
୧୩ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) କଟକ :-> କମିଶନରେଟ ପୋଲିସ ପାହାଳ ଥାନାର ନୂତନ ଗୃହକୁ ଭରଚୁଆଲ ମାଧ୍ୟମରେ ବୁଧବାର ଅପରାହ୍ନରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ଏହି ଉଦଘାଟନ ଉତ୍ସବରେ ପୋଲିସ କମିଶନର ସଞୀବ ପଣ୍ଡା , ଭୁବନେଶ୍ୱର ଡିସିପି ପ୍ରତିକ୍ ସିଂ, ଅତିରିକ୍ତ ଡିସିପି ସେକ୍ ସରିଫ ଉଦ୍ଦିନ୍ , ପାହାଳ ଥାନା ଆଇଆଇସି ବିୟୁଟି ମହାନ୍ତି,, ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମେୟର ସୂଲଚନା ଦାସ , ବାଲିଅନ୍ତା ଥାନା ଆଇଆଇସି ରବିନ୍ଦ୍ର ମହେର ଙ୍କ ସମେତ ବହୁ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ସାଢ଼େ ୪ କୋଟି ଟଙ୍କା ବ୍ୟୟରେ ୧୧ ହଜାର ୫୦୦ ବର୍ଗ ଫୁଟ ବିଲଡିଙ୍ଗରେ , ଅତ୍ୟାଧୁନିକ ଅଫିସ ଗୃହ ,ବାରାକ, ଅଭ୍ୟର୍ଥନା ପ୍ରକୋଷ୍ଠ ହାଜତ ଗୃହ, ଲାଟିନ, କନଫରେସ୍ନ ହଲ ରହିଛି ବୋଲି ପୋଲିସ କମିଶନର ଶ୍ରୀ ପଣ୍ଡା ସୂଚନା ଦେଇଥିଲେ । ଏହି ଉଦଘାଟନ କାର୍ଯ୍ୟକ୍ରମରେ ପାହାଳ ଥାନାର ସମସ୍ତ ଅଫିସର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ସ୍ଥାନୀୟ ଅଞ୍ଚଳର ବହୁ ରାଜନୈତିକ ବ୍ୟକ୍ତି ଏବଂ ଅଞ୍ଚଳ ବାସୀ ଯୋଗଦାନ କରିଥିଲେ ।

