ପାରଳାଖେମୁଣ୍ଡି ସାମ୍ବାଦିକ ମାନଙ୍କ ତରଫରୁ ବରିଷ୍ଠ ସାମ୍ୱାଦିକ କେ.ରତ୍ନମଙ୍କ ପରିବାରଙ୍କୁ ୧୦,୦୦୦ ଟଙ୍କା ଆର୍ଥିକ ସାହାଯ୍ୟ ପ୍ରଦାନ କରାଗଲା

ଓଡିଶା ତାଜା ନ୍ୟୁଜ୍ (୨୯ ଜୁଲାଇ ବୁଧବାର ) ପାରଳାଖେମୁଣ୍ଡି :- ଆମ୍ଭମାନଙ୍କ ପ୍ରିୟ ତଥା ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ରତ୍ନମଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ସହାୟତା ପ୍ରଦାନ ନିମନ୍ତେ ପୁର୍ବ ନିଷ୍ପତ୍ତି ପ୍ରକାରେ ସାମ୍ବାଦିକ ବନ୍ଧୁ ମାନେ ଯେଉଁ ଅର୍ଥ ରାଶି ସହାୟତା କରିଥିଲେ, ସେଥି ମଧ୍ୟରୁ ଦଶ ହଜାର ଟଙ୍କା ତାଙ୍କ ପରିବାର ସଦଶ୍ୟଙ୍କୁ ପ୍ରଦାନ କରାଯାଇଥିଲା ତାଙ୍କ ନିକଟତର ସ୍ବାଭିମାନୀ ସାମ୍ବାଦିକ ବନ୍ଧୁ ମାନେ ସହାୟତା କରିଥିବା ବଳକା 5000/- ଟଙ୍କା ଓ ଚାଉଳ ଗୋଟିଏ ପକେଟ ନବଜୀବନ ଟ୍ରଷ୍ଟକୁ ଆଜି ପ୍ରଦାନ କରାଯାଇଛି ।

ନବଜୀବନ ଟ୍ରଷ୍ଟଦ୍ଵାରା ପ୍ରତିଷ୍ଠିତ ଏହି ଅନାଥ ଆଶ୍ରମରେ ରହୁଥିବାସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ରହି ସ୍ୱର୍ଗତ ରତ୍ନମଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ସମୁହ ପ୍ରାଥନା କରିଥିଲେ । ଏଥି ସକାଶେ ସାମ୍ବାଦିକ ମାନଙ୍କ ପକ୍ଷରୁ ନବଜୀବନ ଟ୍ରଷ୍ଟର କର୍ମକର୍ତ୍ତା ଓ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା । (ରିପୋର୍ଟ -ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version