୧୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପୁରୀ :-> ନେଦରଲାଣ୍ଡ ରୁ ଓଡିଶା ବୁଲିବାକୁ ଆସି ଲୁଟର ଶିକାର ହୋଇଥିବା ବିଦେଶୀ ପର୍ଯ୍ୟଟକ ଆନଥୋନି ଭ୍ୟାନ ଅର୍କେଲ ନିଜ ଦେଶକୁ ଫେରିଛନ୍ତି | ବିଦେଶୀ ପର୍ଯ୍ୟଟକ ଆନଥୋନି ନିଜର ସମସ୍ତ ଟଙ୍କା ଏବଂ ଜିନିଷ ଚୋରି ହେବା ପରଠାରୁ ଅସହାୟ ଅବସ୍ଥାରେ ଜାନୁଆରୀ ୨୫ ରିଖ ରୁ ଫେବୃଆରୀ ୨୯ ରିଖ ପର୍ଯ୍ୟନ୍ତ ନୀଳାଦ୍ରି ନୀଳୟ ଭିକାରୀ ଆଶ୍ରୟ ସ୍ଥଳରେ ପୁଲିସ ଆଣି ଛାଡିବା ପରେ ଆଶ୍ରୟ ନେଉଥିଲେ |
