ଖାଲମଡା ଗ୍ରାମ ର ବିକାଶ ପାଇଁ ଦଶପଲ୍ଲା ବିଧାୟକ ଙ୍କ ଅବଦାନ ଅତୁଳନୀୟ

 ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନୂଆଗାଁ :-> ଖାଲମଡା ଗ୍ରାମ ହେଉଛି ବିଜେଡ଼ି ର ଗଡ।ପ୍ରତି ନିର୍ବାଚନ ରେ ଏହି ଗ୍ରାମ ରୁ ବିଜେଡ଼ି ପାଏ ବହୁମତ। ଖାଲମଡା ଗ୍ରାମ ସୋନ୍ଦର୍ଯ୍ୟକରଣ ହେବା ସହ ବିକଶିତ ହେବାରେ ଲାଗିଛି।ଏହା କେବଳ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା ଯୋଗୁ ସମ୍ଭବପର ହୋଇପାରିଛି। ଖାଲମଡା ଗ୍ରାମ ତୋରଣ ଶୁଭ ଉଦଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଗ୍ରାମ ତୋରଣ କୁ ଉଦଘାଟନ କରିଥିଲେ ।

ତତ୍ ସହିତ ଗ୍ରାମ ର ବିକାଶ ପାଇଁ ସର୍ବଦା ପ୍ରଚେଷ୍ଟା ,ସହଯୋଗ ଥିଲା ଆଗକୁ ରହିବ ବୋଲି ମଧ୍ୟ କହିଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା,ଜିଲ୍ଲା ପରିଷଦ ସଭ୍ୟା ପ୍ରତିମା ଦଳ ବେହେରା, ଜସ୍ମିନ୍ ଦାଶ ନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ଅମିତା ପରିଡ଼ା,ସମିତି ସଭ୍ୟା ଶ୍ରଦ୍ଧାଞ୍ଜଳୀ ସାସମଲ୍,ସମାଜ ସେବୀ ଶଙ୍କର୍ଷଣ ବେହେରା,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା,ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ,

ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା ,ଗ୍ରାମ ସଭାପତି ଅଲେଖ ସିଠ ପ୍ରମୁଖ ଯୋଗ ଦେଇଥିଲେ। ଦଶପଲ୍ଲା ବିଧାୟକ ଙ୍କ ଖାଲମଡା ଗ୍ରାମ ର ବିକାଶ ପାଇଁ ଅବଦାନ କୁ ପ୍ରଶଂସା କରିବା ସହ ଧନ୍ୟବାଦ୍ ଦେଇଥିଲେ ଗ୍ରାମବାସୀ। ଏଭଳି ବିଧାୟକ ପାଇ ଆମେ ଗର୍ବିତ ବୋଲି ଗ୍ରାମବାସୀ ଙ୍କ ମୁଖରୁ ଶୁଣିବାକୁ ମିଳୁଛି।ଗ୍ରାମର ବିକାଶ ପାଇଁ ସରପଞ୍ଚ ଙ୍କ ଅବଦାନ କୁ ପ୍ରଶଂସା କରିଛନ୍ତି ଗ୍ରାମବାସୀ।

Exit mobile version