
ଉଜ୍ଜଳା ଗ୍ୟାସ ରେ ଠକେଇ ମାଗଣା ବଦଳ ରେ ୩୦୦ ଟଙ୍କା ଆଦାୟ

୭ ମାର୍ଚ୍ଚ,୨୦୨୪ (ଓଡିଶା ତାଜ଼ା ନ୍ୟୁଜ) ପାଟଣାଗଡ଼ :-> ବଲାଙ୍ଗୀର ଜିଲ୍ଲା ବେଲପଡା ବ୍ଲକ ଧୂମାଭଟା ଗାଁରେ ଥିବା ଗାୟତ୍ରୀ ଗ୍ୟାସ ବିତରକ ସଂସ୍ଥା ରେ ଗ୍ରାହକ ମାନଙ୍କୁ ଠକେଇ କରିଥିବା ନେଇ ଅଭିଯୋଗ ହେଉଛି | ଉଜ୍ବଳା ଯୋଜନା ରେ ଲୋକ ମାନଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର, ଚୁହ୍ଲା ସହ ସରଞ୍ଜାମ ଦେବା ବଦଳ ରେ ତାଙ୍କ ଠାରୁ ୩୦୦ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି | ଏମିତି ଗ୍ରାହକ ମାନେ ଏହାର ପ୍ରତିବାଦ କଲେ ତାଙ୍କୁ ନାଲି ଆଖି ଦେଖାଉଥିବା ମଧ୍ୟ୍ୟ ଅଭିଯୋଗ ହେଉଛି |
ମିଳିଥିବା ସୂଚନା ଅନୁସାରେ ଗୁରୁବାର ରେଙ୍ଗାଲିଜୁରୀ ଗାଁର ଉଜ୍ୱଲା ହିତାଧିକାରୀ ଙ୍କ ସମ୍ପର୍କୀୟ ଧୂମାଭଟା କୁ ଗ୍ୟାସ ଆଣିବାକୁ ଯାଇଥିଲେ | ଗ୍ୟାସ ସହ ଅନ୍ୟ ସାମଗ୍ରୀ ଦେବା ପରେ ସେଠାରେ ଥିବା ବିଷ୍ଣୁ ଦାସ ତାଙ୍କୁ ୩୦୦ ଟଙ୍କା ମାଗିଥିଲେ | କିନ୍ତୁ ଗ୍ରହକ ଜଣକ ଏହାରି ପ୍ରତିବାଦ କରିବା ରୁ ସେଠାରେ ଥିବା ମାଲିକ ଯୁକ୍ତିତର୍କ କରିଥିଲେ |
