ରାସ୍ତା ନାହିଁ ତ ଭୋଟ ନାହିଁ : ନଦୀ ମୁଠା ଏରିଆ ରେ ଭୋଟ ବର୍ଜନ

୧୦ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ନୁଆଗଡ ବ୍ଲକ ଅନ୍ତର୍ଗତ ଅନୁଗୁର ପଞ୍ଚାୟତ ର 10 ରୁ ଉର୍ଦ୍ଧ୍ବ ଗୋଟି ଗାଁ ଜୟପୁର, ହାତୀକୁଦା, ତରଜସିଂ, ଜାମ୍ଭସାହି, କେଡିପଦର, ପଟେଗୁଡା, ହାରୁମା, ହୁଡାସିଂ, ଅନୁପୁର, ମାଣିକ ପୁର, ଜାମ୍ଭଗୁଡା ଓ ଅନାନ୍ୟ ଗାଁ ର ସତାଧିକ ମହିଳା ଓ ପୁରୁଷ ମାନଙ୍କ ନଦୀ ମୁଠା ଏରିଆ ର ଏକ ସଭା ହୋଇ ଯାଇଛି ।

ସ୍ଵାଧୀନତା ର 75 ବର୍ଷ ହେଲା କିନ୍ତୁ ଜୟପୁର ଠାରୁ ପଦ୍ମପୁର ଯିବା ପାଇଁ ସଂଯୋଗୀକରଣ ବ୍ରିଜ, ଜୟପୁର ଠାରେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର, ଜୟପୁର ଠାରେ ନଳକୂପ ମରାମତି, ମାଙ୍କିଡି କେନ୍ଦୁ ନାଳ ଚେକ ଡ୍ୟାମ୍ ରେ କେନାଲ କରିବା, ଜୟପୁର ଠାରୁ କିରାମା ପର୍ଯ୍ୟନ୍ତ ପକ୍କା ରାସ୍ତା,

ଜୟପୁର ଠାରୁ କେଡିପଦର ଠାରୁ ପଟେଗୁଡା ପର୍ଯ୍ୟନ୍ତ ପକ୍କା ରାସ୍ତା ଓ ନଦିମୁଠା ଏରିଆ ର ଆଦିବାସୀ ଗରିବ ଲୋକ ମାନଙ୍କ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ । ଏଣୁ ଚଳିତ ବର୍ଷ 2024 ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି l

ଉପସ୍ଥିତ ଥିଲେ ଆରେନି ରାଇକା, ମିଖଲ ରଇତ, ଆୟୁସାନ ରାଇକା, ଆରମ୍ଭ ଦଳ ବେହେରା, ମାଥ୍ୟୁ ରଇତ, ଇସ୍ରାଏଲ ଦଳ ବେହେରା, ଅମର ସିଂ ରାଇକା ନିବେଦକ ମାଥ୍ୟୁ ରଇତ ଜୟପୁର ନୁଆଁଗଡ.

Exit mobile version