ଏମିତି ଏକ ଦୁର୍ଗ ଯେଉଁଠାରୁ ସମ୍ପୂର୍ଣ ପାକିସ୍ତାନ ଦେଖାଯାଇଥାଏ । କିନ୍ତୁ ଏହି ଦୁର୍ଗର ଅଷ୍ଟମ ଦ୍ୱାରକୁ ରହସ୍ୟମୟୀ ବୋଲି ବିଶ୍ୱାସ କରାଯାଏ ।

ଓଡିଶା ତାଜା ନ୍ୟୁଜ୍ (୨୮ ଜୁଲାଇ ମଙ୍ଗଳବାର ) ଭୁବନେଶ୍ୱର :- ଏହି ଦୁର୍ଗ ମେହରାନଗଢ଼ ଦୁର୍ଗ ଭାବେ ପରିଚିତ ରାଜସ୍ତାନ ଯୋଧପୁର ସହରର ଠିକ ମଝିରେ ଏହି ଦୁର୍ଗ ଅବସ୍ଥିତ ଏହି ଦୁର୍ଗ ପାଖାପାଖି ୧୨୫ ମିଟର ଉଚ୍ଚତାରେ ନିର୍ମାଣ ହୋଇଛି ପଞ୍ଚଦଶ ଶତାବ୍ଦୀରେ ରାଓ ଯୋଧା ମେହରାନଗାଢ଼ ଦୁର୍ଗର ଭିତ୍ତି ପ୍ରସ୍ତର ସ୍ଥାପନା କରିଥିଲେ ଦୁର୍ଗର ନିର୍ମାଣ କାର୍ଯ୍ୟ ମହାରାଜ ଯଶବନ୍ତ ସିଂହ ଶେଷ କରିଥିଲେ

ଏହି ଦୁର୍ଗ ଭାରତର ପ୍ରାଚୀନ ଏବଂ ବିଶାଳ ଦୁର୍ଗ ମଧ୍ୟରୁ ଗୋଟିଏ ଏହାକୁ ଭାରତର ସମୃଦ୍ଧଶାଳୀ ଇତିହାସର ପ୍ରତୀକ ବୋଲି କୁହାଯାଏ ମେହରାନଗଢ଼ ଦୁର୍ଗରେ ୮ଟି ଦ୍ୱାର ରହିଛି ଦୁର୍ଗକୁ ଉଚ୍ଚ ଉଚ୍ଚ ପାଚେରୀ ଘେରି ରହିଛି ଦୁର୍ଗର ୭ ଟି ଦ୍ୱାର ରହିଛି କିନ୍ତୁ ଅଷ୍ଟମ ଦ୍ୱାର ରହସ୍ୟ ମଧ୍ୟରେ ରହିଛି ଏହି ଅଷ୍ଟମ ଦ୍ୱାରକୁ ରହସ୍ୟମୟୀ ଦ୍ୱାର ବୋଲି କୁହାଯାଏ ହାତୀ ଆକ୍ରମଣରୁ ବଞ୍ଚିବା ପାଇଁ ଦୁର୍ଗର ପ୍ରଥମ ଦ୍ୱାରରେ କଣ୍ଟା ପୋତା ଯାଇଛି

ମେହରାନଗଢ଼ ଦୁର୍ଗ ଭିତରେ ଅନେକ ଭବ୍ୟ ମହଲ, କାରୁକାର୍ଯ୍ୟପୁର୍ଣ କବାଟ ଏବଂ ଝରକା ରହିଛି ଏଥିରେ ମୋତି ମହଲ, ଫୁଲ ମହଲ, କାଚ ମହଲ, ସିଲେହ ଖାନା, ଦୌଲତ ଖାନା ସ୍ୱତନ୍ତ୍ର ଦୁର୍ଗ ନିକଟରେ ମା’ ଚାମୁଣ୍ଡାଙ୍କ ମନ୍ଦିର ରହିଛି ମା’ଙ୍କ ମନ୍ଦିର ୧୪୬୦ ଖ୍ରୀଷ୍ଟାବ୍ଦରେ ରାଓ ଯୋଧା ନିର୍ମାଣ କରିଥିଲେ ନବରାତ୍ରି ସମୟରେ ଏଠାରେ ବିଶେଷ ପୂଜାର୍ଚ୍ଚନା ହୋଇଥାଏ

ମେହରାନଗଢ଼ ଦୁର୍ଗ ନିର୍ମାଣର ମଧ୍ୟ ଏକ କାହାଣୀ ରହିଛି ରାଓ ଯୋଧା ଯେତେବେଳେ ଯୋଧପୁରର ୧୫ତମ ଶାସକ ହୋଇଥିଲେ ତାର ବର୍ଷେ ପରେ ସେ ଭାବିଲେ ମଣ୍ଡୋର ଦୁର୍ଗ ତାଙ୍କ ପାଇଁ ସୁରକ୍ଷିତ ନୁହେଁ ସେଥିପାଇଁ ନିଜର ତତ୍କାଳୀନ ଦୁର୍ଗରୁ ଗୋଟିଏ କିମି ଦୂର ପାହାଡ ଉପରେ ଏକ ଦୁର୍ଗ ନିର୍ମାଣ କରିବା ପାଇଁ ଯୋଜନା କଲେ ସେହି ପାହାଡ ‘ଭୋର ଚିଡ଼ିଆଟୋଙ୍କ’ ନାମରେ ଜଣାଶୁଣା ଏହି ପାହାଡରେ ବହୁତ ସଂଖ୍ୟକ ପକ୍ଷୀ ରହୁଥିଲେ ବୋଲି ଏହାକୁ ଭୋର ଚିଡ଼ିଆଟୋଙ୍କ କୁହାଯାଉଥିଲା

ତେବେ ଦୁର୍ଗଟି ଅଭିଶପ୍ତ ବୋଲି ମଧ୍ୟ ବିଶ୍ୱାସ ରହିଛି ଦୁର୍ଗ ନିର୍ମାଣ ପୂର୍ବରୁ ଏଠାରେ ଜଣେ ସାଧୁ ପକ୍ଷୀଙ୍କୁ ଖାଇବାକୁ ଦେଉଥିଲେ ସାଧୁ ଜଣକ ଚିଡିଆୱାଲେ ବାବା ନାମରେ ପରିଚିତ ଥିଲେ ତେବେ ଦୁର୍ଗ ନିର୍ମାଣ ସମୟରେ ସାଧୁଙ୍କୁ ପାହାଡ ଉପରକୁ ଆସିବାକୁ ବାରଣ କରାଯାଇଥିଲା ଏଥିରେ ସାଧୁ କ୍ରୋଧିତ ହୋଇ ରାଜାଙ୍କୁ ଅଭିଶାପ ଦେଇଥିଲେ ସାଧୁ ଅଭିଶାପ ଦେଇଥିଲେ ଯେ ପାହାଡ ଉପରେ ଯଦି ମହାରାଜା ତାଙ୍କର ସ୍ୱପ୍ନର ପ୍ରାସାଦ ସ୍ଥାପନ କରନ୍ତି ତେବେ ବାରମ୍ବାର ମରୁଡ଼ି ଦ୍ୱାରା ତାଙ୍କ ରାଜ୍ୟ ପ୍ରଭାବିତ ହେବ

Exit mobile version