
9 ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ନୟାଗଡ଼ :-> ବଦଳୁଛି ନୟାଗଡ଼ ସହର, ରୂପାନ୍ତରିତ ହେଉଛି ଅନେକ କିଛି । ନୟାଗଡ଼ ସହରକୁ ଏକ ଭିନ୍ନ ଋପରେ ପରିକଳ୍ପନା କରୁଛନ୍ତି ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ । ନୟାଗଡ଼ ସହରରେ ରାସ୍ତାଘାଟଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟ ପ୍ରଭୃତିକୁ ନୂଆଋପ ଦେବାକୁ ଚେଷ୍ଟା ଚାଲିଛି । ଯୁବକ ଅବସ୍ଥାରେ ପହଞ୍ଚିଥିବା ନୟାଗଡ଼ ଜିଲ୍ଲାକୁ ସୈାନ୍ଦର୍ଯ୍ୟମୟ କରାଯାଉଛି ।
ଆଜି ନୟାଗଡ଼ ସହରରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରିତ ମୁଖଶାଳାକୁ ବିଧାୟକ ଡ. ସାହୁ ଉଦଘାଟନ କରିଛନ୍ତି । ନୟାଗଡ଼ ଜଳସମ୍ପଦ କାର୍ଯ୍ୟାଳୟ, ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ, ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନୟାଗଡ଼ ପୈାର ପରିଷଦ କାର୍ଯ୍ୟାଳୟ, ନୟାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ, ଖେଳପଡ଼ିଆ,
