ଆଉ ନାହାଁନ୍ତି ସମାଜସେବୀ ତଥା ଯୁବ କଳାକାର ଚଗଲା ଭାଇନା

9 ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଦଶପଲ୍ଲା :->  ଶନିବାର ମଧ୍ୟ ରାତ୍ର ସମୟରେ ଦଶପଲ୍ଲା ବ୍ଲକ ଟାକରା ଅଞ୍ଚଳର ସମାଜସେବୀ ତଥା ଯୁବ ପ୍ରତିଭାବାନ କଳାକାର ଦୀନବନ୍ଧୁ ଆଚାର୍ଯ୍ୟ (ଚଗଲା)ଙ୍କ ପରୋଲୋକ ଘଟିଥିବା ଜଣାପଡ଼ିଛି । ସୂଚନା ଥାଉକି ଦୀନବନ୍ଧୁ (ଚଗଲା) ଅଞ୍ଚଳରେ ଜଣେ ବେଶ୍ ପରିଚିତ ବ୍ୟକ୍ତି ଥିଲେ ।ସେ ୩୭ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ସେ ଟାକରା ଅଞ୍ଚଳର ଜଣେ ଦୃଢ଼ ସଙ୍ଗଠକ ଥିବାବେଳେ ସ୍ଥାନୀୟ ଡ୍ରାମାରେ ପ୍ରାୟ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ମଧ୍ୟରେ ୫୦ ରୁ ଅଧିକ ନାଟକରେ ମୁଖ୍ୟ ଭୂମିକାରେ ଅଭିନୟ କରି ଦର୍ଶକ ଙ୍କ ମନ କିଣିଥିଲେ ।

ଅନ୍ୟ ପକ୍ଷରେ ସେ ଜଣେ ଭଲ ସଂଗଠକ ହିସାବରେ ଅଞ୍ଚଳରେ କାହାର କିଛି ସମସ୍ୟା ହେଲେ ତୁରନ୍ତ ସହଯୋଗ କରିବାକୁ ଲୋକଙ୍କ ପାଖରେ ପହଞ୍ଚି ଯାଉଥିଲେ । ନିର୍ବାଚନ ସମୟରେ ମଧ୍ୟ ଅଞ୍ଚଳରେ ତାଙ୍କ ଭୂମିକା ବହୁ ଗୁରୁତ୍ୱପୂ୍ଣ୍ଣ ରହୁଥିଲା । ତାଙ୍କର ଦେହାନ୍ତ ଖବର କେହି ସହଜରେ ବିଶ୍ୱାସ କରି ପାରିନଥିବା ବେଳେ , ତାକଂ ମୃତ୍ୟୁ ରେ ଟାକରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ତାଙ୍କର ମର ଶରୀର ଟାକରା ସ୍ଥିତ ବାସ ଭବନରେ ପହଞ୍ଚିବା ପରେ ସେଠାରେ ସ୍ଥାନୀୟ ବାସିନ୍ଦା ପହଞ୍ଚି ତାଙ୍କୁ ଶେଷ ଦର୍ଶନ କରିଥିଲେ । ଗତକାଲି ମହାଶିବରାତ୍ରି ଉପଲକ୍ଷେ ଟାକରା ରେ ମଞ୍ଚସ୍ଥ ହେଉଥିବା ନାଟକ ପରିବେଷଣ ଶେଷରେ ସମସ୍ତ କଳାକାର ଓ ଉପସ୍ଥିତ ଦର୍ଶକ ମାନେ ମଞ୍ଚ ନିକଟରେ ୧ ମିନିଟ ନୀରବ ପ୍ରାର୍ଥନା କରିଥିବା ଜଣାପଡ଼ିଛି।

Exit mobile version