ନିଆଳିରେ ବିଜେଡି ଆଶାୟୀ ପାର୍ଥୀ ଯୁବନେତା ତୃପ୍ତି ରଞ୍ଜନଙ୍କ ବିରାଟ ରୋଡ ଶୋ

 ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନିଆଳି :-> ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିଆଳି ରାଜନୀତୀ ସେତିକି ସରଗରମ ହେଉଛି। ବିଜେଡିର ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ପଦ ଯାତ୍ରା, ଏବଂ ରୋଡ ଶୋ ପ୍ରଦର୍ଶନ କରି ନିଜର ଶକ୍ତି ଦେଖାଉଛନ୍ତି। ମାତ୍ର ନିଆଳି ନିର୍ବାଚନ ମଣ୍ଡଳୀ ବାସୀ ଆଉ ପୁରୁଣା ମୁହଁକୁ ନ ଦେଖି ନୁଆ ମୁହଁକୁ ଦେଖି ଚାହୁଁଛନ୍ତି ବୋଲି ଭୋଟରମାନେ ଏବେ କହୁଛନ୍ତି । କଟକ ଜିଲ୍ଲା ନିଆଳି ଅଚିହ୍ନା ପଡିଆ ଠାରେ ଥିବା ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଆଶାୟୀ ଯୁବ ଟାଣୁଆ ନେତା ତୃପ୍ତି ରଞ୍ଜନ ବେହେରା ଏବଂ ତାଙ୍କର ଶହ ଶହ ସଂଖ୍ୟାରେ ସମର୍ଥକଙ୍କ ଗହଣରେ ଏକ ବିରାଟ ବାଇକ୍ ଶୋଭାଯାତ୍ରାରେ ବାହାରି ଥିଲେ ।

ନିଆଳି ଠାରୁ ବାହାରି ଥିବା ତୃପ୍ତି ରଞ୍ଜନ ବେହେରାଙ୍କ ରାଲି ବଙ୍ଗାଳୀ ସାହି ନୂଆଗାଁ କାଳିଆ ଘାଇ, ଅଡସପୁର ଦେଇ କଣ୍ଟାପଡ଼ା ଠାରେ ପହଞ୍ଚି ଥିଲେ , ବିଭିନ୍ନ ସ୍ଥାନରେ ନବୀନ ସରକାରଙ୍କର ବିଭିନ୍ନ ଜନହିତକର କାର୍ଯ୍ୟ ଉପରେ ଜନସାଧାରଣଙ୍କୁ ବୁଝାଇଥିଲେ । ଏବଂ ଆଶୀର୍ବାଦ ଭିକ୍ଷା କରିଥିଲେ । ବର୍ତମାନ ନବୀନ ପଟ୍ଟନାୟକ ଯୁବ ଗୋଷ୍ଠି ଉପରେ ଗୁରୁତ୍ୱ ଦେଉଛନ୍ତି । ଏଣୁ ତୃପ୍ତି ରଞ୍ଜନ ବେହେରା ଜଣେ ଯୁବ ଟାଣୁଆ ନେତା ହୋଇଥିବାରୁ ନିଆଳି ବାସୀ ତାଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଚାହୁଁ ଛନ୍ତି ବୋଲି ସେ କହିଛନ୍ତି । ଆଉ ମଧ୍ୟ ସେ ଜଣେ କୃଷକ ପୁଅ ଅଟନ୍ତି ।

ସେ ନିଆଳି ବିଧାୟକ ପ୍ରମୋଦ ମଲ୍ଲିକଙ୍କୁ ତ୍ରିବ୍ର ବିରୋଧ କରିବା ସହ ଭିକେ ପାଣ୍ଡିଆନଙ୍କ ନେତୃତୋରେ ଓଡ଼ିଶାର ସବୁ ଅଞ୍ଚଳରେ ବିକାଶ ଚାଲିଥିବାବେଳେ ନିଆଳି ବଜାରରେ ବସକୁ ଅପେକ୍ଷା ପାଇଁ ବିଶ୍ରାମଗାର ଟିଏ ନ ଥିବାରୁ ଲୋକମାନେ ବହୁ ଦୁଃଖ ଭୋଗୁଛନ୍ତି, ସେହିପରି ବିଳାସୁଣି ବାଲିକୁଦା ଠାରେ କେନାଲ ଉପରେ ଅଧାପନ୍ତରିଆ ଭାବେ ପୋଲ ଏବଂ ରାସ୍ତା ରହିଥିବାରୁ ଏଠାରେ ଗମନାଗମନରେ ବାଧା ହେବା ସହ ଦୃଘଟନା ଘଟି ବସୁ ଲୋକ ମୃତ୍ୟ ବରଣ କରୁଛନ୍ତି ହେଲେ ବିଧାୟକଙ୍କ ଏଥି ପ୍ରତି ଦୃଷ୍ଟି ଦେଉ ନାହାନ୍ତି ।

ଆଉମଧ୍ୟ କୃଷ୍ଣପ୍ରସାଦ ଏବଂ ବିନିଶିପୁର ପଞ୍ଚାୟତ ଅଞ୍ଚଳରେ ବହୁ ନଦୀ ଓ ନାଳରେ ପୋଲ ନିର୍ମାଣ ହେଉନଥିବାରୁ ଶବକୁ ବେକେ ପାଣିରେ ସଂସ୍କାର ପାଇଁ ନେଉଛନ୍ତି ହେଲେ ଏଥିପ୍ରତି କାହାରି ଦୃଷ୍ଟି ନାହିଁ। ଦଳର ସୁପ୍ରିମ ଏଥି ପ୍ରତି ଦୃଷ୍ଟି ଦେବାକୁ ଦାବି କରିଛନ୍ତି ଆଶାୟୀ ବିଧାୟକ ପ୍ରାର୍ଥୀ ତୃପ୍ତିରଞ୍ଜନ ବେହେରା ।

Exit mobile version