ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘ ପକ୍ଷରୁ କୋଣାର୍କ ଜାତୀୟ ମହୋତ୍ସବ ୨୦୨୪ ର କାର୍ଯ୍ୟକାରୀ କମିଟିର ବୈଠକ

ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ବର  :-> ବନ୍ଦେ ଉତ୍କଳ ଲୋକକଳା ଓ ଲୋକସଂସ୍କୃତି ମହାସଂଘର କୋଣାର୍କ ଜାତୀୟ ମହୋତ୍ସବ ୨୦୨୪ ଅବସରରେ ଏକ ଗୁରୁତ୍ୱପୂର୍ଣ ବୈଠକ ହୋଟେଲ ସିଟି ରେସିଡେନସି, ଅଶୋକ ନଗର, ଭୁବନେଶ୍ୱର ଠାରେ ବିଜୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି,। କାର୍ଯ୍ୟକାରୀ ସଭାପତି ନନ୍ଦ କିଶୋର ସାହୁ, ସମ୍ପାଦକ -ବିନୋଦ କୁମାର ଭୋଇ, ରାଜ୍ୟ ସଂଯୋଜକ -ଚନ୍ଦ୍ର ଶେଖର ସାମଲ, ସାଂସ୍କୃତିକ ସମ୍ପାଦକ – ଜ୍ୟୋତ୍ସ୍ନା ରାଣୀ ନାୟକ, ଜିଲ୍ଲା ସଭାପତି -ଜଗନାଥ ଷଡ଼ଙ୍ଗୀ, ସନ୍ତୋଷ ମହାନ୍ତ, ଜିଲ୍ଲା ସମ୍ପାଦକ -ସୁଶାନ୍ତ ଦାଶ,

ସସ୍ମିତା ମହାନ୍ଙ୍କ ଉପସ୍ଥିତି ରେ କୋଣାର୍କ ଜାତୀୟ ଉତ୍ସଵକୁ କିପରି ସ୍ଵଛ, ଶୃଙ୍ଖଳିତ ଓ ନିରପେକ୍ଷ କରାଯିବ ସେ ସମ୍ପର୍କରେ ସବିଶେସ ଆଲୋଚନା କରାଯାଇଥିଲା ଏବଂ ଏହି ଉପଲକ୍ଷେ ଏକ ଉତ୍ସବ ପରିଚାଳନା କମିଟି ଗଠନ କରାଯାଇଥିଲା ଯଥା ମଞ୍ଚ ପରିଚାଳନା କମିଟିରେ ଦିବ୍ୟା ଜ୍ୟୋତ୍ସନା, ମିନତୀ କର, ସମ୍ବର୍ଦ୍ଧନା ବିଭାଗରେ,-ସୁଜାତା, ସସ୍ମିତା, ରଶ୍ମୀ ସାମଲ,ମିନକେତନ ପ୍ରଧାନ, ରହିଛନ୍ତି ଅତିଥି ନିମନ୍ତ୍ରଣରେ -ବିଜନ ମହାନ୍ତି, ଦିବ୍ୟା ଜ୍ୟୋତ୍ସ୍ନା, ଖାଦ୍ୟ କମିଟିରେ -ଚନ୍ଦ୍ରଶେଖର ସାମଲ, ପ୍ରେସ, ଟ୍ରଫି, ଉତ୍ତରୀ, ବ୍ୟାନର କମିଟିରେ -ସଭାପତି, ସମ୍ପାଦକ, ରହିଛନ୍ତି ,।

କାର୍ଯ୍ୟ ନିର୍ବାହୀ ସମ୍ପାଦକ, ଶୃଙ୍ଖଳା ବିଭାଗର -ପଦ୍ମ ଚରଣ ବେଉରା, ପ୍ରସନ ପାତ୍ର, ରତ୍ନାକର ସାହୁ , ଗୋପୀନାଥ ରାୟ ରହିଥିବାବେଳେ,ପ୍ରତିଭା ଅନ୍ୱେଷଣରେ -ନନ୍ଦ କିଶୋର ସାହୁ, ଧନୁର୍ଜୟ ହଁତଲା, ଅଭ୍ୟର୍ଥନା କମିଟିରେ -ଲିଲିଙ୍କା ବାରିକ, ସୋର୍ଣ୍ଣଲତା ଦଳେଇ, ଯୌମିନି ପୁସେଠ ଅତିରିକ୍ତ ଅତିଥି ନିମନ୍ତ୍ରଣ କମିଟିରେ ପ୍ରମୋଦ ଦାଶ, ଲକ୍ଷ୍ମୀକାନ୍ତ ବାହିନୀପତି ଥିବାବେଳେ store in charge ରେ ନାରଣ ସାହୁ, ଗିରିଧାରୀ ବିଶ୍ଵାଳ, ଏବଂ ମଞ୍ଚ ସଂଯୋଜନାରେ ଦେବେନ୍ଦ୍ରନାଥ ସେନାପତି, ସୁଜାତା ଦାଶ , ରହିଛନ୍ତି। ମହୋତ୍ସବର ପରିଚାଳନା କମିଟିରେ ବସୁଦେବ ପଧାନ, ପ୍ରମୋଦ କୁମାର ଦାଶ, ଅମିଲ ପୁଟେଲ , ନୀଳାମ୍ବର ନାୟକ ମାଗୁଣି ଚରଣ ରାଉତ ମୀରା ମହାନ୍ତି, ପ୍ରମୁଖ ନିର୍ବାଚିତ ହୋଇଛନ୍ତି ।

କୋଣାର୍କର ଏହି ଜାତିୟ କଳା ମହୋତ୍ସବ ଆସନ୍ତା ଜୁନ ମାସର ୮ ଓ ୯ ତାରିଖରେ ଅନୁଷ୍ଟିତ ହେବା ପାଇଁ ସ୍ଥିର କରାଯାଇଛି । କୋଣାର୍କର ଏହି ଜାତିୟ କଳା ମହୋତ୍ସବରେ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ସମ୍ବର୍ଧନା ଉତ୍ସବରେ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ତଥା ଅନୁଷ୍ଠାନଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅନୁଷ୍ଠାନ ରାଜ୍ୟର କୋଣ ଅନୁକୋଣରେ ଥିବା ଲୋକକଳା ଓ ସଂସ୍କୃତିକୁ ଆବିଷ୍କାର କରିଆସୁଅଛି । ଯେଉଁ କଳାକାରମାନେ ନିଜର ନାମ ପଞ୍ଜିକରଣ କରିବାକୁ ଚାହୁଁ ଛନ୍ତି , ନନ୍ଦ କିଶୋର ସାହୁ _ mob ୯୭୭୭୯୪୯୮୦୯ , ଓ ୭୦୭୭୨୯୬୨୬୪ ସହିତ ଯୋଗାଯୋଗ କରିବା ପାଇଁ ଅନୁରୋଧ ।

Exit mobile version