ନୁଆଗଡ ବ୍ଲକ ସ୍ତରୀୟ ବି.ଏସ.କେ.ୱଇ ନବୀନ କାର୍ଡ ବଣ୍ଟନ

୪ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ନୁଆଗଡ ବ୍ଲକରେ ଆଜି ବି.ଏସ.କେୱାଇ ନବୀନ କାର୍ଡ ବିତରଣ କରାଯାଇଛି।ବିଡ଼ିଓ ଶ୍ରୀ ଲୋକନାଥ ଶବର ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ଗାବରା ତିରୁପତି ରାଓ ,ବ୍ଲକ ଚେୟାରମେନ ମାଳତୀ ପ୍ରଧାନ ଏବଂ ବ୍ଲକ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

ଆଜିର ଏହି କାର୍ଯ୍ୟକ୍ରମ ରେ ମୋଟ ୧୯ ଗୋଟି ପଞ୍ଚାୟତ ର ୨୭୦ ଜଣ ହିତାଧିକାରୀ ଙ୍କୁ ବି.ଏସ.କେ.ୱଇ ନବୀନ କାର୍ଡ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବ୍ଲକ ଉପାଧ୍ୟକ୍ଷ ନିହିମିୟା ରଇତ, ନିର୍ବାହୀ ପ୍ରହମ୍ନ କୁମାର ଦାସଙ୍କ ସହ ବିଭିନ ପଞ୍ଚାୟତ ର ସରପଞ୍ଚ, ସମିତି ସଭ୍ୟ, ସଦସ୍ୟ ମାନେ ଉପସ୍ଥିତ ରହିବା ସହ ବ୍ଲକର ବହୁ ଷ୍ଟାଫ ସହଯୋଗ କରିଥିଲେ |

Exit mobile version