ସତ୍ ସଙ୍ଗୀ ବିଜୟ କୁମାର ମହାପାତ୍ର ଙ୍କ ପରଲୋକ

 ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚିଲିକା :-> ନାଚୁଣୀ ନିକଟସ୍ଥ ଜଗବନ୍ଧୁ ପୁର ଶାସନ ଗ୍ରାମର ବାସିନ୍ଦା ତଥା ନାଚୁଣୀ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ସତ୍ ସଙ୍ଗ କେନ୍ଦ୍ର ର ପ୍ରାକ୍ତନ ପୂଜକ ଵିଜୟ କୁମାର ମହାପାତ୍ର ଙ୍କ ର ପରଲୋକ ଘଟିଯାଇଛି। ଜଣେ ମିଷ୍ଟଭାଷୀ, ବନ୍ଧୁ ଵତ୍ସଳ,ଅମାୟିକ ଵ୍ୟକ୍ତି ଭାଵେ ସେ ଅଞ୍ଚଳରେ ପରିଚିତ ଥିଲେ ।

କିଛି ଦିନ ଧରି ସେ ଫୁସ୍ ଫୁସ୍ ଜନିତ ରୋଗ ରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ମର ଶରୀରକୁ ପୁରୀ ସ୍ଵର୍ଗଦ୍ଵାର ରେ ଦାହ କରାଯାଇଛି। ତାଙ୍କର ଅକାଳ ବିୟୋଗ ରେ ନାଚୁଣୀ ର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ସଂସ୍ଥା ଜାଗ୍ରୃତିକା ପକ୍ଷରୁ ଏବଂ ନାଚୁଣୀ ସତ୍ ସଙ୍ଗ କେନ୍ଦ୍ର ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

Exit mobile version