
୧୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ଵର :-> ମମ୍ ଟ୍ରଷ୍ଟ ଓ କମିଶନରେଟ ପୁଲିସ୍, ଭୁବନେଶ୍ଵର ଓ କଟକ ର ମିଳିତ ଆନୁକୁଲ୍ୟରେ ଚଳିତ ବର୍ଷ ର ଆନ୍ତର୍ଜାତିକ ମହିଳା ଦିବସ ପାଳନ ଅବସର ରେ ଏକ ନୂଆ ପରିକଳ୍ପନା ” “ୱମ୍ୟାନ ବିହାଇଣ୍ଡ ଦ ଖାକି” ନାମକ କାର୍ଯକ୍ରମ ସ୍ଥାନୀୟ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ରେ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯକ୍ରମ ରେ ପୋଲିସ୍ ପରିବାର ମହିଳା ସଦସ୍ୟ ନିଜର ପ୍ରତିଭା ପ୍ରଦର୍ଶନ ନାଚ ଗୀତ ମାଧ୍ୟମ ରେ କରିଥିଲେ l ଦେଶ ଓ ସମାଜର ସୁରକ୍ଷା ପାଇଁ ତତ୍ପର ରହୁଥିବା ପୋଲିସ ପରିବାର ମହିଳା ସଦସ୍ୟ ମାନଙ୍କ ପାଇଁ ଏହି ଦିନଟି ଚିତ୍ତବିନୋଦନ ପାଇଁ ଉଦ୍ଦିଷ୍ଟ ରହିଥିଲା l ପୋଲିସ୍ ପରିବାର ର ସଫଳ ବ୍ୟକ୍ତିତ୍ବ ମାନଙ୍କୁ ଏହି ଅବସର ରେ ସମ୍ମାନିତ କରାଯାଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ମହର୍ଷି କଲେଜ୍ ର ଡେଆର୍ ଡେଭିଲ, ରେଡକ୍ରସ ଆଉ ଏନ୍. ସି. ସି ଟିମ୍ ର ସଦସ୍ୟ/ସଦସ୍ୟା ତଥା ମମ୍ ଟ୍ରଷ୍ଟ ର ସଭ୍ୟ/ସଭ୍ୟା,ସ୍ଵେଚ୍ଛାସେବୀ ମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଆସିଟାଣ୍ଟ କମିଶନର ଅଫ ପୋଲିସ୍, ଭୁବନେଶ୍ଵର ର ଅଞ୍ଜନା ଟୁଡୁ, ମୁଖ୍ୟ ବକ୍ତା ହିସାବରେ ବିଶିଷ୍ଟ ଗାଳ୍ପିକା, ଚଳଚ୍ଚିତ୍ର ନିର୍ମାତା ନିର୍ଦ୍ଦେଶିକା ଓ ଓକିଲ ବିୟୁତ ପ୍ରଜ୍ଞା ତ୍ରିପାଠୀ ଏବଂ ମହିଳା ଥାନା , ଭୁବନେଶ୍ଵର ଆଇ.ଆଇ.ସି ରୀନା ମିଶ୍ର ନିଜର ବହୁମୂଲ୍ୟ ଅଭିଭାଷଣ ପ୍ରଦାନ କରିଥିଲେ l ମମ୍ ଟ୍ରଷ୍ଟ ର ମୂଖ୍ୟ ସୁଜାତା ନୟକ କାର୍ଯକ୍ରମ ର ଆଭିମୁଖ୍ୟ ତଥା ଟ୍ରଷ୍ଟ ର କାମ ବିଷୟରେ ନିଜର ସ୍ବାଗତ ଭାଷଣ ରେ ଦର୍ଶାଇଥିଲେ l ସତ୍ୟନାରାୟଣ ବିଶ୍ଵାଳ ସଭା ପରିଚାଳନା କରିଥିବା ବେଳେ ଟ୍ରଷ୍ଟ ର ସମ୍ପାଦିକା ମଧୁସ୍ମିତl ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ l ଏହି କାର୍ଯକ୍ରମ ର ପ୍ରାୟୋଜକ ଆସୋଟେକ୍ ଓ ନାଲକୋ ରହିଥିବା ବେଳେ, ମମ୍ ଟ୍ରଷ୍ଟ ଏହାକୁ ଆୟୋଜନ କରିଥିଲା l ୨୦୦ ରୁ ଉର୍ଦ୍ଧ ଅଂଶଗ୍ରହଣକରୀ ଦିନ ତମାମ ରଙ୍ଗାରଙ୍ଗ କାର୍ଯକ୍ରମ କୁ ଉପଭୋଗ କରିଥିଲେ l

