Home ଓଡ଼ିଶା ମାଣିକାଗୋଡ଼ାରେ ବିଜେପିର ଗାଁ କୁ ଚାଲ ଓ ବୁଥ୍ ଅଭିଯାନ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୧୦ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ବୋଲଗଡ :-> ବୋଲଗଡ ମଣ୍ତଳ ତରଫରୁ ବିଜେପିର ଗାଁକୁ ଚାଲ, ଓ ବୁଥ୍ ଅଭିଯାନ ଆଜି ଦଳାଇସାହି ଗ୍ରାମ ପଞ୍ଚାୟତରେ ଆରମ୍ଭ ହୋଇଯାଛି l ଏହି ଅଭିଯାନରେ ଦଳର ଶତାଧିକ ବରିଷ୍ଠ ସଦସ୍ୟମାନେ ଯୋଗଦେଇଥିଲେ l ବୋଲଗଡ ମଣ୍ଡଳ ସଭାପତି ସଞ୍ଜୟ ବେହେରାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଜେପିର ରାଜ୍ୟପରିଷଦ ସଦସ୍ୟ ତଥା ଅଧିବକ୍ତା ଲୋତକ ବିନ୍ଦୁ ପଟନାୟକ ଓ ସମ୍ମାନୀତ ଅତିଥି ଜିଲ୍ଲା ସମ୍ପାଦକ ଇଂ. କର୍ପୁର ସାହୁ, ମଣ୍ଡଳ ସାଧାରଣ ସମ୍ପାଦକ ଅଜିତ କୁମାର ପଟନାୟକ,ମଣ୍ଡଳ ବିସ୍ତାରକ ଚିତ୍ତରଞ୍ଜନ ବିଶ୍ୱାଳ, ମଣ୍ଡଳ ଉପସଭାପତି ସହଦେଵ ସୁବୁଦ୍ଧି, ବିନୋଦ ମହାରଣା, ଉପେନ୍ଦ୍ର ସୁବୁଦ୍ଧି, ପଞ୍ଚାୟତ ସାଧାରଣ ସମ୍ପାଦକ ଅଜିତ ମହାପାତ୍ର,ପଞ୍ଚାୟତ ଯୁବମୋର୍ଚ୍ଚା ସଭାପତି କୃଷ୍ଣଚନ୍ଦ୍ର ସ୍ୱାଇଁ , ବୁଥ୍ ସଭାପତି କିରନ ସ୍ୱାଇଁ, ପଞ୍ଚାୟତ ଉପସଭାପତି ନୀଳକଣ୍ଠ ପ୍ରଧାନ, କେଶବ ସାହୁ,ଶରତ ସୁବୁଦ୍ଧି,ଅଧିବକ୍ତା ପୁରୁଷୋତ୍ତମ ସୁବୁଦ୍ଧି, ମଣ୍ଡଳ ଓବିସି ମୋର୍ଚ୍ଚା ସଭାପତି ଲଷ୍ମୀଧର ବଳିୟାରସିଂ, ଅଭିମନ୍ୟୁ ପଟନାୟକ, ଜଗବନ୍ଧୁ ମୁଦୁଲି, ଭାବଗ୍ରାହୀ ପ୍ରଧାନ ପ୍ରମୁଖ ଯୋଗଦେଇ, ପଞ୍ଚାୟତର ତୃଣମୂଳସ୍ତର ସଂଗଠନକୁ ସୁଦୃଢ କରିବା ଉଦେଶ୍ୟରେ ବୁଥ୍ ସଂଗଠନ ଆରମ୍ଭ କରିଥିଲେ l କେନ୍ଦ୍ର ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟଗୁଡିକୁ ଘରେ ଘରେ ଜଣାଇ ଦିଆଗଲା l ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଦଳାଇସାହି ପଞ୍ଚାୟତର ନାଏବ ସରପଞ୍ଚ ସୁଶାନ୍ତ କୁମାର ପରିଡା ତାଙ୍କର ସମର୍ଥକମାନଙ୍କ ସହିତ ନିଜେ ବିଜେପିରେ ଯୋଗଦେଇଥିଲେ l ଦଳରେ ତାଙ୍କୁ ସୁସ୍ୱାଗତମ କରାଯାଇଥିଲା l ପରିଶେଷରେ ଦଳାଇସାହି ପଞ୍ଚାୟତର ବିଜେପି ସଭାପତି ଅଶୋକ ସୁନ୍ଦରlୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ by Proprietor Abhimanyu Maharana October 9, 2026 ବାଘଡଙ୍ଗେରି ଆଶ୍ରମ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ - ୨୦୨୬ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସ୍ମାର୍ଟ କ୍ଲାସ୍ରୁମ୍ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ by Proprietor Abhimanyu Maharana October 8, 2026 ୪୬ ବର୍ଷ ପରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ : ପ୍ରଥମଥର ପାଇଁ ଭୋଟ ଦେବେ ଛାତ୍ରଛାତ୍ରୀ by Proprietor Abhimanyu Maharana October 8, 2026 ସ୍ୱଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ by Proprietor Abhimanyu Maharana October 8, 2026 ବନ୍ଦର ପ୍ରଭାବରେ ବାଲିଗୁଡ଼ା ଜନଶୂନ୍ୟ; ରାସ୍ତାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ : ଦୋକାନବଜାରରେ ତାଲା, ଯାତାୟାତ ଠପ୍ by Proprietor Abhimanyu Maharana October 8, 2026