Home ଓଡ଼ିଶା ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ଦିଲ୍ଲୀ ଗସ୍ତରେ ବିଜେଡିର ଦୁଇ ପ୍ରମୁଖ ନେତା – ଭି.କେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସ by Proprietor Abhimanyu Maharana 3 years ago Share on FacebookShare on TwitterWhatsapp ୭ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ଭୁବନେଶ୍ୱର :-> ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭା ଆସନ ବୁଝାମଣାର ଫର୍ମୂଲା ଓ କିଏ କେଉଁ ଆସନରେ ଲଢ଼ିବେ ତାହା ଚୂଡ଼ାନ୍ତ କରିବା ନିମନ୍ତେ ବିଜେଡି ନିଜର ଦୁଇଜଣ ନେତା ଭିକେ ପାଣ୍ଡିଆନ ଓ ପ୍ରଣବପ୍ରକାଶ ଦାସ(ବବି)ଙ୍କୁ ଦିଲ୍ଲୀ ପଠାଇଛି । ସେଠାରେ ଗତକାଲିଠୁ ରହିଥିବା ରାଜ୍ୟ ବିଜେପି ନେତୃତ୍ୱ ଓ କେନ୍ଦ୍ରୀୟ ନେତୃତ୍ୱଙ୍କ ଉପସ୍ଥିତିରେ ଏହି ଆସନ ବୁଝାମଣା ପ୍ରକ୍ରିୟା ଚୂଡ଼ାନ୍ତ ହେବ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ, ଆଜି ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ଏକ ସ୍ୱତନ୍ତ୍ର ଚାର୍ଟର ପ୍ଲେନରେ ବିଜେଡି ନେତା ଶ୍ରୀ ପାଣ୍ଡିଆନ ଓ ବବି ନୂଆଦିଲ୍ଲୀ ଗସ୍ତ କରିଛନ୍ତି । ସେମାନେ ଆଜି ରାତି ପ୍ରାୟ ସାଢ଼େ ୮ଟାରେ ବିଜେପିର ବରିଷ୍ଠ ନେତା (ଓଡ଼ିଶା ଦାୟିତ୍ୱରେ ଥିବା) ଙ୍କ ଘରେ ରାଜ୍ୟ ବିଜେପି ନେତାମାନଙ୍କ ସହ ଆସନ ବୁଝାମଣାକୁ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହାପୂର୍ବରୁ ଆଜି ପୂର୍ବାହ୍ନରେ ବିଜେପିର ରାଜ୍ୟ ନେତୃତ୍ୱମାନଙ୍କ ଏକ ବୈଠକ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଘରେ ଅନୁଷ୍ଠିତ ହୋଇଥିଲା । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ବାଘଡଙ୍ଗେରି ଆଶ୍ରମ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ - ୨୦୨୬ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସ୍ମାର୍ଟ କ୍ଲାସ୍ରୁମ୍ରେ ତାଲା, ୨୫ ଦିନ ଧରି ବିଜୁଳି ନାହିଁ by Proprietor Abhimanyu Maharana October 8, 2026 ୪୬ ବର୍ଷ ପରେ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ : ପ୍ରଥମଥର ପାଇଁ ଭୋଟ ଦେବେ ଛାତ୍ରଛାତ୍ରୀ by Proprietor Abhimanyu Maharana October 8, 2026 ସ୍ୱଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ by Proprietor Abhimanyu Maharana October 8, 2026 ବନ୍ଦର ପ୍ରଭାବରେ ବାଲିଗୁଡ଼ା ଜନଶୂନ୍ୟ; ରାସ୍ତାରେ କଂଗ୍ରେସର ଶକ୍ତି ପ୍ରଦର୍ଶନ : ଦୋକାନବଜାରରେ ତାଲା, ଯାତାୟାତ ଠପ୍ by Proprietor Abhimanyu Maharana October 8, 2026 ଇଣ୍ଡିମେଣ୍ଟ ପକ୍ଷରୁ ଓଡିଶା ବନ୍ଦ ପାଳନ ପରିପକ୍ଷୀରେ କଟକର ବିଭିନ୍ନ ସ୍ଥାନରେ ବିକ୍ଷୋଭ by Proprietor Abhimanyu Maharana October 8, 2026