ସାମ୍ବାଦିକ ପିନ୍ଧିଲେ କଳା ବ୍ୟାଚ !!

୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଖୋର୍ଦ୍ଧା – ଜଟଣୀ :-> ଏକ କାଳୀନ ୫ ହଜାର ସାମ୍ୱାଦିକ ପିନ୍ଧିଲେ କଳା ବ୍ୟାଚ୍। ରାଜ୍ୟର ସମସ୍ତ ସାମ୍ବାଦିକ ମାନେ ଆଣିଲେ ଦାବି।ନ୍ୟାର୍ଯ୍ୟ ଦାବି ପ୍ରତି ସରକାରଙ୍କ ଅଣଦେଖା ପ୍ରତିବାଦରେ ସମଗ୍ର ରାଜ୍ୟରେ ବିଭିନ୍ନ ସାମ୍ବାଦିକ ସଂଘ ସଦସ୍ୟ ମାନେ କଳାବ୍ୟାଚ ପରିଧାନ କରି ପ୍ରତିବାଦ କରିଛନ୍ତି।

ଏହି କ୍ରମରେ ଭୂବନେଶ୍ଵର ସାମ୍ବାଦିକ ସଂଘ ପକ୍ଷରୁ ଆଜି ଜୟଦେବ ଭବନ ସମ୍ମୁଖରେ ବରିଷ୍ଠ ସାମ୍ବାଦିକ ମାନଙ୍କୁ ପେନସନ, ସାମ୍ବାଦିକ ସୁରକ୍ଷା ଆଇନ, ଗୋପବନ୍ଧୁ ଜୀବନ ବିମା ଯୋଜନାରେ ହିତାଧିକାରୀଙ୍କ ବାପା ମାଆ ସହ ୨୫ ବର୍ଷରୁ ଅଧିକ ପିଲାଙ୍କୁ ଅନ୍ତର୍ଭୁକ୍ତ କରିବା ଓ ରାଜ୍ୟରେ ପ୍ରେସ୍ ଏକାଡେମୀ ପ୍ରତିଷ୍ଠା ଦାବି ନେଇ ଏକ ପ୍ରଦର୍ଶନର ଆୟୋଜନ କରାଯାଇଛି।

ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାର ସାମ୍ୱାଦିକ ସଦସ୍ୟ ମାନେ ସାମିଲ୍ ହୋଇଥିଲେ। ଆଗାମୀ ନିର୍ବାଚନ ପୂର୍ବରୁ ଯଦି ସରକାର ଏହି ସବୁ ଦାବିକୁ ନ ମାନନ୍ତି ତେବେ ସବୁ ସାମ୍ବାଦିକ ମାନେ ନିର୍ବାଚନ ସମୟରେ କଳା ବ୍ୟାଚ ପରିଧାନ କରିବେ ବୋଲି ବିଭୂତି ଭୂଷଣ କର,ରାଜ୍ୟ ସଭାପତି ଉତ୍କଳ ସାମ୍ବାଦିକ ସଂଘ,ବରିଷ୍ଠ ସାମ୍ବାଦିକ ସନତ ମିଶ୍ର, ରମେଶ ମହାନ୍ତି ଓ ଭୟେସ ଅଫ ମିଡ଼ିଆ ରାଜ୍ୟ ସଭାପତି ପ୍ରଭାତ ମିଶ୍ର ପ୍ରମୁଖ ସୁଚନା ଦେଇଛନ୍ତି।

Exit mobile version