ରାଜମିସ୍ତ୍ରୀ ପ୍ରଶିକ୍ଷାର୍ଥୀଙ୍କୁ ସହାୟତା ଉପକରଣ ବଣ୍ଟନ,

ଓଡିଶା ତାଜା ନ୍ୟୁଜ୍ (୨୮ ଜୁଲାଇ ମଙ୍ଗଳବାର ) କଟକ ମାହାଙ୍ଗା, :- କୋଭିଡ ମହାମାରୀ ଲକ ଡାଉନ ସମୟରେ ବେକାର ଯୁବକ ଓ ପ୍ରବାସୀ ମାନେ ରୋଜଗାରକ୍ଷମ ହେବାପାଇଁ ପଂଚାୟତ ରାଜ ବିଭାଗ ପକ୍ଷରୁ ଇଣ୍ଡକ୍ଟସ କନ୍ସଲଟାନ୍ସି ପକ୍ଷରୁ କଟକ ଜିଲ୍ଲା ମାହାଙ୍ଗା ଉମର ପଂଚାୟତ କାର୍ଯ୍ୟଳୟରରେ ରାଜମିସ୍ତ୍ରୀ ପ୍ରଶିକ୍ଷାର୍ଥୀ ଙ୍କୁ ନିର୍ମାଣ କରଜ୍ୟରେ ସହାୟତା ପାଇଁ ଉପକରଣ ବଣ୍ଟନ କରାଯାଇଛି, ଏଥିରେ ବ୍ଲକ ମଣ୍ଡଳ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ ମଲିକ,

ସରପଞ୍ଚ ପ୍ରତିନିଧି ଚିତ୍ତରଞ୍ଜନ ମହାପାତ୍ର, ସମିତି ସଭ୍ୟା ପ୍ରୀତିନିଧି ମନୋଜ ମହାରଣା, ନାଏବ ସରପଞ୍ଚ ପ୍ରତିନିଧି ଗୌତ୍ତମ ମହାନ୍ତି,ବ୍ଲକ ପ୍ରଗତି ସହାୟକ ବିଶ୍ୱନାଥ ସାହୁ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାର ନିହାର ରଞ୍ଜନ ସାଇଁ, ସମାଜସେବି ଅନିଲ ମଲିକ ପ୍ରମୁଖ ଯୋଗଦେଇ 30ଜଣ ହିତାଧିକାରୀଙ୍କୁ ଉପକରଣ ବଣ୍ଟନ କରିବା ସହ ଗ୍ରାମାଞ୍ଚଳରେ ସରକାରୀ ଆବାସ ନିର୍ମାଣ କାର୍ଯ୍ୟ ପାଇଁ ବେକାର ଯୁବକ ମାନେ ନିୟୋଜିତ ହେଇପାରିବେ ବୋଲି କହିଥିଲେ, ଇଂ ସୂର୍ଯ୍ୟକାନ୍ତ ପରିଡା ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ହରେକୃଷ୍ଣ ପ୍ରଧାନ ସହଯୋଗ କରିଥିଲେ (ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆ)

Exit mobile version