କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ ତତଫରୁ କୃଷିମେଳା ଓ ଶ୍ରୀ ଅନ୍ନ ପ୍ରଦର୍ଶନୀ

୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବାଲିପାଟଣା :-> କେନ୍ଦ୍ରୀୟ କୃଷିରତ ମହିଳା ସଂସ୍ଥାନ (ଶିବା) ତରଫରୁ ମାହିରା ଏଫ୍.ପି.ଓ ସହାୟତା ରେ ଖୋର୍ଦ୍ଧା ଜିଲ୍ଲା ର ବାଲିପାଟଣା ବ୍ଲକ୍ ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ ବୁଦ୍ଧିକେଶ୍ୱର ମନ୍ଦିର ପ୍ରାଙ୍ଗଣଠାରେ ଏହି କୃଷିମେଳା ଓ ଶ୍ରୀ ଅନ୍ନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଅଛି। ଏହି ମେଳାରେ ମୁଖ୍ୟ ଅତିଥିଭାବେ ପଦ୍ମଶ୍ରୀ ବଟକୃଷ୍ଣ ସାହୁ ଯୋଗଦେଇଥିଲେ। ଶିବାର ନିର୍ଦ୍ଦେଶିକା ଡ: ମୃଦୁଲା ଦେବୀ , ଜି.ଏଫ.ସି.ଏସ୍ ର ମୁଖ୍ୟ ଡ: ଅରୁଣ ପଣ୍ଡା (କେଏ ଏମ ଏମ ଇ) . ପ୍ରଧାନ ବୈଜ୍ଞାନିକ ଓ କନଭେନର ଡ: ଲିପି ଦାସ, ଇଫକୋ ର ରାଜ୍ୟ ମୁଖ୍ୟ ଶ୍ରୀ ଏସ.କେ ଚାର୍ଟାଜି, ନିଗମ ଏନ ଜି ଓ ର ସମ୍ପାଦକ ଶ୍ରୀ ସୁରେଶ କୁମାର ତ୍ରିପାଠୀ, ମିଲେଟମୋର ଅଗ୍ରୋ ଫୁଡ୍ ପ୍ରାଇଭେଟ୍ ଲିମିଟେଡ ର ଅଧ୍ଯକ୍ଷ ଶ୍ରୀ ବ୍ରଜ କିଶୋର ସ୍ବାଇଁ,.ଅଗ୍ରୋଧାନ ର ଅଧ୍ୟକ୍ଷ ହରପ୍ରସାଦ ପ୍ରଧାନ ,

ସନ୍ଦିପନ ରିସର୍ଚ୍ଚ ସେଣ୍ଟର ର ଅଧକ୍ଷ ଇ.ଆର ସନ୍ଦୀପ କୁମାର ସେନ, ଓ.ଡି.ଏ.ଆଇ ନେଚର୍ ଆଗ୍ରୋ ଫୁଡ୍ ପ୍ରାଇଭେଟ୍ ଲିମିଟେଡ ର ଅଧ୍ଯକ୍ଷ ଶ୍ରୀ ସତ୍ୟସ୍ଵରୂପ ନନ୍ଦ , ମାହିରା ଏଫ.ପି.ଓ ଚେୟାରମ୍ୟାନ ଶ୍ରୀମତି କୁମୁଦିନୀ ସ୍ବାଇଁ , ମାର୍କେଟିଂ ମୁଖ୍ଯ ଶ୍ରୀ ନିମାଇଁ ଚରଣ ନାୟକ, ମହିଳା ବିକାଶ ସଂଗଠନ ର ଅଧ୍ୟକ୍ଷା ମଧୁସ୍ମିତା ସେନାପତି ପ୍ରମୁଖ ଯୋଗ ଦେଇଥିଲେ ।
ଶିବାର ଶ୍ରୀ ଅତୁଲ ହେମ୍ବସ୍, ଶ୍ରୀୟା ପ୍ରିୟଦର୍ଶିନୀ ସମସ୍ତ କାର୍ଯ୍ୟରେ ସହାୟତା କରିଥିଲେ।ଡ: ଗାୟତ୍ରୀ ମହାରଣା ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ 350 ରୁ ଉର୍ଦ୍ଧ କୃଷିଜିବି ମହିଳା ସାମିଲ ହୋଇଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଶିବାର ନିର୍ଦ୍ଦେଶିକା ଡ: ମୃଦୁଲା ଦେବୀ ମହିଳା ମାନଙ୍କୁ ଆତ୍ମନିର୍ଭର କରିବା ଓ ଶସକ୍ତ କରିବା ଦିଗରେ ଶିବାର ସଂପୃକ୍ତି ଓ ଅବଦାନ ସଂପର୍କ ରେ ବିସ୍ତାରରେ ଆଲୋଚନା କରିଥିଲେ।

