ ଭାବେ ଚଳିତ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇ ନିର୍ବାଚନ ଲଢିବେ ବୋଲି ଶୁକ୍ରବାର ଅପରାହ୍ନରେ କଟକ ନୂଆପଡା ଠାରେ ଘୋଷଣା କରିଛନ୍ତି ।

ଶ୍ରୀ ସଠୀ ସଦାସର୍ବଦା ଗରିବ , ଅସହାୟ ଦଳିତ ଲୋକଙ୍କ ନ୍ୟାଯ୍ୟ ଦାବି ପାଇଁ ଲଢ଼େଇ କରି ଆସୁଛନ୍ତି । ଏଣୁ ତାଙ୍କୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବା ଲାଗି ତାଙ୍କର ବହୁ ହିତାକାଂକ୍ଷି ସମର୍ଥକ ପ୍ରାର୍ଥୀ କରାଇଛନ୍ତି । ସେ ନିର୍ବାଚନ ଲଢି ଜତିଲେ ସେ ସତ୍ୟପାଠ ଜରିଆରେ ଲୋକମାନଙ୍କର ହୋଇ ପାରିନଥିବା କର୍ଯ୍ୟକୁ ପ୍ରାଥମିକତା ଦେବା ସହିତ ,

୪୨ ମୌଜାରେ ଦୀର୍ଘ ବର୍ଷ ଧରି ଅଚଳ ହୋଇ ପଡିଥିବା ଶୀତଳ ଭଣ୍ଡାର କୁ କାର୍ଯ୍ୟ କ୍ଷମ କରିବା, ନୂଆପଡା ଠାରେ ଥିବା କେନ୍ଦ୍ରୀୟ ସ୍କୁଲର ପୂନର ଉଦ୍ଧାର କାର୍ଯ୍ୟ କରିବେ ବୋଲି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ । ଏହି ବୈଠକରେ ଅସିତ ପଶାୟତ, ସୁବାସ ଚନ୍ଦ୍ର ବସ୍ତିଆ ,ରବିନ୍ଦ୍ର ବେହେରା, ସୁକାନ୍ତ ସାହୁ,ଟିକିଲି ଦେହୁରୀ, ସାଗର ମହାନ୍ତି ,ମହେନ୍ଦ୍ର ସ୍ୱାଇଁ ,ସୁରେନ୍ଦ୍ର ମହାପାତ୍ର ,ଉମେଶ ଚନ୍ଦ୍ର ନାୟକ, ପ୍ରମୁଖ ବହୁ ସମର୍ଥକ ଯୋଗଦାନ କରିଥିଲେ ।

Exit mobile version