ମହାବୀର ଦେବ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଭୁବନେଶ୍ୱର ଚମ୍ପିୟାନ

୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବେଗୁନିଆ :-> ବେଗୁନିଆ ଥାନା ଗୋପାଳପୁର ପଂଚାୟତ ଅନ୍ତର୍ଗତ ନାରାୟଣୀପଡ଼ା ଗ୍ରାମର ମହାବୀର ଦେବ ରାଜ୍ୟ ସ୍ତରୀୟ ଫୁଟବଲ ମ୍ୟାଚ ଉଦଯାପିତ ହୋଇଛି। ଫାଇନାଲ ମ୍ୟାଚରେ ନୟାଗଡ ଫୁଟବଲ ଦଳ ଓ ଭୁବନେଶ୍ୱର ଫୁଟବଲ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଛି। ଏଥିରେ ନୟାଗଡ ଫୁଟବଲ ଦଳ ୧/୦ ଗୋଲରେ ବିଜୟୀ ହୋଇ ଚମ୍ପିୟାନ ଟ୍ରଫି ଗ୍ରହଣ କରିଥିଲା ।

ପୁରସ୍କାର ବିତରଣ ସଭାରେ  ଅନୁଷ୍ଠାନର ସଭାପତି ପୁରୁଷୋତ୍ତମ ବେହେରାଙ୍କ ଅଧ୍ୟକ୍ଷତାରେ ବିଜେଡ଼ି ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି, ବେଗୁନିଆ ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି ମୁଖ୍ୟବକ୍ତା, ବିଜେଡ଼ି ଦଳର ଜିଲ୍ଲା ସହସମ୍ପାଦକ ବିଜୟ ଲେଙ୍କା,ବୋଲଗଡ଼ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ବେଗୁନିଆ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା,ଶିକ୍ଷାବିତ ନାରାୟଣ ବେହେରା,ସରପଂଚ ପ୍ରଦୀପ କୁମାର ବାରିକ,ବୈକୁଣ୍ଠ ଚରଣ ସ୍ଵାଇଁ,

ସମିତିସଭ୍ୟ ପ୍ରକାଶ ଚନ୍ଦ୍ର ବଳିୟାର ସିଂହ, ଦିଲ୍ଲୀପ କୁମାର ମହାପାତ୍ର,ସମାଜସେବୀ ଶିଶିର କୁମାର ଆଚାର୍ଯ୍ୟ ଓ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ପଣ୍ଡାଙ୍କ ସମେତ କଳାକାର ଉପସ୍ଥିତ ରହି ବିଜେତା , ଉପବିଜେତା ଦଳକୁ ଯଥାକ୍ରମେ ୭ ହଜାର ଓ ୫ ହଜାର ଟଙ୍କା ଟ୍ରଫି ପ୍ରଦାନ କରିଥିଲେ । ପ୍ରାରମ୍ଭରେ ସମ୍ପାଦକ ବିଦ୍ୟାଧର ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ନୀରଜିତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version