ଖଣି ଖନନରେ କମ୍ପୁଛି ଗଗନ ପବନ, ଭାଙ୍ଗୁଛି ଘରଦ୍ୱାର : କୂଅ, ନଳକୂଅ ଶୁଖିବାକୁ ବସିଲାଣି

ନା ଲୋକଙ୍କ ଧନଜୀବନ ପ୍ରତି ଦାୟିତ୍ୱ ରହୁଛି, ନା ସେମାନଙ୍କ ଆପତ୍ତି ଅଭିଯୋଗ ପ୍ରତି ଖାତିର ରହୁଛି । ଦୀର୍ଘଦିନ ହେଲା, ଖୋର୍ଦ୍ଧା ଭୋଗପୁର ଜନବସତି ଅଞ୍ଚଳରେ ଆଖିବୁଜା ପଥର ଖନନ କରି ଚାଲିଛି ଓଡ଼ିଶା ଖଣି ନିଗମ ।

 ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଖୋର୍ଦ୍ଧା :-> ଖଣି ଖନନରେ କମ୍ପୁଛି ଗଗନ, ଭାଙ୍ଗୁଛି ଘରଦ୍ୱାର ଗୁହାରୀ ପରେ ବି ଶୁଣୁ ନାହାଁନ୍ତି ସରକାର ଲୋକଙ୍କ ଧନଜୀବନ ପ୍ରତି ଦାୟିତ୍ୱ ରହୁଛି, ନା ସେମାନଙ୍କ ଆପତ୍ତି ଅଭିଯୋଗ ପ୍ରତି ଖାତିର ରହୁଛି । ଦୀର୍ଘଦିନ ହେଲା, ଖୋର୍ଦ୍ଧା ଭୋଗପୁର ଜନବସତି ଅଞ୍ଚଳରେ ଆଖିବୁଜା ପଥର ଖନନ କରି ଚାଲିଛି ଓଡ଼ିଶା ଖଣି ନିଗମ । ବ୍ରେକର୍ ଓ ଭାଇବ୍ରେଟର୍ ଲଗାଇ ରାତିଦିନ ପଥର କଟା ଚାଲିଥିବାରୁ କାହା ବାସଘରେ ଫାଟ ହେଲାଣି ତ କାହାର କୂଅ, ନଳକୂଅ ଶୁଖିବାକୁ ବସିଲାଣି ।

ଏବେ ଗ୍ରୀଷ୍ମଦିନ ଆଗକୁ ପାନୀୟ ଜଳ ସମସ୍ୟା ଉତ୍କଟ ହେବାର ଆଶଙ୍କା ଥିବାରୁ ସ୍ଥାନୀୟ ଅଞ୍ଚଳରେ ବଡ଼ ଆନ୍ଦୋଳନ ଏବେ ଦାନା ବାନ୍ଧୁଛି । ଏତେ ଶବ୍ଦ ହେଉଛି ଯେ ଘରେ ରହିହେଉନି…ଏତେ ପ୍ରଦୂଷଣ ହେଉଛି ଯେ, ବାହାରକୁ ବି ଯାଇହେଉନି । ଖଣି ଖନନରେ କମ୍ପୁଛି ଗଗନ ପବନ, ଭାଙ୍ଗୁଛି ଘରଦ୍ୱାର । ଗୋଳିଆ ହୋଇଗଲାଣି ପାନୀୟ ଜଳ । ତେଣୁ ଆଉ ସହିହେବ ନାହିଁ…ଏବେ କେବଳ ଗୋଟିଏ ନିଷ୍ପତ୍ତି ‘ଭୋଟ୍ ବର୍ଜନ’ । ଏପରି ମତ ଦେଉଛନ୍ତି ସ୍ଥାନୀୟ ବାସିନ୍ଦା । ଆଜିକୁ ଦୀର୍ଘଦିନ ହେଲା ରାତିଦିନ ଅନବରତ ଜାରି ରହିଥିବା ଓଡ଼ିଶା ଖଣି ନିଗମ ତଥା ଙଗଉ ପକ୍ଷରୁ ଖଣି ଖନନର ପ୍ରଭାବ ଅସ୍ତବ୍ୟସ୍ତ କରିପକାଉଛି । ଖୋର୍ଦ୍ଧା ଉପକଣ୍ଠ ନରଣଗଡ଼ ପଞ୍ଚାୟତ ଭୋଗପୁର ଗାଁ । ଗାଁରେ ଘର ଫାଟି ଆଁ କରିଛି । ଛାତ ଫାଟିଛି, ସିଡ଼ି ପାହାଚ ଫାଟିଛି, ଚଟାଣ ଫାଟିଛି ।

