ଉଦଘାଟିତ ହେଲା ସାମାଜିକ ନ୍ୟାୟ ସଙ୍ଗଠନ  କାର୍ଯ୍ୟାଳୟ

୧୦ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବେଗୁନିଆ :-> ବେଗୁନିଆ ବ୍ଲକ ଅନ୍ତର୍ଗତ ପରିଛଳ ଛକ ଠାରେ ନୂତନ ଭାବେ ସାମାଜିକ ନ୍ୟାୟ ସଙ୍ଗଠନର କାର୍ଯ୍ୟାଳୟ ସମାଜସେବୀ ନବ କିଶୋର ବିଧାରଙ୍କ ଆବାହକତ୍ବରେ ଉଦଘାଟନ ହୋଇଛି। ଏଥିରେ ସାମାଜିକ ନ୍ୟାୟବିତ ବିପିନ ବିହାରୀ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅବସରପ୍ରାପ୍ତ ସେନା କର୍ମଚାରୀ ଯୋଗୀନାଥ ବଳିୟାର ସିଂହ ମୁଖ୍ୟ ଅତିଥି,ନ୍ୟାୟବିତ  ପ୍ରମୋଦ ପ୍ରତାପ ସିଂହ ମୁଖ୍ୟବକ୍ତା ଭିକାରୀ ଚରଣ ସାହୁ ଓ ଜୟନ୍ତୀ ସ୍ଵାଇଁ ପ୍ରମୁଖ ଯୋଗ ଦେଇ ଗ୍ରାମାଞ୍ଚଳ ହେଉ ଅବା ସହରାଞ୍ଚଳର ଜନ ସାଧାରଣ ହକ ନ୍ୟାୟ ପାଇବା ପାଇଁ ଆଇନର ଆଶ୍ରୟ ନେଇ ଥାଆନ୍ତି । ତେବେ ଅଧିକାଂଶ ସମୟରେ ପ୍ରାଥମିକ ଭାବରେ ସ୍ଥାନୀୟ ଅଞ୍ଚଳର ଭଦ୍ରବ୍ୟକ୍ତି ତଥା ସାମାଜିକ ନ୍ୟାୟବିତଙ୍କ ସହାୟତା ନେଇ ଘଟଣାଟିର ଉଭୟ ଦଳ ମଧ୍ୟରେ ଆପୋଷ ସମାଧାନ କରିବା ପାଇଁ  ଶତଚେଷ୍ଟା କରା ଯାଇଥାଏ ।

ଏହି ସାମାଜିକ ନ୍ୟାୟବିତ ମାନଙ୍କୁ  ସହଜ ଓ ସରଳ ଭାବେ ପାଇବା ପାଇଁ ସାମାଜିକ ନ୍ୟାୟ ସଙ୍ଗଠନ କାର୍ଯ୍ୟାଳୟର ମୁଖ୍ୟ ଉଦ୍ଦେଶ୍ୟ ରହିଛି ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାମାଜିକ ନ୍ୟାୟବିତ ଦିଲ୍ଲୀପ ବଡଜେନା, ବିଷ୍ଣୁ ଚରଣ ସାମନ୍ତରାୟ, ଲୁନା ବଳିୟାର ସିଂହ, ଜାଗେଶ୍ୱର ମାଝୀ, ସୁରେଶ ମାନସିଂହ,ପ୍ରବୀର ରାଉତରାୟ, ଶରତ ବେହେରା, ସନାତନ ବିଶ୍ଵାଳ, ଦିବାକର ମଙ୍ଗରାଜ, ନିରଞ୍ଜନ ସାମନ୍ତ ସିଂହାର, ପ୍ରସନ୍ନ କୁମାର ପାଟ୍ଟଶାଣୀ ଓ କାଶୀନାଥ ନାୟକଙ୍କ ସମେତ ବହୁ ବ୍ୟକ୍ତି ଯୋଗ ଦେଇଥିଲେ। ଆଗାମୀ ଦିନରେ କର୍ମକର୍ତ୍ତା ଚୟନ କରାଯିବ ବୋଲି ପ୍ରସ୍ତାବ ଆଗତ ହୋଇଥିଲା ।

Exit mobile version