ମିଲେଟ ପ୍ରଡକ୍ଟ ର ପ୍ରୋସେଶିଂ ଓ ଏହାର ପ୍ରସ୍ତୁତିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଯୋଗଦାନ ଓ ଲାଭଦାୟୀତା ବିଷୟରେ ଆଲୋଚନା କରିଥିଲେ। ପ୍ରଧାନ ବୈଜ୍ଞାନିକ ଡ: ଲିପି ଦାସ ‘ଶ୍ରୀ ଅନ୍ନ ଗ୍ରାମ’ ପ୍ରୋଜେକ୍ଟ ର ଶ୍ରୀରାମ ପୁର ଓ ଆମେନାକୁଦ ଗ୍ରାମକୁ ପୋଷ୍ୟ ଗ୍ରାମ ଭାବରେ ଗ୍ରହନ କରାଯାଇଛି ବୋଲି ଦର୍ଶାଇଥିଲେ . ଏହି କାର୍ଯ୍ୟକ୍ରମ ମାଧ୍ୟମରେ କିପରି ମହିଳାମାନେ ଅଧିକ ରୁ ଅଧିକ ରୋଜଗାରକ୍ଷମ ହୋଇ ଆତ୍ମନିର୍ଭରଶିଳ ହେବେ ଏହି ବିଷୟରେ ଆଲୋଚନା କରିଥିଲେ। ଏହା ସହ ନାନୋ ଡିଏପି ଓ ୟୁରିଆ ମାଣ୍ଡିଆ ଚାଷରେ ଡେମୋନଷ୍ଟ୍ରେସନ କରିବା ପାଇଁ ଇଫକୋ ମୁଖ୍ୟ ଶ୍ରୀ ଏସ.କେ ଚାର୍ଟର୍ଜୀଙ୍କୁ କହିଥିଲେ ।

ମିଲେଟ ଆଗ୍ରୋ ଫୁଡ ପ୍ରାଇଭେଟ ଲିମିଟେଡ଼ ର ମୁଖ୍ୟ ଶ୍ରୀ ବ୍ରଜ କିଶୋର ସ୍ୱାଇଁ ମିଲେଟ ପ୍ରୋସେସିଂ ଓ ମାର୍କେଟିଙ୍ଗ ପାଇଁ ଯାହାବି ସହଯୋଗ ଲୋଡ଼ା ମାହିରା ଏଫପିଓ କୁ ଯୋଗାଇଦେବାର ପ୍ରତିଶୃତି ଦେଇଥିଲେ. ଉକ୍ତ ପ୍ରଦର୍ଶନୀ ରେ ୧୦ ରୁ ଉର୍ଦ୍ଧ ସଂସ୍ଥା ଓ କଂପାନୀ ନିଜ ନିଜର ମିଲେଟ୍ ଉତ୍ପାଦ ପ୍ରଦର୍ଶନ କରିଥିଲେ । ସର୍ବଶେଷରେ ଡ: ଲିପି ଦାସ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ board of director ବିଭୂତି ଭୂଷଣ ମହାପାତ୍ର, ତୁଷାର କାନ୍ତ ପ୍ରଧାନ,C E O ପବିତ୍ର ମହାପାତ୍ର, ଏବଂ ପଠାଣି ପାତ୍ର,ଫକିର ଚରଣ ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

Exit mobile version