ଯୋଡ଼ା ପୌରାଞ୍ଚଳରେ ବହୁମୁଖୀ ଇନ୍ ଡୋର ଷ୍ଟାଡିୟମ ଉଦଘାଟନ

 ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚମ୍ପୁଆ :->  କେନ୍ଦୁଝର ଜିଲ୍ଲା ଯୋଡା ପୌରପାଳିକା ଅନ୍ତର୍ଗତ ୯ ନମ୍ବର ୱାର୍ଡ ରେ ଏକ ଅତ୍ୟାଧୁନିକ ଇନ୍ଦୋର ଷ୍ଟାଡିୟମ୍ ଉଦଘାଟିତ ହୋଇଯାଇଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଏହି ଷ୍ଟାଡିୟମ୍ କୁ ଉଦଘାଟନ କରିଥିବା ବେଳେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ଯୋଡା ପୌରାଧ୍ୟକ୍ଷ ଜଗଦୀଶ ପ୍ରସାଦ ସାହୁ, ଉପାଧ୍ୟକ୍ଷା ସନ୍ଧ୍ୟା ପାତ୍ର, ବିଭିନ୍ନ ୱାର୍ଡ ର କାଉନ୍ସିଲର, ଜିଲ୍ଲା ବିଜେଡି ସମ୍ପାଦକ ବାବୁଲାଲ ସାହୁ, ଯୁବ ସଂଗଠକ ସୁଶାନ୍ତ ବାରିକ, ନିରଞ୍ଜନ ବହିଦାର,

 ଜିତେନ୍ଦ୍ର ଜୟସ୍ୱାଲ ଙ୍କ ସମେତ ମହିଳା ଗ୍ରୁପ, ସାଧାରଣ ଜନତା,ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ, ଇଣ୍ଡୋର୍ ଷ୍ଟାଡିୟମ୍ ଉଦଘାଟନ ପରେ ବିଧାୟିକା ଙ୍କ ସହ ଉପସ୍ଥିତ ନେତା ଓ ଜନତା ସମ୍ପୂର୍ଣ୍ଣ ଷ୍ଟାଡିୟମ୍ କୁ ବୁଲି ଦେଖିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ, ଏହି ଷ୍ଟାଡିୟମ୍ ରେ ଭଲି ବଲ, ଟେବୁଲ ଟେନିସ, ବ୍ୟାଡ୍‌ ମିଣ୍ଟନ୍ ପ୍ରଭୃତି ଖେଳ ପାଇଁ ସୁନ୍ଦର ଉପକରଣ ରହିଥିବା ସହ ବ୍ୟାୟମ ପାଇଁ ମଧ୍‌ଯ ବିଭିନ୍ନ ଅତ୍ୟାଧୁନିକ ଉପକରଣ ରହିଛି ।

ଏହି ଇନଡୋର ଷ୍ଟାଡିୟମଟିରେ ୭ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିବା ବେଳେ ଏଥିରେ ୪ଟି ବ୍ୟାଡମିଣ୍ଟନ କୋର୍ଟ , ଉଭୟ ପୁରୁଷ ଓ ମହିଳାଙ୍କ ନିମନ୍ତେ ୨ଟି ଜିମ, ୩ଟି ଟେବୁଲ ଟେନିସ କୋର୍ଟ,ଯୋଗ ଏବଂ ଧ୍ୟାନ,ଫିଜିଓଥ୍ରାପି ନିମନ୍ତେ ପ୍ରକୋଷ୍ଠ ରହିଛି । ଯାହା ଯୋଡ଼ାବାସିଙ୍କ ନିମନ୍ତେ ଅତ୍ୟନ୍ତ ଉପଯୋଗୀ ହେବ ବୋଲି ଜଣାପଡ଼ିଛି । ଏହା ପ୍ରାୟ ଦୁଇ ମାସ ପର୍ଯ୍ୟନ୍ତ ଯୋଡ଼ା ଜନସାଧାରଣଙ୍କ ପାଇଁ ନିଶୁଳ୍କ ରହିବ ।

ପରବର୍ତ୍ତୀ ସମୟରେ ଏହାର ବ୍ୟବହାର ନିମନ୍ତେ ଶୁଳ୍କ ଆଦାୟ କରାଯିବ । ଏନେଇ ଯୁବ ବର୍ଗଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରାଜ୍ୟରେ ଏକକାଳୀନ ୨୬ ଟି ବହୁମୂଖୀ ଇଣ୍ଡୋର୍ ଷ୍ଟାଡିୟମ୍ ର ଉଦଘାଟନ ହୋଇ ଯାଇଛି ।

Exit mobile version