କେତେବେଳେ ବି ଭୁଶୁଡ଼ିପାରେ କାନ୍ଥ । ଲୋକଙ୍କ ଅଭିଯୋଗ, ଏହା ହେଉଛି ଜନବସତି ଭିତରେ ଙଗଉ ଜାରି ରଖିଥିବା ଖଣ୍ଡୋଲାଇଟ ପଥର ଖଣି ଖନନର ପ୍ରଭାବ । ବଡ଼ ବଡ଼ ବ୍ରେକର୍ ଓ ଭାଇବ୍ରେଟର୍ ଲଗାଇ ନିଇତି ବିପଦଜନକ ଭାବେ ଖନନ କାର‌୍ୟ୍ୟ ଜାରି ରହିଛି । କେବଳ ଘରଦ୍ୱାର ଫାଟୁନି, ବରଂ ଜଳସ୍ତର ବି ହ୍ରାସ ପାଇଛି । ସାଧାରଣତଃ ପୂର୍ବ ବର୍ଷ ଗୁଡ଼ିକରେ ଏ ସମୟରେ ଏହି କୂଅରେ ପାଣି ରହୁଥିଲା । କିନ୍ତୁ ଦୁର୍ଭାଗ୍ୟ, ଖଣି ଖନନ ପରଠୁ ଏମିତି ଶୁଖିଗଲାଣି ଯେ ଆଉ କେବେ ପାଣି ହିଁ ମିଳିବନି । ନଳକୂଅ ଗୁଡ଼ିକରେ ବି ସମାନ ଦଶା । ଅବଶ୍ୟ କେତେବେଳେ କେମିତି ପାଣି ଆସୁଛି, କିନ୍ତୁ ଗୋଳିଆ । ଯାହାକୁ ପିଇବା ତ ଦୂରର କଥା, ଅନ୍ୟ କୌଣସି କାମରେ ବି ବ୍ୟବହାର ଯୋଗ୍ୟ ନୁହଁ ।

ଏହି ଖଣିରୁ ଶହ ଶହ ଟ୍ରିପ୍ ଖଣ୍ଡୋଲାଇଟ୍ ପଥର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଠାରୁ ଆରମ୍ଭ କରି ଲିଙ୍ଗରାଜ ମନ୍ଦିର, ତାରାତାରିଣୀ ମନ୍ଦିର, ସମଲେଇ ମନ୍ଦିର, ବିରଜା ମନ୍ଦିର ଆଦିର ନବୀକରଣ କାମରେ ଲଗାଯାଉଛି । ଏଥିପାଇଁ ଦୈନିକ ଖନନ ସହ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ବିଭିନ୍ନ ପ୍ରକଳ୍ପ ପାଇଁ ବି ବୁହାଚାଲିଛି । କିନ୍ତୁ, ଦୁର୍ଭାଗ୍ୟ ରାଜ୍ୟର ସାଢ଼େ ୪ କୋଟି ଓଡ଼ିଆଙ୍କ ମଧ୍ୟରେ ଆସୁଥିବା ଏହି ନିରୀହ ଗ୍ରାମବାସୀଙ୍କ ପ୍ରତି ଙଗଉ ଓ ରାଜ୍ୟ ସରକାର ସତେ ଯେମିତି ଆଖି ବୁଜିଦେଇଛନ୍ତି । ଏହି ସମସ୍ୟାକୁ ଧରି କ୍ଷତିଗ୍ରସ୍ତ ଲୋକେ ଙଗଉ ଖଣି ଆଗରେ ନାରାବାଜି ସହ ଧାରଣା ଦେଇଛନ୍ତି । ଯେ ପର‌୍ୟ୍ୟନ୍ତ ଦାବୀ ପୂରଣ ନହୋଇଛି, ସେ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ବି ଦେଇଛନ୍ତି ।

Exit mobile version