ସାହିତ୍ୟ ସିନ୍ଦୁରା ପକ୍ଷରୁ ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସ ପାଳିତ

 ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଚିଲିକା :-> ବାଣପୁର ବିଧାରପୁର ସ୍ଥିତ ଶୁଭ ମଙ୍ଗଳ କଲ୍ୟାଣ ମଣ୍ଡପ ମଞ୍ଚ ରେ ଆଜି ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସାରସ୍ବତ ସମାବେଶରେ ବାଣପୁର ଗ୍ରାମୀଣ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିବାବେଳେ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ,ମୁଖ୍ୟ ଅତିଥି,ଗବେଷକ ତଥା ସାହିତ୍ୟିକ ମଦନମୋହନ ମହାପାତ୍ର, ବରିଷ୍ଠ କବି ଗୋପୀନାଥ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଭାଷା ର ପ୍ରାଚୀନତା ଓ ପ୍ରଵହମାନ ଧାରା ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ଗାଳ୍ପିକ ଗୋପୀନାଥ ଦାଶ ଙ୍କ ଗଳ୍ପ ସଙ୍କଳନ ଅସରନ୍ତି ଅଶ୍ରୁଧାର ଉନ୍ମୋଚିତ ହୋଇଥିଲା। କବି ସର୍ବେଶ୍ଵର ଷଡ଼ଙ୍ଗୀ ଏବଂ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଙ୍କୁ ସେମାନଙ୍କ ର ସାଧନା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ମା ଭଗବତୀ କଳା ନିକେତନ ର ଶିଳ୍ପୀ ମାନେ ଓଡ଼ିଶୀ ସଙ୍ଗୀତ ଗୁରୁ ବିଷ୍ଣୁ ପ୍ରିୟା ବାରିକଙ୍କ ନିର୍ଦ୍ଦେଶନା ରେ ବନ୍ଦେ ଉତ୍କଳଜନନୀ ସଙ୍ଗୀତ ଗାନ କରିଥିଲେ।

ଶୁଭ କଲ୍ୟାଣ ମଣ୍ଡପ ର ପରିଚାଳକ ତଥା ପାଠାଗାରର ର ପ୍ରତିଷ୍ଠାତା ସାହିତ୍ୟ ପ୍ରେମୀ ଗୋଲକ ବିହାରୀ ପରିଡା କାର୍ଯ୍ୟକ୍ରମ ର ପରିଚାଳନା ସହ ସନ୍ ଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ତଥା ସାହିତ୍ୟିକ ରବୀନ୍ଦ୍ର ନାଥ ପ୍ରଧାନ, ଆଇନଜୀବୀ ଶରତ କୁମାର ପଟ୍ଟନାୟକ, ପ୍ରମୁଖ ଉଦବୋଧନ ଦେଇଥିଲେ ।


 

Exit mobile version