କ୍ୟାପଟେନ ମନ୍ମଥ ରାଉତରାୟଙ୍କୁ ବିଜେଡ଼ି ବିଜେପିର ବହୁ କର୍ମୀ ଓ ନେତାଙ୍କ ସମର୍ଥନ

୧୦ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର  :->  ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ପୁତ୍ର ତଥା ସମାଜସେବୀ କ୍ୟାପଟେନ ମନ୍ମଥ ରାଉତରାୟଙ୍କୁ ଆଜି ତାଙ୍କର ମାଉସୀମା ମନ୍ଦିର ନିକଟସ୍ଥ ବାସଭବନରେ ବିଜେଡ଼ି ବିଜେପିର ବହୁ ସ୍ଥାନୀୟ ନେତୃବୃନ୍ଦ ଏବଂ କର୍ମୀ ଖୋଲା ସମର୍ଥନ ଜଣାଇଛନ୍ତି । ସେମାନେ କ୍ୟାପଟେନ ରାଉତରାୟଙ୍କ ନେତୃତ୍ୱକୁ ଗ୍ରହଣ କରିବା ସହ ସାଧାରଣ ଜନତାଙ୍କ କାର୍ଯ୍ୟକରିବାରେ ତାଙ୍କର ଯେଉଁ ଆବେଗ ରହିଛି ସେଥିପାଇଁ ତାଙ୍କୁ ପସନ୍ଦ କରନ୍ତି ବୋଲି ମତବ୍ୟକ୍ତ କରିଛନ୍ତି ।

କ୍ୟାପଟେନ ରାଉତରାୟ ନିଷ୍ପେସିତ, ଉପେକ୍ଷିତ, ଅତ୍ୟାଚାରିତ ଏବଂ ଅବହେଳିତ ଜନତାର ସେବାରେ ନିଜକୁ ନିୟୋଜିତ କରୁଥିବାରୁ ସେ ଜଟଣୀ ମାଟିର ଯୋଗ୍ୟତମ ସନ୍ତାନ ବୋଲି ଆଜି ତାଙ୍କୁ ଖୋଲା ସମର୍ଥନ ଦେଇଥିବା ବିଜେଡ଼ି ବିଜେପିର ନେତୃମଣ୍ଡଳୀ କହିଛନ୍ତି । ଜଟଣୀ ନିର୍ବାଚନ ମଣ୍ଡଳୀରେ ଘରେ ଘରେ ବୁଲି ସେ ଲୋକଙ୍କର ଦୁଃଖ ବୁଝୁଛନ୍ତି । ଆଜିର ବୈଠକରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଉପସ୍ଥିତ ରହିଥିଲେ ।

ଜଟଣୀର ନିମ୍ନ ବିଜେଡ଼ି ବିଜେପି ନେତୃମଣ୍ଡଳୀଙ୍କ ସହ ପ୍ରାୟ ହଜାର କର୍ମୀ ଆସି କ୍ୟାପଟେନ ରାଉତରାୟଙ୍କୁ ସମର୍ଥନ ଜଣାଇଥିଲେ । ସେମାନେ ହେଲେ ଦିବାକର ବେହେରା, ପର୍ଶୁରାମ ସୁବୁଦ୍ଧି, ବାମଦେବ ସାହୁ, ଦିବାକର ପାତ୍ର, ସ୍ୱାଧୀନ ପାତ୍ର, ଅଜୟ ପ୍ରଧାନ, ପ୍ରମୋଦ ସାମନ୍ତରାୟ, ଗୋକୁଳାନନ୍ଦ ସାମନ୍ତରାୟ, ଦିବାକର ହରିଚନ୍ଦନ, ପ୍ରଶାନ୍ତ ପାଇକରାୟ, ମହମ୍ମଦ ଅଲ୍ଲୀ, ମିନତୀ ମିଶ୍ର ଓ ଜୋତ୍ସା ରାଉତରାୟ ପ୍ରମୁଖ ।

Exit mobile version