ମାଳିସାହି ପଞ୍ଚାୟତ ରେ ଆୟୋଜିତ ରକ୍ତଦାନ ଶିବିରକୁ ଉଦ୍ଘାଟନ କଲେ ଦଶପଲ୍ଲା ବିଧାୟକ : ରକ୍ତଦାନ ଶିବିର ରେ ୨୬ ୟୁନିଟ୍ ରକ୍ତ ସଂଗ୍ରହ

ଓଡିଶା ତାଜା ନ୍ୟୁଜ୍ (୨୮ ଜୁଲାଇ ମଙ୍ଗଳବାର ) ଦଶପଲ୍ଲା : ନୂଆଗାଁ : ରାଜ୍ୟରେ କରୋନା ସଂକ୍ରମଣ ଯୋଗୁଁ ରକ୍ତ ସମସ୍ୟା ଦୂରୀକରଣ ପାଇଁ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା ଯୋଗୁଁ ନୂଆଗାଁ ବ୍ଲକ୍ ରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମାଳିସାହି ପ୍ରାଥମିକ ବିଦ୍ୟାଳୟ ରେ ମାଳିସାହି ପଞ୍ଚାୟତ ବିଜୁ ଜନତା ଦଳ ତରଫରୁ ଆୟୋଜିତ ହୋଇଥିବା ରକ୍ତଦାନ ଶିବିର ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ରକ୍ତଦାନ ଶିବିର କୁ ଉଦ୍ଘାଟନ କରିଥିଲେ ।

ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,ଉପାଧ୍ୟକ୍ଷ ପୁଷ୍ପାଞ୍ଜଳି ସାହୁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସମଲ୍,ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ, ଖଣ୍ଡୁଗାଁ ସମିତି ସଭ୍ୟ ରାଜକିଶୋର ପ୍ରଧାନ,ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ କୁମାର ଦଳ ବେହେରା, ସୁବ୍ରତ ମିଶ୍ର, ପୂର୍ବତନ କୋରଡ଼ା ସରପଞ୍ଚ ଗୋଲଖ ଗୋଚ୍ଛାୟତ,ଯୁବ ନେତା ସଞ୍ଜୀବ କୁମାର ସାହୁ,ଯୁଗଳ କିଶୋର ସାହୁ,ଜିତେନ୍ଦ୍ର ସାହୁ ,ପ୍ରମୁଖ ଯୋଗଦେଇଥିଲେ ।

ଏହି ରକ୍ତଦାନ ଶିବିର ରେ ୨୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଆଗାମୀ ଦିନରେ ବାହାଡ ଝୋଲା ,ନୂଆଗାଁ ,କୋରଡ଼ା ଆଦି ପଞ୍ଚାୟତରେ ରକ୍ତଦାନ ଶିବିର ଅନୁଷ୍ଠିତ କରାଯିବା ସହ କରୋନା ଭଳି ପରିସ୍ଥିତି ରେ ରକ୍ତ ଅଭାବ ସମସ୍ୟା ଦୂରୀକରଣ କରାଯିବା ପାଇଁ ପ୍ରଚେଷ୍ଟା ଜାରି ରହିବ ବୋଲି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କହିଛନ୍ତି । ( ସୁବ୍ରତ ପରିଡ଼ା ଙ୍କ ରିପୋର୍ଟ )

Exit mobile version